ଭୁବନେଶ୍ୱର,୭।୪(ବ୍ୟୁରୋ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦାୟିତ୍ୱରୁ ୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର ଅଭୟ ଖୁବ୍ଶୀଘ୍ର ହଟିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଆସନ୍ତା ଡିସେମ୍ବରରେ ଅଭୟଙ୍କ ଚାକିରି କାର୍ଯ୍ୟକାଳ ସମାପ୍ତ ହେଉଛି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର(ଭିଆର୍ଏସ୍) ନେବା ନେଇ ପାଓ୍ବାର କରିଡରରେ ଆଲୋଚନା ହେଉଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କ ସ୍ଥାନରେ ନୂଆ ଜଣଙ୍କୁ ଅବସ୍ଥାପିତ କରିବାକୁ ଯୋଜନା ଚାଲିଛି। ଏପରି କି ଅଭୟ ଭିଆର୍ଏସ୍ ନେଲେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିବାକୁ ଯୋଜନା ହୋଇଥିବା ଶୁଣିବାକୁ ମିଳୁଛି। ଅପରପକ୍ଷରେ ଡିଜିିପି ପଦବୀ ଲାଗି ୪ଜଣ ଆଇପିଏସ୍ ଅଫିସର ଏବେଠାରୁ ଲବି ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ସେମାନେ ହେଲେ ୧୯୮୭ ବ୍ୟାଚ୍ ଆଇପିଏସ୍ ଅଫିସର ସୁନୀଲ ବଂଶଲ, ୧୯୮୮ ବ୍ୟାଚ୍ ଆଇପିଏସ୍ ଅଫିସର ସନ୍ତୋଷ କୁମାର ଉପାଧ୍ୟାୟ, ୧୯୮୮ ବ୍ୟାଚ ଆଇପିଏସ୍ ମନୋଜ କୁମାର ଛାବ୍ରା ଓ ୧୯୮୮ ବ୍ୟାଚ୍ ଆଇପିଏସ୍ ବିନୟା ନନ୍ଦ ଝା।
ପ୍ରକାଶ ଥାଉକି, ଡେପୁଟେଶନରେ ହାଇଦ୍ରାବାଦ ନ୍ୟାଶନାଲ ପୋଲିସ ଏକାଡେମୀ ଡାଇରେକ୍ଟର ଭାବେ କାର୍ଯ୍ୟରତ ଆଇପିଏସ୍ ଅଫିସର ଅଭୟଙ୍କୁ ୨୦୧୯ ଡିସେମ୍ବର ୯ରେ ରାଜ୍ୟ ପୋଲିସର ସର୍ବୋଚ୍ଚ ପଦରେ ଅବସ୍ଥାପିତ କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ ୨୦୨୧ ଜୁନରେ ଶେଷ ହେବାର ଥିଲା। ମାତ୍ର ୨୦୨୦ ମାର୍ଚ୍ଚ ୧୮ରେ ରାଜ୍ୟ ସରକାର ଏହାକୁ ଅଧିକ ୬ ମାସ ଅର୍ଥାତ ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କୋଭିଡ୍ ମହାମାରୀ ନିୟନ୍ତ୍ରଣ ଓ ବିନା ଭକ୍ତରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରି ଡିଜି ଅଭୟ ବେଶ୍ ପ୍ରଶଂସା ସାଉଣ୍ଟିଥିଲେ।
Breaking
ଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି
