banner
Breaking

ରୁଷ ବହାରକଲା ଦ୍ବିତୀୟ କରୋନା ଟୀକା।

0

ମସ୍କୋ- ବିଶ୍ୱର ପ୍ରଥମ ଦେଶ ଭାବେ ରୁଷ୍‌ ସ୍ପୁଟୋନିକ ଭି ନାମକ କରୋନା ଟିକା ଲଞ୍ଚ କରିଛି । ଏବେ ସାଧାରଣ ଲୋକଙ୍କ ପାଇଁ ଏହି ଟିକା ଉପଲବ୍ଧ । ଏବେ ରୁଷ୍ ଦ୍ୱିତୀୟ କରୋନା ଟିକା ଲଞ୍ଚ୍‌ କରିବା ପାଇଁ ଯାଉଛି। ପ୍ରଥମ ଟିକାର ନାମ ସ୍ପୁଟୋନିକ୍‌ ଭିଥିବା ବେଳେ ଦ୍ୱିତୀୟ ଟିକାର ନାମ ଏପି ଭାକ୍‌ କରୋନା ରଖାଯାଇଛି । କ୍ଲିନିକାଲ୍‌ ଟ୍ରାଏଲ୍‌ରେ ରୁଷ୍‌ର ଏହି ଟିକା ସଫଳ ହୋଇଥିବା କଥା କୁହାଯାଉଛି । ଅକ୍ଟୋବର ୧୫ ତାରିଖରେ ରୁଷ୍‌ରେ ଏହି ଟିକା ଲଞ୍ଚ୍‌ କରାଯାଇ ପାରେ ।
ଭେକ୍ଟର ଟେଷ୍ଟ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏହି ଟିକା ବିଷୟରେ ସୂଚନା ଦିଆଯାଇଛି । କ୍ଲିନିକାଲ୍‌ ଟ୍ରାଏଲ୍ ସହ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣରେ ଏହି ଟିକା ବେଶ୍‌ ପ୍ରଭାବୀ ଥିବା କଥା କୁହାଯାଇଛି । ଏହା ସୁରକ୍ଷିତ ଏବଂ ଲୋକଙ୍କ ଶରୀରରେ ଆଣ୍ଟିବଡି ତିଆରି କରୁଛି । ଏବେ ପୁଣି ସାଇବେରିଆରେ ୫ ହଜାର ସ୍ୱେଚ୍ଛାସେବୀଙ୍କୁ ନେଇ ମାନବୀୟ ପରୀକ୍ଷଣ ଆରମ୍ଭ କରାଯାଉଛି ।
ସବୁଠାରୁ ବଡ କଥା ହେଉଛି ବୟସ୍କ ଲୋକଙ୍କ ଉପରେ ଏହି ଟିକାର ପରୀକ୍ଷଣ କରାଯିବ । ଏଥିରେ ୬୦ ବର୍ଷରୁ ଅଧିକ ୧୫୦ ଜଣ ସ୍ୱେଚ୍ଛାସେବୀ ସାମିଲ ଅଛନ୍ତି । ନଭେମ୍ବରର ଏହାର ବ୍ୟାପକ ଭାବେ ଉତ୍ପାଦନ କରାଯିବ । ପ୍ରଥରୁ ୧୦ ହଜାର ଟିକା ପ୍ରସ୍ତୁତ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ଟିକାକୁ ତିନିସପ୍ତାହ ମଧ୍ୟରେ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ରୁଷ୍‌ର ସ୍ୱସ୍ଥ୍ୟମନ୍ତ୍ରୀ ମିଖାଇଲ୍‌ ମୁରାସ୍କୋ କହିଛନ୍ତି ।
ଚୀନ୍‌ର ଉହାନ୍‌ରୁ କରୋନା କାୟା ବିସ୍ତାର କରିବା ପରେ ସାରା ବିଶ୍ୱକୁ କବଳିତ କରିଛି । ଏବେ ଆମେରିକା , ଭାରତ , ବ୍ରାଜିଲ ସହ ବିଶ୍ୱର ଅନ୍ୟ ଦେଶମାନଙ୍କରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କରୋନା ବିଶ୍ୱରେ ୮ ଲକ୍ଷରୁ ଅଧିକ ଲୋକଙ୍କର ପ୍ରାଣ ନେଇ ସାରିଲେଣି । ରୁଷ୍‌ର ପ୍ରଥମ ଟିକା ସ୍ପୁଟୋନିକ୍‌ ଭି ବେଶ୍‌ ସଫଳ ବୋଲି ଦାବି କରାଯାଇଛି । ଏବେ ଦ୍ୱିତୀୟ ଟିକା ବେଶ୍‌ ଭଲ କାମ କରୁଛି ବୋଲି ଏହାର ପରୀକ୍ଷଣରୁ ଜଣା ପଡିଛି । ସ୍ପୁଟୋନିକ୍‌ ଭି ରୁଷ୍‌ର ଗ୍ୟାମେଲିୟା ସାଇଣ୍ଟିଫିକ୍‌ ରିସର୍ଚ୍ଚ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଏପିଡର୍ମୋଲଜି ଏବଂ ମାଇକ୍ରୋବାୟୋଲଜି ପ୍ରସ୍ତୁତ କରିଛି । ଦ୍ୱିତୀୟ ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବା ସାଇଡ୍‌ ଇଫେକ୍ଟ ନଥିବା କଥା କୁହାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.