banner
Breaking

କମ୍ ପାଣି ପିଇଲେ ଶରୀରରେ ଏହିସବୁ ଲକ୍ଷଣ ଦେଖାଯାଏ।

0

ନୂଆଦିଲ୍ଲୀ ୬।୧୦ : ପାଣି ଆମ ଶରୀର ପାଇଁ କେତେ ଜରୁରୀ, ଏହା ଜାଣିବା ବ୍ୟତୀତ ବହୁତ ଲୋକ ଉପଯୁକ୍ତ ମାତ୍ରାରେ ପାଣି ପିଅନ୍ତି ନାହିଁ। ଆବଶ୍ୟକ ମାତ୍ରାରେ ପାଣି ନପିଇବା ଦ୍ବାରା ଆମ ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏହା ବାଦ୍‌ ବହୁତ ପ୍ରକାରର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଆରମ୍ଭ ହେବାକୁ ଲାଗିଥାଏ। ଆମେ ଆପଣଙ୍କୁ ଏମିତି କିଛି ସଙ୍କେତ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ବାରା ଆପଣ ମଧ୍ୟ ଜାଣିପାରିବେ ଆପଣଙ୍କ ଶରୀରରେ ପାଣିର ମାତ୍ରା ଠିକ୍‌ ଅଛି କି ନାହିଁ।
୧. ଯେତେବେଳେ ଶରୀରରେ ପାଣିର ମାତ୍ରା କମିଯାଏ ସେତେବେଳେ ପ୍ରଥମେ ମୁହଁ ଶୁଖିବା ଆରମ୍ଭ ହୋଇଥାଏ। ଯଦି ବାରମ୍ବାର ମୁହଁ ଶୁଖିଯାଉଛି ତାହେଲେ ଜାଣି ରଖନ୍ତୁ ଆପଣଙ୍କ ଶରୀରରେ ପାଣିର ମାତ୍ରା ବହୁତ କମି କମି ଯାଉଛି। ଏଭଳି ସ୍ଥିତିରେ ତୁରନ୍ତ ପାଣି ପିଇବା ଜରୁରୀ।
୨. ପାଣି କମ୍‌ ପିଇବା ଦ୍ବାରା ଦେହରୁ ଝାଳ ମଧ୍ୟ କମ୍ ବାହାରିଥାଏ। ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ପାରିନଥାଏ। ଶରୀରରେ ପାଣିର ମାତ୍ରା କମିଗଲେ ତ୍ବଚା ମଧ୍ୟ ଶୁଷ୍କ ହୋଇଯାଏ। ଏହାଦ୍ବାରା ଅନେକ ପ୍ରକାରର ତ୍ବଚା ସମ୍ବନ୍ଧୀୟ ସମସ୍ୟା ଆରମ୍ଭ ହେବାକୁ ଲାଗିଥାଏ।
୩. ପାଣିର ମାତ୍ରା କମ୍‌ ହେବା ଦ୍ବାରା କେବଳ ମୁହଁ ନୁହେଁ, ବରଂ ଗଳା ମଧ୍ୟ ପ୍ରଭାବିତ ହୋଇଥାଏ। ଏହା ସହିତ ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ଆଖି ଶୁଖିଲା ଦେଖାଯିବା ସହିତ ନାଲି ମଧ୍ୟ ହୋଇଯାଏ।
୪. ଯେତେବେଳେ ଶରୀରରେ ପାଣିର ମାତ୍ରା କମ୍ ହୋଇଯାଏ ସେତେବେଳେ ପରିସ୍ରା ରଙ୍ଗ ହଳଦିଆ ହୋଇଯାଏ। ପରିସ୍ରା କରିବା ପରେ ପ୍ରାଇଭେଟ ପାର୍ଟରେ ଜଳା ପୋଡ଼ା ସହିତ କୁଣ୍ଡେଇବା ହେବା ଭଳି ସମସ୍ୟା ଦେଖାଯାଏ।

Khansweb Solution Bhubaneswar

Leave A Reply

Your email address will not be published.