banner
Breaking

ପୁଣି ଶବ ଗଲା ସାଇକେଲରେ।

0

ପୁଣି ଶବକୁ ଅସମ୍ମାନ । ହଜିଗଲା ମାନବିକତା, ପୂର୍ବ ଶତ୍ରୁତା ପାଇଁ ମହିଳାଙ୍କ ଶବକୁ ସତ୍କାର କରିବାକୁ କେହି ଆସିଲେ ନାହିଁ । ଶବକୁ ମିଳିଲାନି ଚାରି କାନ୍ଧ । ଗ୍ରାମବାସୀଙ୍କୁ ସାହାଯ୍ୟ ପାଇ ଡାକିଥିଲେ । ହେଲେ କେହି ନଆସିବାରୁ ଶେଷରେ ଦୁଇଭାଇ ସାଇକେଲ ରେ ମୃତଦେହକୁ ବୋହି ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ ।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଗମ୍ଭାରିଗୁଡ଼ା ପଞ୍ଚାୟତରେ ଘଟିଛି ଏପରି ଅଭାବନୀୟ ଘଟଣା । ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ସ୍ବାମୀ ପରିତ୍ୟକ୍ତା ମାଳତୀ ପାଣ୍ଡେଙ୍କ ଶରୀର ଅସୁସ୍ଥ ଥିବା ଯୋଗୁଁ ମୃତ୍ୟୁ ଘଟିଥିଲା । ଏହାପରେ ମାଳତୀଙ୍କ ଦୁଇ ଭାଇ ପୁରୁଷୋତ୍ତମ ପାଣ୍ଡେ ଓ ଟେକା ପାଣ୍ଡେ ମାଳତୀଙ୍କ ଶବ ସତ୍କାର କରିବାକୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଗ୍ରାମବାସୀଙ୍କ ସହ ଏହି ପରିବାରର ସମ୍ପର୍କ ଭଲ ନଥିବା ଯୋଗୁଁ କେହି ଆସିଲେ ନାହିଁ । ସାହାଯ୍ୟ କରିବାକୁ ମଧ୍ୟ ମନା କରିଦେଲେ । ଦୁଇ ଭାଇ ରାତି ସାରା ସାହାଯ୍ୟର ପାଇଁ ଅପେକ୍ଷା କଲେ । କିନ୍ତୁ କେହି ନ ଆସିବାରୁ ଅନ୍ୟଉପାୟ ନପାଇ ଦୁଇ ଭାଇ ସାଇକେଲ ରେ ଶବକୁ ଶ୍ମଶାନ ନେବାକୁ ନିଷ୍ପତି ନେଇଥିଲେ ।

ସାଇକେଲରେ ବୋହି ମୃତଦେହ ଗାଁ ଶ୍ମଶାନକୁ ନେଇ ସତ୍କାର କରିଥିଲେ । କେବଳ ସେତିକି ନୁହେଁ ଶବ ନେବା ସମୟରେ ମୋବାଇଲରେ ଭିଡ଼ିଓ ଉଠାଇବା ସହ କିଛି ବ୍ୟକିତ ଉପହାସ କରୁଥିବା ଭଳି ଅମାନବିକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

Khansweb Solution Bhubaneswar

Leave A Reply

Your email address will not be published.