banner
Breaking

ଶ୍ରୀ ଜଗନ୍ନାଥ ସେବା ସଦନର ରାଜ୍ୟସ୍ତରୀୟ ଗାନ୍ଧି ଆଦର୍ଶ ସମ୍ବର୍ଦ୍ଧନା ସମାରୋହ।

0

ଭୁବନେଶ୍ୱର,୧୨/୧୦(ଓଡ଼ିଆ ନ୍ୟୁଜ) : ଶ୍ରୀ ଜଗନ୍ନାଥ ସେବା ସଦନର ରାଜ୍ୟସ୍ତରୀୟ ଗାନ୍ଧି ଆଦର୍ଶ ସମ୍ବର୍ଦ୍ଧନା ସମାରୋହ ରୋଟାରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସମାଜସେବୀ ଶଙ୍କର୍ଷଣ ପରିଡ଼ା, ଖଦୀ ବୋର୍ଡ଼ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ପ୍ରଫେସର ହରିହର କାନୁନଗୋ ପ୍ରମୁଖ ଯୋଗଦାନ କରି ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ ପରିଚାଳନା କରିଥିବା ବେଳେ ଧୃତିଧର ଦାସ ସଂଯୋଜନା କରିଥିଲେ ।

ଏହି ଅବସରରେ ଜଗନ୍ନାଥଙ୍କ ଏକ ଭଜନ ସିଡ଼ି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଲିସା କଅଁର, ରମେଶ ଚନ୍ଦ୍ର ସାହୁ, ପ୍ରଭାତ କୁମାର ବେହେରା, ସଦାନନ୍ଦ ଗୌଡ଼ଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଙ୍କୁ ଗାନ୍ଧି ଆଦର୍ଶ ସମ୍ମାନ, ଗାନ୍ଧିସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ଶ୍ରୀ ଜଗନ୍ନାଥ ସେବା ସଦନ, ନିଶିଗନ୍ଧା ସାହିତ୍ୟ ସଂସଦକୁ ମନ୍ତ୍ରୀ ଓ ଅନ୍ୟ ସମ୍ମାନିତ ଅତିଥିମାନେ ସମ୍ମାନିତ କରିବା ସହିତ ଭୂୟସୀ ପ୍ରଶଂସା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.