banner
Breaking

ଦ୍ବିତୀୟ ଲହର ନେଲାଣି ୨୪୪ ଡାକ୍ତରଙ୍କ ଜୀବନ।

0

ନୂଆଦିଲ୍ଲୀ,୧୭।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଇଣ୍ଡିଆନ୍‌ ମେଡ଼ିକାଲ ଆସୋସିଏଶନ ଅନୁସାରେ ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ୨୪୪ ଜଣ ଡାକ୍ତରଙ୍କ ଜୀବନ ଯାଇଛି। ସେଥିମଧ୍ୟରେ ୨୮ ଜଣ ମହିଳା ଡାକ୍ତର ଅଛନ୍ତି। ସେମାନଙ୍କ ମଧ୍ୟରେ ୩-୪ ଜଣ ଗର୍ଭବତୀ ଥିଲେ। ସେହିପରି ମୃତକଙ୍କ ମଧ୍ୟରେ ୨୧୬ ଜଣ ପୁରୁଷ ଡାକ୍ତର ରହିଥିବା ଆସୋସିଏଶନ ପକ୍ଷରୁ କୁହାଯାଇଛି। ବିହାରରେ ଗୋଟିଏ ଦିନରେ ଦ୍ୱିତୀୟ ଲହରରେ ୪୯ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ କରୋନାରେ ଆକ୍ରାନ୍ତ ହୋଇ ୭୫୬ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୩୦ରୁ ୫୫ ବର୍ଷ ବୟସ୍କ ଡାକ୍ତରଙ୍କ ସଂଖ୍ୟା ଅଧିକ ଥିବା ଆସୋସିଏଶନ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.