banner
Breaking

ବଢୁଛି ତାପମାତ୍ରା,ଆସନ୍ତା ଦୁଇଦିନ ବର୍ଷା

1

ଭୁବନେଶ୍ୱର : ରାଜ୍ୟରେ ବର୍ଷା କମିବା ସହ ଖରାତାତି ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟର ୩ ସହରରେ ତାମପାତ୍ରା ୩୯ ଡିଗ୍ରୀ ଓ ତାହାଠାରୁ ଅଧିକ ରହିଥିଲା। ରାଉରକେଲା ଓ ଝାରସୁଗୁଡ଼ାରେ ୩୯.୪ ଡିଗ୍ରୀ ସେଲସିୟସ୍‌ ଏବଂ ବାରିପଦାରେ ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ୮ ସହରର ତାପମାତ୍ରା ୩୮ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିଲା। ସେହିପରି ଭୁବନେଶ୍ୱରର ତାପମାତ୍ରା ୩୭.୧ ଡିଗ୍ରୀ ରହିଥିବାବେଳେ ଅନ୍ୟ ଦୁଇ ସହର ୩୭ ଡିଗ୍ରୀ ଓ ୪ ସହରରେ ପାରଦ ୩୫ ଡିଗ୍ରୀ ଅତିକ୍ରମ କରିଥିଲା। ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଅନ୍ୟପଟେ ଆସନ୍ତା ୩ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷର ସମ୍ଭାବନା ରହିଛି। ଶନିବାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ବର୍ଷା ହୋଇପାରେ। ସେହିପରି କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଆଦି ୭ ଜିଲାର କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ। ଏଥିସହ କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଅନୁଗୋଳ, ଢେଙ୍କାନାଳ, ବୌଧ, ବଲାଙ୍ଗୀର ଓ ନୂଆପଡାରେ ମଧ୍ୟ ଝଡ଼ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୯ ତାରିଖରେ ସୁନ୍ଦରଗଡ, କେଉଁଝର, ଦେଓଗଡ, ଅନୁଗୋଳ, ବୌଧ, କନ୍ଧମାଳ ଓ ମୟୂରଭଞ୍ଜ ଜିଲା ସମେତ ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଦୁଇଦିନ ଉପରୋକ୍ତ ସମସ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୧୦ ତାରିଖରେ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବୌଧ, ଅନୁଗୋଳ, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱରରେ ଓ ଭଦ୍ରକ ଜିଲାରେ ଘଡ଼ଘଡ଼ି ବର୍ଷା ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ୧୧ ଓ ୧୨ ତାରିଖରେ ରାଜ୍ୟରେ ପାଗ ଶୁଖିଲା ରହିବା ସହ କିଛି ସ୍ଥାନରେ ବର୍ଷା ପବନର ସମ୍ଭାବନା ରହିଛି।

Khansweb Solution Bhubaneswar
1 Comment
  1. mitolyn reviews says

    **mitolyn reviews**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.