କର୍ପୋରେଟର ଜୟନ୍ତୀ ସାହୁଙ୍କ ସଫେଇ କର୍ମଚାରୀଙ୍କୁ ନିଆରା ଢଙ୍ଗରେ ପୁଜାଭେଟି
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓ୍ବାର୍ଡରେ କାର୍ଯ୍ୟରତ ବିଏମସି ସଫେଇ କର୍ମଚାରୀ ମାନଙ୍କୁ ଏକ ନିଆରା ଢଙ୍ଗରେ ପୂଜାଭେଟି ଦେଇଛନ୍ତି କର୍ପୋରେଟର ଜୟନ୍ତୀ ସାହୁ । ଆଜି ସପ୍ତମ ବାଟାଲିୟନ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ୧୫୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନୂତନ ବସ୍ତ୍ର ଓ ମିଠା ପ୍ୟାକେଟ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ ସ୍ୱଚ୍ଛ ସର୍ବକ୍ଷେଣରେ ଭୁବନେଶ୍ୱର ଆଜି ନମ୍ବର ୧ ହୋଇଛି । ଏଥିରେ ସଫେଇ କର୍ମଚାରୀଙ୍କ ଭୂମିକା ଯଥେଷ୍ଠ ରହିଛି । ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର ରଖିବାରେ ବିଏମସି ସଫେଇ କର୍ମଚାରୀଙ୍କ ଭୂମିକା ଅତୁଳନୀୟ । ଖରା, ବର୍ଷା, ଶୀତ, କାକରକୁ ଖାତିରି ନକରି କିମ୍ବା କରୋନା ଭଳି ମୋହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକ ମାନଙ୍କୁ ସେବା ଯୋଗାଇ ଦେଉଥିବା ସଫେଇ କର୍ମଚାରୀ ହେଉଛନ୍ତି ପ୍ରକୃତରେ ମହାନ । ସମ୍ମାନିତ ଅତିଥି ଭାବେ ବିଏମସି ଉତ୍ତର ଜୋନର ଡେପୁଟି କମିଶନର ପୁରନ୍ଦର ନନ୍ଦ ଯୋଗଦେଇ କର୍ପୋରେଟରଙ୍କର ଏଭଳି ନିଆରା ପଦକ୍ଷେପକୁ ପ୍ରଶଂସା କରିବା ସହିତ କହିଥିଲେ ଆଗାମୀ ଦିନରେ ଏହି ସମ୍ବର୍ଦ୍ଧନା ଆମ କର୍ମଚାରୀ ମାନଙ୍କୁ ଅଧିକ କାମ କରିବା ପାଇଁ ପ୍ରେରଣା ଯୋଗାଇବ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ମୁରବୀ ଜନକର ସାହୁ, ଆୟକର ଅଧିକାରୀ ଅଭୟ ଚରଣ ରାଉତ, କର୍ପୋରେଟର ଜୟନ୍ତୀ ସାହୁ,ଓ୍ବାର୍ଡ ଅଧିକାରୀ ରବିନାରାୟଣ ମିଶ୍ର, ବିଜଡେି ଜିଲ୍ଲା ସମ୍ପାଦକ ପ୍ରଶନ୍ନ କୁମାର ସାହୁ, ସାନିଟାରୀ ଇନ୍ସପେକ୍ଟର ପୌମେନ୍ଦ୍ର ପ୍ରଧାନ, ସିପାହୀ ଓ ହାବିଲଦାର ସଂଘର ସଭାପତି ବିନୋଦ କୁମାର ବଳ ପ୍ରମୁଖ ଯୋଗଦେଇ ସଫେଇ କର୍ମଚାରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶାଢୀ, ପ୍ୟାଣ୍ଟ ସାର୍ଟ କପଡା ଓ ମିଠା ପ୍ୟାକେଟ ବଣ୍ଟନ କରିଥିଲେ । ସୁକାନ୍ତ କୁମାର ରାଉତ ସଭାପତିତ୍ୱ କରିଥିବା ବେଳେ ବାବୁ ଭାଇ ଟିମର ସଦସ୍ୟ ଚଗଲା ଜେନା, ମିଟୁ ପରିଡା, ଗଗନ ବିହାରୀ ପଣ୍ଡା, ଭଗବାନ ଦାସ, ବସନ୍ତ ତ୍ରିପାଠୀ, ବିକାଶ ପରିଡା ଓ ତୁଷାର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମସ୍ତ ଅତିଥି, କର୍ପୋରେଟର ଓ ସଫେଇ କର୍ମଚାରୀମାନେ ମିଳିବ ଭାବେ ପ୍ରୀତି ଭୋଜନ କରିଥିଲେ।

**mitolyn**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.