ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର – ସିଜିନ-୩’ ପୁରସ୍କାର ବିତରଣ ଉତ୍ସବ
ଭୁବନେଶ୍ୱର : ପାର୍ବଣ ଅବସରରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ, ସଲଫେଜ, ଇଥସ୍ ୱାଚେସ୍, ଓଣ୍ଡରେଲା ଓ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ମିଳିତ ସହଯୋଗରେ ମଲ୍ ପରିସରରେ ଆରମ୍ଭ ହୋଇଥିବା ‘ଖୁସିୟୋଁ କା ତ୍ୟୋହାର’ ଶେଷ ହୋଇଛି । ‘ଖୁସିୟୋଁ କା ତ୍ୟୋହାର’ ରେ ଅଂଶ ଗ୍ରହଣ କରିଥିବା ଗ୍ରାହକମାନଙ୍କୁ ପୁରସ୍କାର ବନ କରାଯାଇଛି । ଅତିଥି ଭାବେ ଅଭିନେତ୍ରୀ ଦେବଜାନୀ ଦେଘୁରିଆ ଯୋଗଦେଇ ବିଜେତା ଗ୍ରାହକମାନଙ୍କୁ ପୁରସ୍କୃତ କରିଛନ୍ତି । ଏହି ଅବସରରେ ବିଜେତା ଗ୍ରାହକ ଅନାମିକା ହୀରା ହାର ଜିତିଛନ୍ତି । ସେହିପରି ଗ୍ରାହକ ଅସିତଙ୍କୁ ମାର୍ସାଲ ସ୍ପିକର, ପୁଷ୍ପଲତାଙ୍କୁ ସୁନା ମୁଦ୍ରା, ସ୍ୱର୍ଣ୍ଣ ମିଶ୍ରଙ୍କୁ ଫ୍ରିଜ୍, ସ୍ନିଗ୍ଧା ମିଶ୍ରଙ୍କୁ ଏଲଇଡି ଟିଭି, ପ୍ରଜ୍ଞା, ପ୍ରକାଶ ସାହୁ ଓ ସତ୍ୟଶ୍ରୀ ସାସମଲଙ୍କୁ ଦାମୀ ଘା ପ୍ରଦାନ କରାଯାଇଛି । ଏହି କର୍ଯ୍ୟକ୍ରମରେ ଉତ୍କଳ ବିଲ୍ଡର ପ୍ରତିଷ୍ଠାତା ସୁବାସ ଭୁରା, ଉତ୍କଳ କନିକା ଗ୍ୟାଲେରିଆ ମଲର ଜେନେରାଲ ମ୍ୟାନେଜର ଦୁଲାଲ ଚନ୍ଦ୍ର ସାହୁ,ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ଓ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ । ଏଥିରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଗତ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଖୁସିୟୋଁ କା ତ୍ୟୋହାର ନଭେମ୍ବର ୮ ପର୍ଯ୍ୟନ୍ତ ଚାଲିଥିଲା । ପ୍ରାୟ ୫୦ ହଜାର ଗ୍ରାହକ ଲକି ଡ୍ରରେ ଅଂଶଗ୍ରହଣ କରିଥିଲେ । ଏଥିରେ ପ୍ରତି ସପ୍ତାହରେ ଲକି ଡ୍ର କରାଯାଇଥିଲା ।