banner
Breaking

ସମ୍ପୂର୍ଣ୍ଣ ନୂଆ ଏସ୍ ଇଭି ସହିତ ଟାଟା ମୋଟର୍ସ ଇ-କାର୍ଗୋ ପରିବହନ ସମାଧାନର ଶୁଭାରମ୍ଭ କରିଛି

0

ଭୁବନେଶ୍ୱର: ଟାଟା ମୋଟର୍ସ ଭାରତର ଅଗ୍ରଣୀ କମର୍ସିଆଲ୍ ବାହନ ନିର୍ମାତା, ଆଜି ସ୍ଥାୟୀ ମୋବିଲିଟି କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଓ ଏହା ସହିତ ସମ୍ପୂର୍ଣ୍ଣ ନୂଆ ବୈପ୍ଳବିକ ଏସ୍ ଇଭି – ଲୋକପ୍ରିୟ ଏସ୍ ର ଇଲେକ୍‌ଟ୍ରିକ୍ ସଂସ୍କରଣର ଶୁଭାରମ୍ଭ କରିଛି । ଯାହାକି ଭାରତର ମାଲ୍ ପରିବହନ କ୍ଷେତ୍ରରେ ୧୭ ବର୍ଷ ପରେ କରାଯାଇଛି । ଏହି ନୂଆ ଏସ୍ ଇଭି, ଭାରତର ସବୁଠାରୁ ଆଧୁନିକ, ଜିରୋ ନିର୍ଗମନ, ଚାରି ହୁଇଲ୍ ବିଶିଷ୍ଟ କ୍ଷୁଦ୍ର କମର୍ସିଆଲ୍ ଭେଇକିଲ୍ (ଏସସିଭି) ଅଟେ । ଏହା ଗ୍ରୀନ ଓ ଏହାର ସ୍ମାର୍ଟ ପରିବହନ ସମାଧାନ ସହର ମଧ୍ୟରେ ମାଲ୍ ପରିବହନ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ ।


ଏସ୍ ଇଭି ର ଶୁଭାରମ୍ଭ ଅବସରରେ ଶ୍ରୀଯୁକ୍ତ ଏନ୍ ଚନ୍ଦ୍ରଶେଖରନ୍‌, ଚେୟାରମ୍ୟାନ୍‌, ଟାଟା ସନ୍‌ସ ଓ ଟାଟା ମୋଟର୍ସ, କହିଛନ୍ତି ଯେ “ଇ-ମୋବିଲିଟି ହେଉଛି ଏକ ଚିନ୍ତାଧାରା ଯାହାର ସମୟ ବର୍ତମାନ ଆସିଛି । ଟାଟା ମୋଟର୍ସରେ ଆମେ, ଏହି ପରିବର୍ତନକୁ ଆଗେଇ ନେବା ପାଇଁ ଆମେ ଦ୍ରୁତ ଗତିରେ କାମ କରୁଛୁ । ଏହାକୁ ଯାତ୍ରୀ କାର, ବାଣିଜ୍ୟିକ ଯାନ ଓ ଜାଗୁଆର ଲ୍ୟାଣ୍ଡ ରୋଭର କ୍ଷେତ୍ରରେ ମଧ୍ୟ କରାଯାଉଛି । ମୁଁ ଆନନ୍ଦିତ ଯେ ଏସ ଇଭିର ଶୁଭାରମ୍ଭ ସହିତ, ଆମେ ଇ-କାର୍ଗୋ ମୋବିଲିଟର ଏକ ନୂତନ ଯୁଗରେ ପ୍ରବେଶ କରୁଛୁ । ଟାଟା ଏସ୍ ପୂର୍ବରୁ ଭାରତର ସଫଳ ବାଣିଜ୍ୟିକ ଯାନ ଭାବରେ ରହି ଆସିଛି । ଏହା ପରିବହନ କ୍ଷେତ୍ରରେ ଅନେକ ପରିବର୍ତନ ଆଣିଛି ଓ ଏହା ସହାୟତାରେ ବିଗତ ଅନେକ ବର୍ଷ ଧରି ଲକ୍ଷ ଲକ୍ଷ ସଫଳ ଉଦ୍ୟୋଗୀ ସୃଷ୍ଟି ହୋଇ ପାରିଛନ୍ତି । ଏହା ବର୍ତମାନ ଆଧୁନିକ ପ୍ରଯୁ୍‌କ୍ତି ସହିତ, କ୍ଲିନ୍ ଓ ସ୍ମାର୍ଟ ମୋବିଲିଟ ସମାଧାନ ପ୍ରଦାନ କରିବାରେ ସହାୟତା କରିବ । ବାଣିଜ୍ୟିକ ଯାନର ବିଦ୍ୟୁତିକରଣ ବିଷୟରେ ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ ।”
ନୂତନ ଏସ୍ ଇଭି, କୁ ଏହାର ୟୁଜର ମାନଙ୍କର ସହଯୋଗରେ ବିକଶିତ କରାଯାଇଛି ଓ ଏହାକୁ ଏହାର ଉପଯୋଗୀ ଇକୋସିଷ୍ଟମର ସହଯୋଗ ମଧ୍ୟ ମିଳିଛି । ଏହା ଇ କାର୍ଗୋ ଚଳନ କ୍ଷେତ୍ରରେ ଏକ ଉତ୍କୃଷ୍ଟ ସମାଧାନ ପ୍ରଦାନ କରୁଛି । କମ୍ ମୂଲ୍ୟରେ ସଠିକ ପରିବହନର ସୁବିଧା ସହିତ ଏସ୍ ଇଭି ମଧ୍ୟ ଏହାର ଗ୍ରାହକମାନଙ୍କ ଭବିଷ୍ୟତର ପ୍ରତିଶ୍ରୁତିବଦ୍ଧତାକୁ ପୂରଣ କରୁଛି ଯେଉଁଥିରେ କୌଣସି ପ୍ରକାର କାର୍ବନ ନିର୍ଗମନର ସମସ୍ୟା ରହିବ ନାହିଁ ।
ଟାଟା ମୋଟର୍ସ ମଧ୍ୟ ଅଗ୍ରଣୀ ଇ-କମର୍ସ କମ୍ପାନୀ ଓ ଲଜିଷ୍ଟିକ୍ ସେବା ପ୍ରଦାନକାରୀ ଯଥା – ଆମାଜନ, ବିଗବାସ୍କେଟ, ସିଟି ଲିଙ୍କ, ଡଟ୍‌, ଫ୍ଲିପକାର୍ଟ, ଲେଟ୍‌ସ ଟ୍ରାନ୍‌ସପୋର୍ଟ, ମୁଭିଂ ଓ ୟେଲୋ ଇଭି ସହିତ କୌଶଳଗତ ବୁଝାମଣା ପତ୍ର ସ୍ୱାକ୍ଷର ବିଷୟରେ ଘୋଷଣା କରିଛି । ଏହା ଜରିଆରେ ୩୯,୦୦୦ ୟୁନିଟ୍ ଏସ୍ ଇଭି ପ୍ରଦାନ କରାଯିବ । ଏହା ସହିତ ସମର୍ପିତ ଇଲେକଟ୍ରିକ୍ ଭେଇକିଲ୍ ସପୋର୍ଟ ସେଂଟରର ସ୍ଥାପନା କରାଯିବ ଯଦ୍ୱାରା ସର୍ବାଧିକ ଫ୍ଲିଟ୍ ଅପଟାଇମ୍ ମିଳିପାରିବ । ଟାଟା ଫ୍ଲିଟ୍ ଏଜ୍ ମାଧ୍ୟମରେ – ସର୍ବାଧିକ ଫ୍ଲିଟ୍ ମ୍ୟାନେଜମେଂଟ ସମାଧାନ ପ୍ରଦାନ କରାଯିବ । ଏହା ଟାଟା ୟୁନିଭର୍ସର ସହାୟତାରେ ପ୍ରଯୁଜ୍ୟ ଟାଟା ଗ୍ରୁପ୍ କମ୍ପାନୀ ପାଇଁ ଏକ ଉପଯୁକ୍ତ ଇକୋ-ସିଷ୍ଟମ ସୃଷ୍ଟି କରିବ ।
ଏହାର ଶୁଭାରମ୍ଭ ସମ୍ପର୍କରେ ସୂଚନା ପ୍ରଦାନ କରି, ଶ୍ରୀଯୁକ୍ତ ଗରିଶ୍ ୱାଘ, ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର, ଟାଟା ମୋଟର୍ସ କହିଛନ୍ତି ଯେ, “ଏସ୍ ଇଭିର ଶୁଭାରମ୍ଭ ସହିତ ଆମେ ଆମର ଯାତ୍ରାରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ । ଏହା ସହାୟତାରେ ଭାରତରେ ଜିରୋ ନିର୍ଗମନରେ କାର୍ବୋ ମୋବିଲିଟି ସୁବିଧା ପ୍ରଦାନ କରାଯାଇପାରିବ । ଇଲେକ୍‌ଟ୍ରିକ୍ ବସର ଆମର ସଫଳତା ଓ ଅଭିଜ୍ଞତା ଆଧାରରେ ଆମେ ଏହି ଇଭି ସଲ୍ୟୁସନର ଶୁଭାରମ୍ଭ କରିଛୁ ଯାହାକି ସହର ମଧ୍ୟରେ ମାଲ୍ ପରିବହନ ପାଇଁ ଉତ୍କୃଷ୍ଟ ଅଟେ । ଏହି ସଲ୍ୟୁସନ ସହାୟତାରେ ଏହାର ହିତାଧିକାରୀମାନେ କମ୍ ମୂଲ୍ୟରେ ଉତ୍କୃଷ୍ଟ ସେବା ଓ ସୁବିଧା ପାଇପାରିବେ । ଆମେ ଆମର ଇ-କମର୍ସ ଗ୍ରାହକମାନଙ୍କ ଠାରୁ ସହଯୋଗ ଓ ପ୍ରୋତ୍ସାହନ ପାଇଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହା ସହାୟତାରେ ଜିରୋ ନିର୍ଗମନ କାର୍ଗୋ ପରିବହନ ସୁବିଧାକୁ ଆହୁରି ଅଧିକ ତ୍ୱରାନ୍ୱିତ କରାଯାଇପାରିବ ।”
ଟାଟା ଏସ୍ ଇଭି : ଲଜିଷ୍ଟିକ୍‌ସ କ୍ଷେତ୍ରରେ ଏକ ପରିବର୍ତନ ଆଣିଛି ଓ ଭବିଷ୍ୟତ ଉପଯୋଗୀ ସମାଧାନ ପ୍ରଦାନ କରୁଛି
ଏସ୍ ଇଭି ହେଉଛି ପ୍ରଥମ ଉତ୍ପାଦ ଯାହାକି ଟାଟା ମୋଟର୍ସର ଇଭୋଜେନ୍ ପାୱାରଟ୍ରେନର ଉପସ୍ଥାପନ କରୁଛି ଯାହାକି ଅତୁଳନୀୟ ପ୍ରମାଣିତ ରେଞ୍ଜ ୧୫୪ କିଲୋମିଟରର ପ୍ରଦାନ କରିଥାଏ । ଏହା ନିରାପଦ ଓ ସମସ୍ତ ପ୍ରକାର ଜଳବାୟୁରେ ଚାଲିବା ପାଇଁ ଉପଯୋଗୀ ଓ ଏଥିରେ ଆଧୁନିକ ବ୍ୟାଟେରି କୁଲିଂ ସିଷ୍ଟମ ମଧ୍ୟ ରହିଛି ଏବଂ ଏଥିରେ ଥିବା ରିଜେନେରେଟିଭ୍ ବ୍ରେକିଂ ସିଷ୍ଟମ ଡ୍ରାଇଭିଂ ରେଞ୍ଜରେ ଉନ୍ନତି ଆଣିଥାଏ । ଏହି ଯାନଟି ରେଗୁଲାର ଓ ଫାଷ୍ଟ ଚାର୍ଜିଂ କ୍ଷମତା ପ୍ରଦାନ କରେ । ଏଥିରେ ରହିଛି ୨୭ କେଡବ୍ଲୁ (୩୬ ଏଚପି) ମୋଟର ସହିତ ୧୩୦ ଏନଏମ୍ ପିକ୍ ଟର୍କର ଶକ୍ତି । ଏହାଦ୍ୱାରା ୨୦୮ ଘନ ଫୁଟର ସର୍ବାଧିକ କାର୍ଗୋ ଭଲ୍ୟୁମକୁ ସୁନିଶ୍ଚିତ କରିବା ସହିତ ୨୨% ର ଗ୍ରେଡେବିଲିଟି କ୍ଷମତା ମିଳିଥାଏ । ଏହି ଏସ୍ ଇଭିର କଂଟେନର ହାଲୁକା ଓଜନ ବିଶିଷ୍ଟ, ଦୀର୍ଘସ୍ଥାୟୀ ସାମଗ୍ରୀ ଯାହାକି ଇ-କମର୍ସ ଲଜିଷ୍ଟିକ୍‌ସ କ୍ଷେତ୍ରରେ ସର୍ବୋତ୍କୃଷ୍ଟ ଅଟେ ।

Khansweb Solution Bhubaneswar

Leave A Reply

Your email address will not be published.