banner
Breaking

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପିତ

1

ଭୁବନେଶ୍ୱର : ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟବିଂଶ ବାର୍ଷିକ କ୍ରୀଡା ଉତ୍ସବ ପରିଚାଳନା ସମିତିର ସଂପାଦକ ଇନ୍ଦ୍ରମଣି ସେଣ୍ଡ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ବିଦ୍ୟା ଅର୍ଜନ ସହିତ ଖେଳକୁଦ ଉପରେ ସମସ୍ତେ ଅଭିରୁଚି ରଖିବା ପାଇଁ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଅତିଥିଭାବେ ଜାତୀୟ କ୍ରୀଡା ପ୍ରତିଷ୍ଠାନର ପ୍ରଶିକ୍ଷିକା(ଭଲିବଲ୍‌) ସୁଷମା ନନ୍ଦ ଯୋଗ ଦେଇ ପିଲାମାନଙ୍କୁ କ୍ରୀଡା ପ୍ରତି ରୁଚି ରଖି ନିୟମିତ କ୍ରୀଡା ଅଭ୍ୟାସ କଲେ ଭବିଷ୍ୟତରେ ଜଣେ ଜଣେ ସଫଳ କ୍ରୀଡାବିତ୍ ହୋଇ ରାଜ୍ୟ ତଥା ଦେଶର ଗୌରବକୁ ବୃଦ୍ଧିକରି ପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ସୁଶ୍ରୀ ଶିବାନୀ ପ୍ରିୟଦର୍ଶିନୀ ଯୋଗ ଦେଇ କୁନି କୁନି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ବାର୍ଷିକ କ୍ରୀଡାର ସଂଯୋଜକ ନନ୍ଦ କିଶୋର ସାହୁ କ୍ରୀଡା ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ବେହେରା ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ କେଦାର ନାଥ ସେଠୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଚଳିତ ବର୍ଷ ଓଡିଶା ପ୍ରଶାସନ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ତିନିଜଣ ପୁରାତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ସର୍ମ୍ବଦ୍ଧିତ କରିଥିଲେ । ଏହାପରେ ଶ୍ରେଷ୍ଠକ୍ରୀଡାବିତ୍‌ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ତିନି ଦିନିଆ କ୍ରୀଡାରେ ବିଦ୍ୟାଳୟର ପ୍ରାୟ ୮୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Khansweb Solution Bhubaneswar
1 Comment
  1. mitolyn official says

    **mitolyn official**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.