banner
Breaking

ଏସଏମଏଫଜି ଇଣ୍ଡିଆ କ୍ରେଡିଟ୍ ଷଷ୍ଠ ପଶୁ ବିକାଶ ଦିବସରେ ୧ ଲକ୍ଷରୁ ଅଧିକ ଗୋରୁଙ୍କର ଚିକିତ୍ସା କରିବା ସହିତ ଦୁଗ୍ଧ ଚାଷରେ ମହିଳାମାନଙ୍କ ଯୋଗଦାନକୁ ପ୍ରୋତ୍ସାହିତ କଲା

5

ଭାରତର ଅଗ୍ରଣୀ ଏନବିଏଫସି ଏସଏମଏଫଜି ଇଣ୍ଡିଆ କ୍ରେଡିଟ୍ କୋ ଲିଃ. (ପୂର୍ବରୁ ଫୁର୍ଲଟନ୍ ଇଣ୍ଡିଆ କ୍ରେଡିଟ୍ କୋ ଲିଃ.) ୧ ଲକ୍ଷ ଗୋରୁଙ୍କ ଚିକିତ୍ସା ତଥା ଆବଶ୍ୟକ ସ୍ୱାସ୍ଥ୍ୟସେବା ଏହାର ଷଷ୍ଠତମ ପଶୁ ବିକାଶ ଦିବସ (ପିଭିଡି)ସଂସ୍କରଣରେ ଦେଶର ୧୪ଟି ରାଜ୍ୟରେ ୪୬୦ରୁ ଅଧିକ ସ୍ଥାନରେ ସମ୍ପନ୍ନ କରିଛି ।

ଭାରତରେ ୮ କୋଟିରୁ ଅଧିକ ପରିବାର ଦୁଗ୍ଧ ଉତ୍ପାଦନ କ୍ଷେତ୍ର ସହିତ ସିଧାସଳଖ ଜଡିତ ଏବଂ ୭୦% ମହିଳାମାନେ ପ୍ରତିନିଧିତ୍ୱ କରନ୍ତି । ଏହି ମହିଳାମାନଙ୍କ ଉଦ୍ୟମକୁ ସ୍ମରଣ କରିବା ପାଇଁ ଷଷ୍ଠ ପଶୁ ବିକାଶ ଦିବସ ‘ଦୁଗ୍ଧ ଚାଷରେ ମହିଳା’ ପାଳନ କରିଯାଇଥିଲା । ଏହି ପଦକ୍ଷେପ ଇଏସଜି ଫ୍ରେମୱାର୍କରେ ‘ସାମାଜିକ’ ଦିଗକୁ ପ୍ରତିଫଳିତ କରିବା ସହିତ, ଲିଙ୍ଗଗତ ବିବିଧତାର ସାମାଜିକ ଉନ୍ନତି ଏବଂ ଅନ୍ତର୍ଭୁକ୍ତିକରଣରେ ଯୋଗଦାନକୁ ଗୁରୁତ୍ୱ ଦେଇଥାଏ ।

ଗୋରୁଙ୍କ ସ୍ୱାସ୍ଥ୍ୟସେବା ସହିତ ଏସଏମଏଫଜି ଇଣ୍ଡିଆ କ୍ରେଡିଟ୍ ପକ୍ଷରୁ ଦେଶବ୍ୟାପୀ ୩୦୦ ରୁ ଅଧିକ ଏଭଳି ଶିବିର ୨୦୨୪ ଫେବୃୟାରୀ ୪ ରୁ ଫେବୃୟାରୀ ୧୦ ମଧ୍ୟରେ ଆୟୋଜନ କରାଯାଇଥିଲା । ଯାହାଦ୍ୱାରା ୩୦,୦୦୦ ରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି, ଷଷ୍ଠତମ ପଶୁ ବିକାଶ ଦିବସ ଦ୍ୱାରା ୧,୨୫,୦୦୦ ଗୋରୁଙ୍କ ସ୍ୱାସ୍ଥ୍ୟସେବା ନିଆଯାଇପାରିଛି ।

କମ୍ପାନୀର ବିବିଧ କର୍ମଚାରୀମାନେ ହେଉଛନ୍ତି ଏକ ରଣନୀତିକ ପଦକ୍ଷେପର ଯୋଗଦାନକାରୀ । ସେମାନେ ୬୦୦ ଟି ସହର ଏବଂ ୬୫,୦୦୦ରୁ ଅଧିକ ଗ୍ରାମରେ ଏକ ପ୍ୟାନ ଇଣ୍ଡିଆ ଗ୍ରାହକ ଆଧାର ସୃଷ୍ଟି କରିଛନ୍ତି । ସେମାନଙ୍କର ଲକ୍ଷ୍ୟ ହେଉଛି ଏକ ସାମଗ୍ରିକ ଅନ୍ତର୍ଭୁକ୍ତିକରଣ ଇକୋସିଷ୍ଟମକୁ ସୁନିଶ୍ଚିତ କରିବା ଏବଂ ଋଣ ମାଧ୍ୟମରେ ପାଣ୍ଠି ଯୋଗାଇ ସ୍ଥାନୀୟ ସମ୍ପ୍ରଦାୟରେ ଉନ୍ନତି ସହିତ ଗ୍ରାମୀଣ ଭାରତର ବିକାଶ କରିବା ।

ପଶୁ ବିକାଶ ଦିବସରେ ଦେଶରେ ୪୦୦୦ ରୁ ଅଧିକ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣ କରି ସ୍ୱେଚ୍ଛାସେବୀ ଭାବେ ଗୋଟିଏ ଦିନରେ ଏକାଠି ହୋଇ ଏହି ପ୍ରୟାସକୁ ପୂରଣ କରିଥିଲେ ।

ଏହି ଅବସରରେ ଏସଏମଏଫଜି ଇଣ୍ଡିଆ କ୍ରେଡିଟ୍‌ର ମୁଖ୍ୟ କାର୍ଯ୍ୟନିିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଶାନ୍ତନୁ ମିତ୍ର କମ୍ପାନୀର ସାମାଜିକ ପଦକ୍ଷେପ ବିଷୟରେ କହିଲେ, ଆମର ଗ୍ରାମୀଣ ଗ୍ରାହକଙ୍କ ୯୦% ରୁ ଅଧିକ ମହିଳା ଅଟନ୍ତି । ଆମର ଅନେକ ଗ୍ରାହକ ଗୋରୁ କ୍ରୟ ପାଇଁ ଋଣ ନେଇଥାନ୍ତି, ଯାହା ସେମାନଙ୍କ ପାଇଁ ଆୟର ଏକ ବଡ଼ ଉତ୍ସ ଅଟେ । ଆମର ସ୍ଥାନୀୟ ସମ୍ପ୍ରଦାୟର ବିକାଶ କାର୍ଯ୍ୟକ୍ରମଗୁଡ଼ିକ ପରିବର୍ତନ ପାଇଁ ଏକ ଅନୁକ୍ରମଣିକା ଭାବରେ କାର୍ଯ୍ୟ କରିଥାଏ ଏବଂ ଗ୍ରାମାଂଚଳର ଜୀବିକା ବୃଦ୍ଧି, ସାମଗ୍ରିକ ଜୀବନଶୈଳୀ ବୃଦ୍ଧି ଏବଂ ଆୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥାଏ । ପଶୁପାଳନ କଲ୍ୟାଣ ସହିତ ଆମେ ସକ୍ରିୟ ଭାବରେ ଦକ୍ଷତା ବିକାଶ ଏବଂ ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରୁ, ଆମେ ସେବା ପ୍ରଦାନ କରୁଥିବା ସ୍ଥାନୀୟ ସମ୍ପ୍ରଦାୟର ସାମଗ୍ରିକ କଲ୍ୟାଣରେ ଯୋଗଦାନ ଦେଇଥାଉ । ଅଭିନବ ତଥା ସ୍ଥାୟୀ ସାମାଜିକ-ଅର୍ଥନୈତିକ ପଦକ୍ଷେପ ମାଧ୍ୟମରେ ସମ୍ପ୍ରଦାୟର ସ୍ଥାୟୀ ଅନ୍ତର୍ଭୁକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଥାଉ ।

ପଶୁ ବିକାଶ ଦିବସ ସମ୍ପର୍କରେ ସୂଚନା ଦେଇ ଏସଏମଏଫଜି ଇଣ୍ଡିଆ କ୍ରେଡିଟ୍‌ର ମୁଖ୍ୟ ଅପରେଟିଂ ଅଧିକାରୀ ସ୍ୱାମୀନାଥନ ସୁବ୍ରମଣ୍ୟନ କହିଲେ, ଏସଏମଏଫଜି ଇଣ୍ଡିଆ କ୍ରେଡିଟ୍‌ରେ ଆମେ ଗ୍ରାମୀଣ ବିକାଶ ପ୍ରତି ଆମର ପ୍ରତିବଦ୍ଧତା ଏବଂ ସାମାଜିକ ପଦକ୍ଷେପକୁ ସମର୍ଥନ କରିବା ପାଇଁ ଆମର ଲକ୍ଷ୍ୟରେ ସ୍ଥିର ରହିଛୁ । ଏକ ଅଗ୍ରଣୀ ଋଣ ପ୍ରଦାନକାରୀ ଭାବରେ, ଆମେ ଆମର ସମ୍ପ୍ରଦାୟର ବାହ୍ୟ କାର୍ଯ୍ୟକଳାପ, ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମ ଏବଂ ଏକଜୁଟ ହୋଇ କାର୍ଯ୍ୟ କରୁଥିବା ବିବିଧ କର୍ମଜୀବୀ ଇଏସଜିର ‘ସାମାଜିକ’ ଦିଗକୁ ବ୍ୟବହାର କରିବାକୁ ଇଚ୍ଛା କରୁଛୁ ଏହାକୁ ଦୃଷ୍ଟିରେ ରଖି ପଶୁ ବିକାଶ ଦିବସ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଜାଇନ କରାଯାଇଛି । ଗ୍ରାମାଂଚଳରେ ଗୋରୁ ଏବଂ ସେମାନଙ୍କର ମାଲିକଙ୍କ ଆଶା ଆକାଂକ୍ଷାକୁ ଶକ୍ତି ପ୍ରଦାନ କରେ ଏବଂ ପଶୁପାଳନ ଉତ୍ପାଦନ ବୃଦ୍ଧି ସହ ପରବର୍ତୀ ସମୟରେ ଘରର ଆୟ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥାଏ । ଆମର ଲକ୍ଷ୍ୟ କେବଳ ଆମର ଗ୍ରାହକଙ୍କ ନୁହେଁ, ବରଂ ସମ୍ପ୍ରଦାୟର ସଶକ୍ତିକରଣ ଏବଂ ଉନ୍ନତି ପାଇଁ ଆର୍ଥିକ ଦୁର୍ବଳ ଲୋକଙ୍କୁ ସହାୟତା ପ୍ରଦାନ କରିବା ।

ପଶୁ ବିକାଶ ଦିବସ ଏକ ସକାରାତ୍ମକ ପରିବର୍ତନ ସୃଷ୍ଟି କରିବା ଏବଂ ଦୁଗ୍ଧ ଚାଷ କ୍ଷେତ୍ରରେ ସ୍ଥାୟୀ ଅଭ୍ୟାସ ପ୍ରତିପାଦନ କରିବା ପାଇଁ କମ୍ପାନୀର ନିରନ୍ତର ଉତ୍ସର୍ଗର ଉଦାହରଣ ଦେଇଥାଏ । ଚଳିତ ବର୍ଷ କମ୍ପାନୀ ସାରା ବିଶ୍ୱରେ ଆୟୋଜିତ ସର୍ବ ବୃହତ ଏକ ଦିନିଆ ଗୋରୁ ଯତ୍ନ ଶିବିର ୱାର୍ଲ୍ଡ ରେକର୍ଡ ୟୁନିଅନରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ବିଗତ କିଛି ସଂସ୍କରଣ ମଧ୍ୟରେ, ପିଭିଡି ଭାରତରେ ଆୟୋଜିତ ହୋଇଥିବା ସର୍ବ ବୃହତ ଏକକ ଦିନିକିଆ ଗୋରୁ ଯତ୍ନ ଶିବିର ପାଇଁ

୨୦୧୫ ଲିମ୍‌କା ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇଥିଲା । ୨୦୧୮ ରେ ବେଷ୍ଟ ଅଫ ଇଣ୍ଡିଆ ରେକର୍ଡ ଏବଂ ୨୦୧୯ ରେ ୱାର୍ଲ୍ଡ ବୁକ ଅଫ ରେକର୍ଡ ଦ୍ୱାରା ସର୍ବ ବୃହତ ଗୋରୁ ଯତ୍ନ ଶିବିର ଭାବେ ମାନ୍ୟତା ହାସଲ କରିଥିଲା ।

Khansweb Solution Bhubaneswar
5 Comments
  1. xoso6600 says

    XOSO6600 doing well here! Great lottery number options and a proper mobile app. Makes it easy to check results when I’m on the go. Seriously convenient. xoso6600

  2. vvwin says

    Yo, vvwin is pretty cool. The site is easy to use, and they’ve got a lot of different games. Check it out and see what you think. You may love it! vvwin

  3. 777betcasino says

    Feeling lucky? 777betcasino might be your new lucky spot! Gave it a shot and I’m not disappointed! Check it out: 777betcasino

  4. vaobong8899 says

    Used vaobong8899 to bet today. Place runs smooth and quick. Get some action: vaobong8899

  5. vg99 says

    VG99 hả? Thấy quảng cáo rầm rộ lắm đó. Để vào xem có đúng là ‘ngon’ như lời đồn không đã. Biết đâu lại tìm được bến đỗ mới. Let’s explore vg99.

Leave A Reply

Your email address will not be published.