banner
Breaking

ଆଜିଠାରୁ ସ୍କୁଲ ବସ୍ ଚେକି°

0

ଭୁବନେଶ୍ୱର,୨୦।୪(ବ୍ୟୁରୋ): ସ୍କୁଲ ପିଲାଙ୍କୁ ନେଉଥିବା ବସ୍‌ ଏବଂ ଅନ୍ୟାନ୍ୟ ଭେଇକିଲ ଚେକିଂ ବୁଧବାରଠୁ ଜୋରଦାର କରାଯିବ। ଆଜିଠୁ ୨୭ ଯାଏ ଯାଞ୍ଚ କରାଯାଇ ୨୮ ତାରିଖ ସୁଦ୍ଧା ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କୁ ନେଇ ଯାଉଥିବା ଗାଡ଼ିର ଫିଟେନସ, ପରମିଟ, ଇନସୁରାନ୍ସ, ପଲ୍ୟୁଶନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ। ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଏବଂ ଚାଳକଙ୍କ ଲାଇସେନ୍ସ ଯାଞ୍ଚ କରାଯିବ । ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟାତକୁ ଏସ୍‌ଟିଏ ଗୁରୁତ୍ୱ ଦେଇଛି।

ରାଜ୍ୟରେ ଅନେକ ସ୍କୁଲରେ କାଗଜପତ୍ର ଠିକ ନ ଥିବା ଗା ଛୋଟ ପିଲାଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ଅନେକ ସମୟରେ ଗାଡିଗୁଡିକ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି। ଏହା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସ୍କୁଲ ଗାଡ଼ିର କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.