ସମ୍ବଲପୁର,୫/୧୨(ବ୍ୟୁରୋ): ସମ୍ବଲପୁରରେ ଆଇନ ଶୃଙ୍ଖଳା ସମ୍ପୁର୍ଣ୍ଣ ଭୂଷୁଡି ପଡିଥିବାରୁ ନିୟମିତ ଚୋରି, ରାହାଜାନି, ଗୋଷ୍ଠୀ ସଂଘର୍ଷ, ଲୁଟ ଆଦି ଅପରାଧିକ ଘଟଣା ଅହେତୁକ ଭାବରେ ବୃଦ୍ଧି ପାଇଛି। ଅତ୍ୟନ୍ତ ସୁରକ୍ଷିତ ମଣା ଯାଉଥିବା ତଥା ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ଙ୍କ କାର୍ଯ୍ୟାଳୟ ସନ୍ନିକଟ ଶକ୍ତି ସଂଘ ଛକ ଠାରେ ସ୍ଥିତ ମାଁ ଭୂବନେଶ୍ୱରୀ ମନ୍ଦିରରୁ ଚୋରି ହୋଇଯାଇଛି। ଶନିବାର – ରବିବାର ରାତ୍ରିରେ ଅଜଣା ଚୋର ମାନେ ମନ୍ଦିରର ଦାନବାକ୍ସ ଭାଙ୍ଗି ବିପୁଳ ମାତ୍ରାରେ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି। ଏ ସର୍ମ୍ପକରେ ରବିବାର ସକାଳୁ ଜଣାପଡିବା ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରାଯିବାରୁ ଏକ ମାମଲା ରୁଜୁ କରି ଘଟଣାର ପୁଲିସ ତଦନ୍ତ ଆରମ୍ଭ କରିଛି। ଚୋରି ସର୍ମ୍ପକରେ ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ସମେତ ବିଭିନ୍ନ ସୂତ୍ରରୁ ଚୋର ମାନଙ୍କୁ ଧରିବାର ପ୍ରୟାସ ଜାରି ରଖିଛି।ସୂଚନାଯୋଗ୍ୟ ଯେ, ଏବେ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଗୁଡିକରୁ ଚୋରି ଘଟଣା ବେଶ ବୃଦ୍ଧି ପାଇଥିବା ବେଳେ ମୋଦିପଡା ଅଞ୍ଚଳରେ ଏକ ହନୁମାନ ମନ୍ଦିରରୁ ଏକ ଦିନ ତଳେ ଚୋରି ହୋଇଛି ଏବଂ ଚୋର ମାନଙ୍କୁ ପୁଲିସ ଏ ପର୍ଯ୍ୟନ୍ତ ଚୋର ମାନଙ୍କୁ ଧରିବାରେ ବିଫଳ ରହିଛି।
Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
