banner
Breaking

ଭାରତରେ ଏକମାତ୍ର ସହରଭାବେ ବିଶ୍ୱରେ ସ୍ଥାନ ପାଇଲା ରାଉରକେଲା

0

ରାଉରକେଲା, ୧୮/୧(ବ୍ୟୁରୋ): ବ୍ଲୁମ୍‌ବର୍ଗ
ଫିଲିଆନ୍ଥ୍ରୋପିଜ୍ ପକ୍ଷରୁ ବିଶ୍ୱସ୍ତରରେ ନବୀକରଣ
ପ୍ରତିଯୋଗିତା ଅନ୍ତର୍ଗତ ୨୦୨୧-୨୦୨୨ ଗ୍ଲୋବାଲ ମେୟର ଚ୍ୟାଲେଞ୍ଜ୍ ବିଜୟୀ ହୋଇଥିବା ୧୫ ସହର ସମ୍ପର୍କରେ ଘୋଷଣା
କରାଯାଇଛି । ଉଲ୍ଲେଖନୀୟ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଥିବା ସହରର ନବୀକରଣ ଯୋଜନାକୁ ଏଥିରେ ସାମିଲ କରାଯାଇଛି ।
କୋଭିଡ୍‌-୧୯ ମହାମାରୀ ସମୟରେ ବିଶ୍ୱସ୍ତରୀୟ ଏହି ୧୫ ଉନ୍ନତ ସହରୀ ନବୀକରଣ ପ୍ରୟାସକୁ ପରିଚିତି ମିଳିଛି । ବିଜୟୀ ଚିନ୍ତାଧାରା ଗୁଡ଼ିକ ଆର୍ଥିକ ପୁନଃସ୍ଥାପନ ଏବଂ ଅନ୍ତର୍ଭୁକ୍ତିକରଣ ବିକାଶ,ସ୍ୱାସ୍ଥ୍ୟ ଏବଂ କଲ୍ୟାଣ, ଜଳବାୟୁ ଏବଂ ପରିବେଶ ତଥା ଲିଙ୍ଗଗତ ସମାନତା ଆଦି ୪ଟି ସାମ୍ପ୍ରତିକ ପ୍ରସଙ୍ଗ ଉପରେ ପର୍ଯ୍ୟବେସିତ ।

ରାଉରକେଲା ମହାନଗର ନିଗମ ଦ୍ୱାରା ପ୍ରୋତ୍ସାହିତ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପରିଚାଳିତ ସୌରଶକ୍ତି ଚାଳିତ ଶୀତଳ ଭଣ୍ଡାର
ଦ୍ୱାରା ବର୍ଜ୍ୟ ପଦାର୍ଥ ହ୍ରାସ କରାଯିବା ସହିତ ଦୁର୍ଗମ ଅଂଚଳରେ ସାମଗ୍ରୀର ବିକ୍ରୟ କରାଯିବା ପ୍ରୟାସ ଚିନ୍ତାଧାରାକୁ ୧ ନିୟୁତ ଡଲାର ପୁରସ୍କାର ପ୍ରଦାନ କରାଯାଇଛି । ଏକ ଡିଜିଟାଲ କ୍ଲଷ୍ଟର
ସୌରଶକ୍ତି ଶୀତଳ ଭଣ୍ଡାର ସ୍ଥାପନ ସହିତ ବୈଦ୍ୟୁତିକ ଯାନ ମାଧ୍ୟମରେ ବିଭିନ୍ନ ବର୍ଗର ଉପଭୋକ୍ତାଙ୍କ ମଧ୍ୟରେ ସାମଗ୍ରୀ ବିତରଣ ଏହି
ପ୍ରୟାସର ମୁଖ୍ୟ ଲକ୍ଷ୍ୟ । ଏହି ଶୀତଳ ଭଣ୍ଡାରକୁ ଭେଣ୍ଡରଙ୍କ ଦ୍ୱାରା ସେମାନଙ୍କର ପଦାର୍ଥର ସୁରକ୍ଷିତ ମହଜୁଦ୍ ପାଇଁ ବ୍ୟବହାର କରାଯିବ ।
ଭେଣ୍ଡର ନିଜ ଇଛା ଅନୁସାରେ ମହଜୁଦ୍ ସାମଗ୍ରୀକୁ ନିଜର ଆବଶ୍ୟକତା ଅନୁସାରେ ବାହାର କରିପାରିବେ ଅବା କୋଲ୍ଡ
ରୁମ୍ ଅପରେଟରଙ୍କ ଦ୍ୱାରା ଏସବୁର ବିକ୍ରି ମଧ୍ୟ କରିପାରିବେ । ଏହି ସମସ୍ତ ପ୍ରକ୍ରିୟା ମହିଳା ଫେଡେରେଶନ ଦ୍ୱାରା କାର୍ଯ୍ୟକ୍ଷମ ଏବଂ
ପରିଚାଳିତ ହେବ । ଯାହାଦ୍ୱାରା ସେମାନଙ୍କୁ ନୂତନ ଏବଂ ଉପଯୁକ୍ତ ଜୀବନ ଜୀବିକାର ସୁଯୋଗ ପ୍ରଦାନ କରାଯାଇ ପାରିବ ।
ରାଉରକେଲା ବାସିନ୍ଦା ନିଜ ଘରେ ବସି ଏହା ମାଧ୍ୟମରେ ସହଜରେ ପନିପରିବା ପାଇପାରିବେ । ଏ ସମ୍ପର୍କରେ ପ୍ରକାଶ କରି ରାଉରକେଲା ମହାନଗର ନିଗମ କମିଶନର ଡ଼ା ଶୁଭଙ୍କର ମହାପାତ୍ର ବେଶ୍ ଆନନ୍ଦ ଅନୁଭବ
କରିଛନ୍ତି । ରାଉରକେଲା ମହାନଗର ନିଗମ, କୋଏଲ୍ ଫ୍ରେଶ୍ ପ୍ରାଇଭେଟ୍ ଲିମିଟେଡ୍‌, ରିସର୍ଚ୍ଚ ଷ୍ଟୁଡେଂଟସ୍ ଏବଂ ରାଉରକେଲା ଏନ୍‌ଆଇଟିର ପୂର୍ବତନ ଶିକ୍ଷାର୍ଥୀ ଗତ ୬ ମାସ ମଧ୍ୟରେ ଏନେଇ
ଉଲ୍ଲେଖନୀୟ ଦକ୍ଷତାର ପ୍ରଦର୍ଶନ କରିଛନ୍ତି । ସେମାନଙ୍କର ପ୍ରୟାସ ଦ୍ୱାରା ଆଜି ଆମ ସହର ବିଶ୍ୱରେ ଶ୍ରେଷ୍ଠ ୧୫ ସ୍ଥାନରେ ପହଂଚି ପାରିଛି ।
ସମ୍ମାନ ଜନକ ବ୍ଲୁମ୍‌ବର୍ଗ ଫିଲିଆନ୍ଥ୍ରୋପିଜ୍ ଗ୍ଳୋବାଲ ମେୟର ଚ୍ୟାଲେଞ୍ଜ୍‌-୨୦୨୧ ଆୱାର୍ଡ ବିଜୟୀ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଜଳବାୟୁ ପରିବ ର୍ନ ସମାଧାନ, ମହିଳା ସଶକ୍ତିକରଣ, ସାମାଜିକ ଅନ୍ତର୍ଭୁକ୍ତିକରଣ ଏହି ପ୍ରକଳ୍ପର ମୁଖ୍ୟ ଶୀର୍ଷକ ଥିବାବେଳେ
ଏହାଦ୍ୱାରା କୋଭିଡ୍ ଏବଂ କୋଭିଡ୍ ପରବର୍ତୀ ସମୟରେ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରାଯାଇ ପାରିଛି । ସହରରେ ସ୍ୱଂୟ ସହାୟକ ଗୋଷ୍ଠୀ ନିୟୋଜନ, ସୌରଚାଳିତ
ରାଉରକେଲା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା
ସଶକ୍ତି ଉଦ୍ୟମ ଅବ୍ୟାହତ ରହିଛି । ଏଭଳି ସମ୍ମାନ ଲାଭ ଦ୍ୱାରା ଦୀର୍ଘସ୍ଥାୟୀ ବିକାଶ କାର୍ଯ୍ୟଗୁଡ଼ିକ ଅଧିକ ତ୍ୱରାନ୍ୱିତ
କରିବାର ଆଶା ରହିଛି । ଆଗାମୀ ଦିନରେ ଆମର ଟିମ୍ ବାହ୍ୟ ଅଂଶୀଦାର ରାଉରକେଲା ଏନ୍‌ଆଇଟିର ଷ୍ଟାର୍ଟଅପ୍ କୋଏଲ୍
ଫ୍ରେଶ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ମିଳିତ ଭାବେ କାର୍ଯ୍ୟ କରି କ୍ଷୁଦ୍ର ଭେଣ୍ଡର ଏବଂ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଜୀବନ
ଜୀବିକା ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଯୋଜନା ରଖିଛି । ରାଉରକେଲା ବାସିନ୍ଦାଙ୍କୁ ନିଜ ଘର ଦୁଆରରେ ପ୍ରଭାବଶାଳୀ ଢ଼ଙ୍ଗରେ ଫଳ, ପନିପରିବା, ଦୁଗ୍ଧଜାତ ଉତ୍ପାଦ ଆଦି
ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ଲାଗି ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇଛି । ଆମେ ଆଶା କରୁଛି ଏଭଳି ସମାଧାନ ଭାରତର ବିଭିନ୍ନ ଅଂଚଳରେ କାର୍ଯ୍ୟକାରୀ ହେଉ ।
ଏକ୍ଷେତ୍ରରେ ରାଉରକେଲା ସହର ଏକ ଆଦର୍ଶ ଉଦାହରଣ ପାଲଟୁ । ଆମ ସହରର ଦକ୍ଷତା ପ୍ରମାଣିତ କରିବା ଲାଗି ଏଭଳି ଏକ କ୍ଷେତ୍ର ପ୍ରଦାନ କରିଥିବାରୁ ଆମେ ବ୍ଲୁମ୍‌ବର୍ଗ ଫିଲ୍‌ଆନ୍ଥ୍ରୋପିଜ୍‌କୁ ଧନ୍ୟବାଦ ଜଣାଉଛୁ ।
ସହର ବାସିନ୍ଦାଙ୍କ କଲ୍ୟାଣ କ୍ଷେତ୍ରରେ ଏହି ପ୍ରୟାସର ଦୀର୍ଘସ୍ଥାୟୀ ପ୍ରଭାବ ପ୍ରତିଫଳିତ ହେବ । ଏହାଦ୍ୱାରା ରାଉରକେଲାର କ୍ଷୁଦ୍ର ଏବଂ
ନାମମାତ୍ର ଭେଣ୍ଡର ବିଶେଷ ଭାବେ ମହିଳା ଭେଣ୍ଡର ସେମାନଙ୍କର ସାମଗ୍ରୀର
ବାଧ୍ୟତାମୂଳକ ବିକ୍ରି କମିପାରିବ । ଏହି ପ୍ରୟାସ ମାଧ୍ୟମରେ ସେମାନଙ୍କର ବିକ୍ରି ଦକ୍ଷତା ବୃଦ୍ଧି ହେବା ସହିତ ସେମାନଙ୍କର ଗ୍ରାହକ ସଂଖ୍ୟାରେ ବୃଦ୍ଧି ଏବଂ ଭଲ ସତେଜ ସାମଗ୍ରୀ ଯୋଗାଣ ହୋଇପାରିବ । ଏହା ପ୍ରତ୍ୟକ୍ଷ ଭାବେ ସେମାନଙ୍କର ଆର୍ଥିକ ଏବଂ ମାନସିକ ଭାବପ୍ରବଣତା ଦିଗକୁ ସମୃଦ୍ଧ କରିବାକୁ ସକ୍ଷମ ହେବ । ରାଉରକେଲାର ମହିଳା ଫେଡେରେଶନ
ସଦସ୍ୟାମାନେ ଏହା ଦ୍ୱାରା ନୂତନ ଏବଂ ଉପଯୁକ୍ତ ଜୀବନ ଜୀବିକା ସୁଯୋଗ ଲାଭ କରିପାରିବେ । ସେହିପରି କ୍ଷୁଦ୍ର ଏବଂ ନାମମାତ୍ର
ଭେଣ୍ଡରଙ୍କ ଜୀବନ ଶୈଳୀ ଉପରେ ଏହାର ସକାରାତ୍ମକ ପ୍ରଭାବ
ଅନୁଭୁତ ହେବ । ଏହା ମାଧ୍ୟମରେ ରାଉରେକଲାର ବରିଷ୍ଠ ନାଗରିକ
ଏବଂ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ ଏବେ ସହଜରେ ଫଳ ଏବଂ ପନିପରିବା
ଅର୍ଡର କରିବା ସହିତ ଏସବୁକୁ ସେମାନଙ୍କ ଘର ଦୁଆରରେ ।ଇପାରିବେ । ଘରେ ବସି ସାମଗ୍ରୀର ସହଜ ଏବଂ
ଆରାମ ଦାୟକ ଶପିଂ କରିବା ଏବେ ପ୍ରମୁଖ ନାଗରିକଙ୍କ ପାଇଁ ସମ୍ଭବ
ହୋଇ ପାରିବ । ଏଥିରେ ବ୍ୟବହୃତ ହେଉଥିବା ଉଦୀୟମାନ ସ୍ୱଚ୍ଛ
ଜ୍ଞାନକୌଶଳ ରାଉରକେଲାର ପରିବେଶ ଉପରେ ସକରାତ୍ମକ ପ୍ରଭାବ
ପ୍ରକାଇବ ।
ସାମ୍ପ୍ରତିକ ମହାମାରୀ ସମୟରେ ବିଶ୍ୱରେ ସାଧାରଣ ସ୍ୱାସ୍ଥ୍ୟ ଏବଂ
ଆର୍ଥିକ ପ୍ରୟାସ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ
କରାଯାଉଥିବାବେଳେ କେତେକ ସହର ଅନନ୍ୟ ନବୀକରଣ ପ୍ରୟାସ
ଚିନ୍ତାଧାରାକୁ ପ୍ରଣୟନ କରିପାରିଛନ୍ତି ଯାହା କି ଜାତୀୟ
ସରକାରଙ୍କ ପାଇଁ ହୁଏତ ଅସମ୍ଭବ ହୋଇ ପାରିଥାନ୍ତା ବୋଲି ବ୍ଲୁମ୍‌ବର୍ଗ
ଫିିଲ୍‌ଆନ୍ଥ୍ରୋପିଜ୍ ତଥା ବ୍ଲୁମ୍‌ବର୍ଗ ଏଲ୍‌.ପି.ର ପ୍ରତିଷ୍ଠାତା
ଏବଂ ନ୍ୟୁୟର୍କ ସହରର ୧୦୮ତମ ମେୟର ମାଇକେଲ୍ ଆର୍‌. ବ୍ଲୁମ୍‌ବର୍ଗ
କହିଛନ୍ତି । ଆମର ୧୫ ତମ ବିଜେତା ସ୍ୱାସ୍ଥ୍ୟ ବିକାଶ,
ବେରୋଜଗାର ହ୍ରାସ, ମହିଳା ସଶକ୍ତି କରଣ ସହିତ ବହୁ କ୍ଷେତ୍ରରେ ଦୃଢ଼
ପଦକ୍ଷେପ ଗ୍ରହଣ କରି ବେଶ୍ ସଫଳ ହୋଇପାରିଛନ୍ତି । ସାମଗ୍ରୀକ ଭାବେ
ନିଜର ଦକ୍ଷତା ଦ୍ୱାରା ଅସଂଖ୍ୟ ବାସିନ୍ଦାଙ୍କ ଜୀବନଶୈଳୀରେ ବିକାଶ
ଏବଂ ସଫଳତାର ସହିତ ସମାଧାନ ଉପଲବ୍ଧ କରାଯାଇ ବିଶ୍ୱସ୍ତରରେ ଅନ୍ୟ ସହର
ପାଇଁ ପ୍ରେରଣାର ଉତ୍ସ ପାଲଟି ପାରିଛି ।
ଗ୍ଳୋବାଲ ମେୟର ଚ୍ୟାଲେଞ୍ଜ୍‌
୬ଟି ମହାଦେଶର ୧୩ଟି ଦେଶରୁ ବିଜେତା ହୋଇଥିବା ୧୫ଟି ସହର
୩୦ ନିୟୁତରୁ ଅଧିକ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରୁଛନ୍ତି । ଗତ
୪ମାସ ଧରି ସହରଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଗଭୀର
ତଦାରଖ ଏବଂ ପରୀକ୍ଷଣ ପରେ ୫୦ ଚାମ୍ପିୟନ ସହର ମଧ୍ୟରୁ ସେମାନଙ୍କୁ ଚୟନ
କରାଯାଇଛି । ୨୦୨୧ ଜାନୁୟାରୀରେ ପ୍ରତିଯୋଗିତା ଆରମ୍ଭ
ସମୟରେ ୯୯ଟି ଦେଶର ୬୩୧ ସହରର ମେୟରଙ୍କ ପକ୍ଷରୁ ସେମାନଙ୍କର ଶ୍ରେଷ୍ଠ
ନବୀନତମ ଚିନ୍ତାଧାରାର ପ୍ରୟାସକୁ ଉପସ୍ଥାପନ କରାଯାଇଥିଲା ।
ମେୟର ଚ୍ୟାଲେଞ୍ଜ ଚୟନ କମିଟି ବ୍ଲୁମ୍‌ବର୍ଗ
ଫିଲ୍‌ଆନ୍ଥ୍ରୋପିଜ୍‌କୁ ୧୫ ସହର ଚୟନ କରିବାରେ ଆବଶ୍ୟକ
ସହାୟତା ଯୋଗାଇ ଦେଇଥିଲେ । ଏହି କମିଟିରେ ବ୍ଲୁମ୍‌ବର୍ଗ
ଫିଲ୍‌ଆନ୍ଥ୍ରୋପିଜ୍ ବୋର୍ଡ ସଦସ୍ୟ ମେଲୋଡୀ ହୋବସୋନ୍‌, କୋ-
ସିଇଓ ଏବଂ ସଭାପତି ଏରିଏଲ୍ ଇନଭେଷ୍ଟମେଂଟ୍‌, ଡେଭିଡ୍
ମିଲିବ୍ୟାଣ୍ଡ୍‌, ସଭାପତି ଏବଂ ସିଇଓ, ଇଂଟରନ୍ୟାଶନାଲ ରେସକ୍ୟୁ କମିଟି ପ୍ରମୁଖ ରହିଥିଲେ । ଏହା ସହିତ
କମିଟିରେ ବିଶ୍ୱସ୍ତରୀୟ ବିଶେଷଜ୍ଞ ସାର୍ ଡେଭିଡ୍ ଆଦଜେୟ,
ଓବିଇ ଫାଉଣ୍ଡର, ଆଦଜେୟ ଆସୋସିଏଟସ୍‌, ଡ. ୟୋଗାନ୍ ପିଲେ,
କଂଟ୍ରି ନିର୍ଦ୍ଦେଶକ ସାଉଥ୍ ଆଫ୍ରିକା ଏବଂ ସିନିଅର ଗ୍ଲୋବାଲ
ନିର୍ଦ୍ଦେଶକ ୟୁନିଭର୍ସାଲ ହେଲ୍‌ଥ କଭରେଜ୍‌, କ୍ଲିଂଟନ ହେଲ୍‌ଥ
ଆକ୍ସେସ୍ ଇନିସିଏଟିଭ୍‌, ଜଗନ ଶାହା, ସିନିଅର ଇନଫ୍ରାଷ୍ଟ୍ରକଚର
ଆଡଭାଇଜର, ଫରେନ. କମନୱେଲ୍‌ଥ ଏବଂ ଡେଭଲପମେଂଟ୍ ଅଫିସ୍‌,
ବ୍ରିଟିଶ୍ ହାଇକମିଶନ, ନୂଆଦିଲ୍ଲୀ, ଲିଣ୍ଡା ଗିବ୍ସ୍‌, ପ୍ରିନ୍ସପଲ,
ବ୍ଲୁମବର୍ଗ ଆସୋସିଏଟସ୍‌, ଜୁଲିଆ ଗିଲାର୍ଡ, ଅଷ୍ଟ୍ରେଲିଆର
୨୭ତମ ପ୍ରଧାନମନ୍ତ୍ରୀ, ଓଲାପୁର ଇଲିଆସନ୍‌, କଳାକାର, ଗାଏଲ୍
ଗ୍ରାସିଆ ବେର୍ନାଲ, ଅଭିନେତା ଏବଂ ପ୍ରଡ୍ୟୁସର, ଡ. ଜନ୍
ଏମାନ୍ୟୁଏଲ୍ ଡେ ନେଭେ, ଅର୍ଥନୀତି ପ୍ରଫେସର ଏବଂ ଅକ୍ସଫୋର୍ଡ
ବିଶ୍ୱବିଦ୍ୟାଳୟ ୱେଲ୍‌ବିଙ୍ଗ୍ ରିସର୍ଚ୍ଚ ସେଂଟର ନିର୍ଦ୍ଦେଶକ, ସୁଶ୍ରୀ
ଫୁମଜିଲେ ମାଲାମ୍ବୋ-ନାଗକ୍ୟୁକା, ଜାତିସଂଘ ଅଣ୍ଡର-
ସେକ୍ରେଟାରୀ-ଜେନେରାଲ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ୟୁଏନ୍ ମହିଳା, ଫେଡେରିକ୍ ମୋଘେରିନ୍‌, ରେକ୍ଟର, ୟୁରୋପ
କଲେଜ ତଥା ପୂର୍ବତନ ହାଇ ରିପ୍ରେଜେଂଟେଟିଭ୍ ୟୁନିୟନ ଫରେନ୍
ଆଫେୟାର୍ସ ଏବଂ ସିକ୍ୟୁରିଟି ପଲିସି, ଡ. ଜୋଶାଉଶା ଫଷ୍ଟେଇନ୍‌,
ନିର୍ଦ୍ଦେଶକ ବ୍ଲୁମ୍‌ବର୍ଗ ଆମେରିିକାନ୍ ହେଲ୍‌ଥ ଇନିସିଏଟିଭ୍‌,
ଜନ୍ ହପକିନ୍ସ୍ ବ୍ଲୁମ୍‌ବର୍ଗ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍‌ଥ, ଜେନିଫର
ପାହଲକ୍‌, ଫାଉଣ୍ଡର ଏବଂ ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,
କୋଡ୍ ଅଫ୍ ଆମେରିକା, ମାରିଆନା କୋଷ୍ଟା ଚେକା,
ସହପ୍ରତିଷ୍ଠାତା ଏବଂ ସିଇଓ ଲାବୋରୋଟୋରିଆ ।
ଆଗାମୀ ପଦକ୍ଷେପ
୧୫ଟି ବିଜେତା ସହରରେ ୩ ବର୍ଷର ପ୍ରଣୟନ ସମୟ ମଧ୍ୟରେ ୧ ନିୟୁତ
ଡଲାର ଅନୁଦାନ ସହିତ ଆବଶ୍ୟକ ଟେକ୍ନିକାଲ ସହାୟତା ଯୋଗାଇ
ଦିଆଯିବ । ଏହି ସମୟ ମଧ୍ୟରେ ସହରଗୁଡ଼ିକ ନବୀନ ଚିନ୍ତାଧାରା
ଆଧାରରେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଶୈଳୀରେ ବିକାଶ ପାଇଁ
ନିରନ୍ତର କାର୍ଯ୍ୟ ଜାରି ରଖିବେ । ସହରଗୁଡ଼ିକର ନିଜର ପରୀକ୍ଷିତ
ଚିନ୍ତାଧାରାକୁ ବିଶ୍ୱର ଅନ୍ୟ ସହରଗୁଡ଼ିକୁ ପ୍ରସାର ମଧ୍ୟ କରିବେ ।
ମେୟର ଚ୍ୟାଲେଞ୍ଜ୍ ମହାମାରୀ ସଙ୍କଟ ସମୟରେ ମେୟରଙ୍କ ବୃହତ୍
ଚିନ୍ତାଧାରାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଜୀବନଶୈଳୀରେ ପରିପ୍ରକାଶ କରିବାର ନିରନ୍ତର ଉଦ୍ୟମ ହୋଇଥିଲା
ବୋଲି ବ୍ଲୁମ୍‌ବର୍ଗ ଫିଲ୍‌ଆନ୍ଥ୍ରୋପିଜ୍‌ରେ ସରକାରୀ ନବୀକରଣ
କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା ଜେମ୍ସ୍ ଆଣ୍ଡରଓନ୍ କହିଛନ୍ତି ।
ଏବେ ଏହି ସହର ଗୁଡ଼ିକ କଠିନ ପରିଶ୍ରମ କରି ପ୍ରକଳ୍ପ ପ୍ରଣୟନ
କରିବା ସହିତ ନିଜର ଅଭିଜ୍ଞତା ଅନ୍ୟ ସହରକୁ ପ୍ରସାର କରି ସେଠାରେ
ଏଭଳି କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବେ ।
ବିଜୟୀ ୧୫ ଗ୍ଲୋବାଲ ମେୟର ଚ୍ୟାଲେଞ୍ଜ୍ ଚିନ୍ତାଧାରା
୨୦୨୧ ଗ୍ଲୋବାଲ ମେୟର ଚ୍ୟାଲେଞ୍ଜ୍ ପୂର୍ବର ୪ଟି ବ୍ଲୁମ୍‌ବର୍ଗ
ଫିଲ୍‌ଆନ୍ଥ୍ରୋପିଜ୍ ଚ୍ୟାଲେଞ୍ଜ୍ ଆଧାରରେ ପ୍ରସ୍ତୁତ ହୋଇଛି ।
୨୦୧୩ ଏବଂ ୨୦୧୮ରେ ଆମେରିକାରେ, ୨୦୧୪ରେ ୟୁରୋପରେ
୨୦୧୬ରେ ଲାଟିନ୍ ଆମେରିକା ଏବଂ କାରିବିଅନ୍‌ରେ ଏଭଳି
ଚ୍ୟାଲେଞ୍ଜ୍ ହୋଇଥିଲା । ପୂର୍ବର ମେୟର ଚ୍ୟାଲେଞ୍ଜ ବିଜେତାଙ୍କ ମଧ୍ୟରେ
କାଲିଫର୍ନିଆର ଲସ୍ ଏଞ୍ଜେଲସ୍ ସହରର ବାସହୀନ ସଙ୍କଟର ସମାଧାନ ଦ୍ୱାରା
ଶସ୍ତାରେ ବାସଗୃହ ନିର୍ମାଣ(ଏଡିୟୁଏସ୍‌), ସ୍ୱିଡେନର
ଷ୍ଟକ୍‌ହୋମ୍‌ରେ ପ୍ରକଳ୍ପ ମାଧ୍ୟମରେ କାରଖାନାରୁ ନିର୍ଗତ ବର୍ଜ୍ୟକୁ
ବାୟୋ-ଚାର୍‌ରେ ପରିଣତ କରି ବୃକ୍ଷର ବିକାଶ କାର୍ଯ୍ୟରେ
ନିୟୋଜନ, ସ୍ପେନ୍‌ର ବ୍ରାସିଲୋନାରେ ଜ୍ଞାନକୌଶଳ ଆଧାରରେ
ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ କମ୍ୟୁନିଟି ଗଠନ ଚିନ୍ତାଧାରା
ଅନ୍ତର୍ଭୁକ୍ତ ।

Khansweb Solution Bhubaneswar

Leave A Reply

Your email address will not be published.