ରାଜନଗର, ୧୩।୧୧(ବ୍ୟୁରୋ): ସିଡ୍ୟୁଲ-୧ ଶ୍ରେଣୀ ଭୁକ୍ତ ବିରଳ ଶାଙ୍କୁଚକୁ ବେଧଡକ ଭାବେ ନଦୀ ଓ ମୁହାଣରୁ ଧରାଯାଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ରାଜନଗର ଅଞ୍ଚଳରେ ଥିବା ମାଛ ଗଦିରେ ଏପରି ବେଆଇନ କାରବାର ଚାଲିଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ଶୁକ୍ରବାର ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ମାଛ ଗଦିରୁ ୨ଟି ବିରଳ ପ୍ରଜାତିର ଶାଙ୍କୁଚ ଜବତ କରାଯିବା ସହ ଗଦିର ମାଲିକ ମାଲିକ ଶଙ୍ଖାଳି ଚରଣ ମାଝି ଓ ପୁଅ ସୁଶାନ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ କେନ୍ଦ୍ରାପଡ଼ା ବାରିମୂଳ ଜେଲ ହାଜତକୁ ପଠାଇ ଦିଆଯାଇଛି।
ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଗର୍ଜନପୁର ରାସ୍ତାରେ ଥିବା ମାଛ ଗଦିରେ ଶାଙ୍କୁଚ ରାଜ୍ୟ ବାହାରକୁ ଚାଲାଣ ପାଇଁ ରଖାଯାଇଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ରାଜନଗର ଡିଏଫ୍ଓ ଯଜ୍ଞଦତ୍ତ ପତିଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜ ଅଫିସର ଧନେଶ୍ୱର ରଥ, ଫରେଷ୍ଟର ତ୍ରିଦିପ ପ୍ରଧାନ, ନିରୁପମା ଷଡଙ୍ଗୀ ପ୍ରମୁଖ ମାଛ ଗଦି ଉପରେ ଚଢାଉ କରିଥିଲେ। ଗଦିରେ ଥିବା ମାଛ ପେଟି ମଧ୍ୟରୁ ଗୋଟିଏ ପେଟିରେ ଦୁଇଟି ଶାଙ୍କୁଚ କଲିକତା ଚାଲାଣ ପାଇଁ ରଖାଯାଇଥିଲା।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
