banner
Breaking

ମା ମଙ୍ଗଳା ବସ୍ତିରେ ଜାଗା ସମ୍ପର୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

0

ଭୁବନେଶ୍ୱର, : ଓଡ଼ିଶାର ଜନପ୍ରିୟ ତଥା ବସ୍ତି ବାସିନ୍ଦାଙ୍କ ମଉଡମଣୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବସ୍ତି ବାସିନ୍ଦାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରୟାସ ଓ ବିଭିନ୍ନ ଜନହିତକରୀ ଯୋଜନା ଏବଂ ଥଇଥାନ ବ୍ୟବସ୍ଥା ପାଇଁ ଆଜି ନୀଳାଦ୍ରି ବିହାର ସ୍ଥିତ ମା ମଙ୍ଗଳା ବସ୍ତିରେ ଅନୁଷ୍ଠିତ ଜାଗା ସମ୍ପର୍କ କାର୍ଯ୍ୟକ୍ରମରେ ହଜାର ହଜାର ବସ୍ତି ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହିତ ହୁଳହୁଳି ଓ ହରିବୋଲରେ ଗଦାଗଦା ଆଶୀର୍ବାଦ ଅଜାଡ଼ି ଦେଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ୧୪ ନମ୍ବର ଓାର୍ଡ ଅନ୍ତର୍ଗତ ମା ମଙ୍ଗଳା ବସ୍ତିରେ ୫ଟି ଅନ୍ତର୍ଗତ ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁକାନ୍ତ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୧୪ ନମ୍ବର ଓାର୍ଡର କର୍ପୋରେଟର ମୋନାଲିସା ସାହୁ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନହିତକରୀ ଯୋଜନା ସମ୍ବଦ୍ଧରେ କହିବା ସହିତ ୫ଟି ମାଧ୍ୟମରେ କିପରି ଉନ୍ନତି କରଣ ହୋଇପାରିବ ସେ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜାଗା ସମ୍ପର୍କ ଅଧିକାରୀ ମନୋଜା ମଞ୍ଜରୀ ଦେବୀ,ଇ° ସ୍ବାଗତ ପାଢ଼ୀ, ଅମିୟ ବିଶ୍ବାଳ, ସିଇଓ ଦେବସ୍ବିନୀ ପଟ୍ଟନାୟକ, ଓ୍ବାର୍ଡ ଅଧିକାରୀ ସୁଜିତ ସ୍ବାଇଁ, ବିଜେଡ଼ି ଜିଲ୍ଲା ସମ୍ପାଦକ ମନୋଜ ସାହୁ, ଆଇନଜୀବୀ ସୁକାନ୍ତ ସାହୁ, ସମାଜସେବୀ କ୍ରିଷ୍ଣା ମିଶ୍ର, ବସ୍ତିର ମୁଖ୍ୟ ପ୍ରଭାତ କୁମାର ସେଠୀ ପ୍ରମୁଖ ଯୋଗଦେଇ ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟା ଓ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ । ବସ୍ତିର କୁନି କୁନି ପିଲା ମାନମାନେ ନାଚଗୀତ ପରିବେଷଣ କରିଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଯୁକ୍ତ ୨ ଓ ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ସୂଚରୀତା ପରିଡ଼ା,ସରସୀତା ରାଉତ, ଏବଂ ବସ୍ତିର ଦଶଜଣ ଲେଖା ମୁଖ୍ୟ ବ୍ୟକ୍ତି, ମହିଳା ଓ ଯୁବକ ମାନଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ପାଦକ ଅର୍ଜୁନ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବସ୍ତିର ବହୁ ଜନସାଧାରଣ ଯୋଗଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.