banner
Breaking

ନୀଳାଦ୍ରି ବିହାରରେ ଡ୍ରୋନ୍ ଦ୍ୱାରା ମଶା ମରା ଅଭିଯାନ ଆରମ୍ଭ

0

ଭୁୁବନେଶ୍ୱର,- ରାଜଧାନୀରେ ଉତ୍ପାତ କରୁଛନ୍ତି ମଶା । ଦିନ କି ରାତି ବସାଇ ଉଠାଇ ଦେଉ ନାହାନ୍ତି । ଗୋଡେଇ ଗୋଡେଇ କାମୁଡୁ ଛନ୍ତି କିଛି ମାନୁ ନାହାଁନ୍ତି । ଅତିଷ୍ଟ ହୋଇ ପଡିଲେଣି ଲୋକ । ବାରମ୍ବାର ବିଏମସି ନିକଟରେ ଅଭିଯୋଗ କରି ଆସୁଛନ୍ତି । ବିଏମସି ପକ୍ଷରୁ ମଶା ମାରିବା ପାଇଁ ମଶା ଧୂଆଁ ଓ ତରଳ ରସାୟନିକ ପଦାର୍ଥ ଛିନ କରା ଯାଉଥିଲେ ମଧ୍ୟ ମଶା ବଂଶ ଏତେ ବଢି ଯାଇଛି ଯେ ତାହା କାମ କରୁନାହିଁ । ବିଏମସି ପକ୍ଷରୁ ମଶା ବଂଶ ନିପାତ କରିବା ପାଇଁ ଏକ ଘରୋଇ କମ୍ପାନୀ ସହିତ ଚୁକ୍ତିନାମା କରାଯାଇ ଡ୍ରୋନ୍ ଅଣା ଯାଇଛି । ଏହି ଡ୍ରୋନ୍ ମଶା ଉତ୍ପତି ସ୍ଥଳ ଖୋଜି ଖୋଜି ମଶା ମାରିବା ସହିତ ମଶା ବଂଶ ନିପାତ କରିବ । ଆଜି ଭୁବନେଶ୍ୱର ମହାନଗର ନିବମ ପକ୍ଷରୁ ଉର ଜୋନ୍ ଅର୍ନ୍ତଗତ ୧୪ ନମ୍ବର ଓାର୍ଡର ନୀଳାଦ୍ରି ବିହାର ସେକ୍ତର ୩ ଓାର୍ଡ କାଯ୍ୟାଳୟ ଠାରେ ଡ୍ରୋନ୍ ଦ୍ୱାରା ମଶା ମରା ଅଭିଯାନ ଆରମ୍ଭ କରାଯାଇଛି । ଏଥିପାଇଁ ବ୍ୟବହୃତ ହେଉଥିବା ଦୁଇଟି ଡ୍ରୋନ୍ ମଧ୍ୟରୁ ଛୋଟ ଡ୍ରେନ୍‌ଟି ଉଡାଣ କରି ନୀଳାଦ୍ରି ବିହାରର ସେକ୍ତର ତିନି, ଚାରି, ପା, ଜିଏ ପ୍ଲଟ, ଲୁମ୍ବିନୀ ବିହାର ଓ ୧୦ ଟି ବସ୍ତି ଅଳରେ ରହିଥିବା ମଶା ଉତ୍ପତି ସ୍ଥଳ ଚିହ୍ନଟ କରିବା ସହିତ ସ୍ଥିର ଚିତ୍ର ଉୋଳନ କରିଥିଲା । ଆସନ୍ତା କାଲି ବଡ ଡ୍ରୋନ୍ ଦ୍ୱାରା ମଶା ମରା ରାସାୟନିକ ତରଳ ପଦାର୍ଥ ଛିନ କରାଯିବାର ଯୋଜନା ରହିଛି । ଏହି ଡ୍ରୋନ୍ ଟିରେ ୧୦ ଲିଟର କ୍ଷମତା ବିଶିଷ୍ଟ ଏକ ଟାଙ୍କି ରହିଛି । ଯେଉଁଥିରେ ରସାୟନିକ ତରଳ ପଦାର୍ଥ ର୍ଭି କରାଯାଇ ଡେଣା ମାଧ୍ୟମରେ ଛିନ କରାଯିବ ବୋଲି ସଂସ୍ଥା ତରଫରୁ ଅସିଥିବା ଅଧିକାରୀ କହିଛନ୍ତି । ଅଜିର ଏହି କାର୍ଯ୍ୟକ୍ରମରେ ୧୪ ନମ୍ବର ଓାର୍ଡର କର୍ପୋରେଟର ମୋନାଲିସା ସାହୁ, ଅତିରିକ୍ତ କମିଶନର ଲକ୍ଷୀକାନ୍ତ ସେଠୀ, ଡେପୁଟି କମିଶନର ପୁରନ୍ଦର ନନ୍ଦ , ସହକାରୀ କମିଶନର ପଲ୍ଲବୀ ବେହେରା, ସିଟି ସ୍ୱାସ୍ଥ୍ୟ ଅଧିକାରୀ ଦୀପକ ବିଶୋଇ, ସ୍ୱାସ୍ଥ୍ୟ ଅଧିକାରୀ ଅର୍ନ୍ତଯାମୀ ମିଶ୍ର, ଓାର୍ଡ ଅଧିକାରୀ ସୁଜିତ କୁମାର ସ୍ୱାଇଁ ଓ ଯୁବନେତା ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.