ଆଇଏନ୍ଡବ୍ଲ୍ୟୁଇସି ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା ୨.୦ର ଚତୁର୍ଥ ଦିବସରେ ଫ୍ୟାସନ, ଉଦ୍ୟୋଗ ଏବଂ କାହାଣୀ କହିବାର ଶକ୍ତିରେ ଉନ୍ନତି
ଭୁବନେଶ୍ଵର : ଆଇଏନ୍ଡବ୍ଲ୍ୟୁଇସି ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା ୨.୦ର ଚତୁର୍ଥ ଦିବସ ଅନୁଷ୍ଠିତ ହୋଇଯାଇଛି। ଚକିତ କଲା ଭଳି ଫ୍ୟାସନ, ଔଦ୍ୟୋଗିକତାର ସାହସିକତାକୁ ଡିଜାଇନର ସୌନ୍ଦର୍ଯ୍ୟ ଓ ପ୍ରଦର୍ଶନର ଜୀବନ୍ତତାକୁ ମିଶାଇ ଚମତ୍କାର ଢଙ୍ଗରେ ଏହା ଉଦ୍ଘାଟିତ ହୋଇଯାଇଛି। ବାଣିଜ୍ୟ ମେଳା ଉତ୍ସବର ଶେଷ ଦିବସର ପୂର୍ବ ସନ୍ଧ୍ୟାରେ ପହଞ୍ଚି ଥିବାବେଳେ, ମଞ୍ଚ ପ୍ରେରଣା, ଉଦ୍ଭାବନ ଏବଂ ଅନ୍ତର୍ଦୃଷ୍ଟିରେ ସମୃଦ୍ଧ ଏକ ସନ୍ଧ୍ୟା ପାଇଁ ପ୍ରସ୍ତୁତ ହୋଇଥିଲା। ଯେଉଁ ମହିଳାମାନେ କେବଳ ବର୍ତ୍ତମାନକୁ ରୂପ ଦେଉନାହାନ୍ତି ବରଂ ଭବିଷ୍ୟତର ପୁନଃନିର୍ଦ୍ଧାରଣ କରୁଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏହା କରାଯାଇଥିଲା।
ପ୍ରଥମେ ବିଗତ ତିନି ଦିନର ଆକର୍ଷଣକୁ ନେଇ ପ୍ରସ୍ତୁତ ଏକ ଭିଜୁଆଲ ଯାତ୍ରା ସହ ସନ୍ଧ୍ୟା ଆରମ୍ଭ ହୋଇଥିଲା, ଯାହା ଉପସ୍ଥିତ ଲୋକଙ୍କ ମଧ୍ୟରେ ଗର୍ବ ଏବଂ ଉଦ୍ଦେଶ୍ୟର ଭାବନା ଜାଗ୍ରତ କରିଥିଲା । ଏହି ପ୍ରାରମ୍ଭ ନିରବଚ୍ଛିନ୍ନ ଭାବେ ଏକ ଫ୍ୟାସନ ପ୍ରଦର୍ଶନ ଏବଂ ଶକ୍ତିଶାଳୀ ଆଲୋଚନା ଆଡ଼କୁ ଯାଇଥିଲା, ଯାହା ଭାରତର ସୃଜନଶୀଳ ଅର୍ଥନୀତିର ସାରକୁ ପ୍ରତିଫଳିତ କରିଥିଲା।
ପରିଚୟର ସୂତ୍ର-ଉଦ୍ଦେଶ୍ୟ ସହିତ ଫ୍ୟାସନ: ପ୍ରଥମ ଫ୍ୟାସନ ଉପସ୍ଥାପନା, ସୂତା, ହାତବୁଣା ସୂତା ମାଧ୍ୟମରେ ନାରୀତ୍ୱ, ମୂଳ ଏବଂ ସ୍ଥିରତାର କାହାଣୀ ବର୍ଣ୍ଣନା କରି ଦୟା ଏବଂ ଭାବନା ସହିତ ଆରମ୍ଭ ହୋଇଥିଲା। ଏହାପରେ ‘ସୂତାରୁ ସମୃଦ୍ଧି: ସ୍ଥାୟୀ ଜୀବିକା ପାଇଁ ଫ୍ୟାସନ ଓ ବିପଣନର ଉପଯୋଗ’ ଶୀର୍ଷକ ଏକ ଆକର୍ଷଣୀୟ ପ୍ୟାନେଲ୍ ଆଲୋଚନା ହୋଇଥିଲା। ଏହି ଅଧିବେଶନରେ ସୂତାର ସହ-ପ୍ରତିଷ୍ଠାତା ତାନିଆ ବିଶ୍ୱାସ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ ଅବକାରୀ ବିଭାଗର କମିସନର ତଥା ସଚିବ ପୁନମ ଗୁହା, ବେଦାନ୍ତ ଲିମିଟେଡ୍ର ସିଏସ୍ଆର ମୁଖ୍ୟ ହରମିତ୍ ସେହରା ଭାଗ ନେଇଥିଲେ। ଆଇଏନ୍ଡବ୍ଲ୍ୟୁଇସିର ସହ-ଆବାହକ ସ୍ୱାତୀ କେଜ୍ରିୱାଲଙ୍କ ଦ୍ୱାରା ପରିଚାଳିତ ଆଲୋଚନାରେ ଗ୍ରାମୀଣ ସଶକ୍ତୀକରଣ ଏବଂ ଅର୍ଥନୈତିକ ବିକାଶ, ବିଶେଷକରି ମହିଳା କାରିଗର ଏବଂ ସମୂଦାୟମାନଙ୍କ ପାଇଁ ଫ୍ୟାସନ କିପରି ଅର୍ଥନୈତିକ ବିକାଶ ଓ ସଶକ୍ତୀକରଣ ଏକ ମାଧ୍ୟମରେ ପରିଣତ ହେଉଛି ତାହା ଉପରେ ଆଲୋଚନା ହୋଇଥିଲା।
ବ୍ରାଣ୍ଡ୍ରେ ଆକାଂକ୍ଷା ବୁଣିବା: ତା’ ପରେ ଲୋକଙ୍କ ସାମ୍ନାକୁ ଆସିଥିଲା ଟ୍ରୁବ୍ରାଉନ୍ସ। ଏଥିରେ ଆଧୁନିକ ସହରୀ ଚାକଚକ୍ୟ ସହିତ ପରମ୍ପରାକୁ ସୁନ୍ଦର ଭାବରେ ଯୋଡ଼ାଯାଇଥିଲା। ଏହାପରେ ଦ୍ବିତୀୟ ପ୍ୟାନେଲ ଆଲୋଚନାର ଦ୍ବିତୀୟ ଅଧିବେଶନ ହୋଇଥିଲା। ଏହାର ବିଷୟବସ୍ତୁ ଥିଲା ‘ଭବିଷ୍ୟତକୁ ଡିଜାଇନ୍ କରିବା: କିଂବଦନ୍ତି ବ୍ରାଣ୍ଡ୍ ସୃଷ୍ଟି କରିବା’। ଏଥିରେ ମହିଳା ପ୍ରତିଷ୍ଠାତା ଉଦ୍ୟୋଗୀମାନଙ୍କ ତଳସ୍ତରରୁ ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ଯାତ୍ରାକୁ ଅନ୍ବେଷଣ କରାଯାଇଥିଲା।
ସମ୍ମାନନୀୟ ପ୍ୟାନେଲିଷ୍ଟମାନଙ୍କ ମଧ୍ୟରେ ଥିଲେ ନାଟ୍ହାବିଟ୍ର ସିଇଓ ଓ ସହ ପ୍ରତିଷ୍ଠାତା ସ୍ବାଗତିକା ଦାସ, ଟ୍ରୁବ୍ରାଉନ୍ସର ପ୍ରତିଷ୍ଠାତା ଓ ସିଇଓ ଉଦିତା ବଂଶଲ, ସୁତାର ସହ ପ୍ରତିଷ୍ଠାତା ଓ ସିଇଓ ସୁଜାତା ବିଶ୍ବାସ। ଓଡ଼ିଶା ବାଏ ତାନିଆର ପ୍ରତିଷ୍ଠାତା ଓ କ୍ରିଏଟିଭ ଡାଇରେକ୍ଟର ତାନିଆ ଖୋସଲା ଏହି ଅଧିବେଶନକୁ ପରିଚାଳନା କରିଥିଲେ ଯାହା ବ୍ରାଣ୍ଡ୍ ବିଶ୍ବସନୀୟତା ଗଠନ, ପରିଚୟ ଡିଜାଇନ ଏବଂ ଅସଲି ଫେସନ ଉଦ୍ୟୋଗକୁ ବ୍ୟାପକ କରିବା ଉପରେ ଆଲୋକପାତ କରିଥିଲା।
ସେଫାଳି ଦ୍ବାରା ଫେସନ୍ ସୋ’ ୩ ସହିତ ଏହି ସନ୍ଧ୍ୟାର ଶୁଭାରମ୍ଭ ହୋଇଥିଲା ଯାହା ଐତିହ୍ୟ ସହ ଯୋଡ଼ି ହୋଇଥିବା ବଳିଷ୍ଠ ଷ୍ଟାଇଲ୍ ମାଧ୍ୟମରେ ଦର୍ଶକଙ୍କୁ ରୋମାଂଚିତ କରିଥିଲା। ମନ୍ଦାକିନୀ ଡ୍ୟାନ୍ସ ଟ୍ରୁପ ଦ୍ବାରା ଏକ ଜୀବନ୍ତ ଫ୍ଲାସ ମବ୍ ଆଉଟ୍ଡୋର୍ ଅଂଚଳରେ ରଙ୍ଗ ଓ ଶକ୍ତି ଭରିଥିଲା ଯାହା କଳାରେ ସ୍ବାଧୀନତା ଓ ଆନ୍ଦୋଳନକୁ ପାଳନ କରିଥିଲା।
ଏହା ପରେ ସେନିକ୍ କମ୍ୟୁନିକେସନ୍ସର ପ୍ରତିଷ୍ଠାତା ଓ ସିଇଓ ଅନିନ୍ଦୀତା ଗୁପ୍ତାଙ୍କୁ ତାଙ୍କ ବ୍ରାଣ୍ଡ୍ ଏଏନ୍ଏଚ୍ ଅଧୀନରେ ବ୍ରାଣ୍ଡ୍ ସ୍ପଟ୍ଲାଇଟ୍ ବର୍ଗରେ ମଂଚ ଉପରକୁ ସ୍ବାଗତ କରାଯାଇଥିଲା, ଯାହା ଜଣେ ମହିଳା ଉଦ୍ୟୋଗୀଙ୍କ ଦ୍ବାରା ବ୍ରାଣ୍ଡିଂ ଉତ୍କର୍ଷର ଏକ ଶକ୍ତିଶାଳୀ ବର୍ଣ୍ଣନା ଥିଲା। ତାଙ୍କ କାହାଣୀ ଦର୍ଶକଙ୍କ ମଧ୍ୟରେ ବିଶେଷ କରି ବ୍ରାଣ୍ଡ୍ ଗଠନକାରୀ ଏବଂ ଯୋଗାଯୋଗ କ୍ଷେତ୍ରର ପେସାଦାରଙ୍କୁ ବେଶ ଛୁଇଁଥିଲା।
ଏହା ପରେ ବଲିଉଡ ସିନେମା ନିର୍ମାତା ତଥା ନୃତ୍ୟ ନିର୍ଦ୍ଦେଶିକା ଫରାହ ଖାନଙ୍କ ପ୍ରମୁଖ ବକ୍ତବ୍ୟ ତାଙ୍କ ସୃଜନଶୀଳ ଯାତ୍ରା ଓ ତାଙ୍କ ଚମତ୍କାର ବ୍ୟକ୍ତିତ୍ବକୁ ପ୍ରତିଫଳିତ କରିଥିଲା, ଯାହା ସୀମାହୀନ ଭାବେ ସ୍ବପ୍ନ ଦେଖିବା ଲାଗି ଦର୍ଶକଙ୍କ ଭିତରେ ଥିବା ପ୍ରତିଟି ମହିଳାଙ୍କୁ ପ୍ରେରଣା ଦେଇଥିଲା। ଫରାହଙ୍କ ସହିତ ସମ୍ବାଦ ଓ କନକ ନିଉଜ୍ର ସମ୍ପାଦକ ତନୟା ପଟ୍ଟନାୟକଙ୍କ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସେ ସହନଶୀଳତା, ପୁନଃନବସୃଜନ ଓ ସୃଜନଶୀଳ ଶିଳ୍ପରେ ମହିଳାମାନେ ମହିଳାଙ୍କୁ ସମର୍ଥନ କରିବାର ମହତ୍ବ ଉପରେ ଗୁରୁତ୍ବାରୋପ କରିଥିଲେ।
ତାଙ୍କ ସହିତ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗ ଦେଇ ପ୍ରତିଭାଶାଳୀ ଶିଶୁ ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହା ସ୍ବପ୍ନ ଦେଖୁଥିବା ଯୁବବର୍ଗ ଏବଂ ଭବିଷ୍ୟତର ଲିଡର୍ମାନଙ୍କୁ ସମୃଦ୍ଧ କରିବାରେ ମେଳାର ଗୁରୁତ୍ବକୁ ପାଳନ କରିଥିଲା।
ଚତୁର୍ଥ ଫେସନ୍ ବର୍ଗ ଯୁବିନାରେ ସମସାମୟିକ ସିଲ୍ହୋଟ୍ ଓ ପାରମ୍ପରିକ କଳା ଜରିଆରେ ଏକ ପ୍ରଭାବଶାଳୀ ଭିଜୁଆଲ କାହାଣୀ ବର୍ଣ୍ଣନା କରାଯାଇଥିଲା। ବିଶିଷ୍ଟ ଡିଜାଇନର୍ ଶାନ୍ତନୁ ଓ ନିଖିଲଙ୍କ ସହିତ ଏକ ଚମତ୍କାର ଫାୟାରସାଇଡ ଚାଟ୍ ସହ ଏହି ରାତି ସମାପନ ହୋଇଥିଲା, ଯାହାର ସଂଯୋଜନା କରିଥିଲେ ଏକାମ୍ର ବାଟିକାର ଅଧ୍ୟକ୍ଷା ମେଘନା ସିଂହ ଦେଓ। ଏହାର ବିଷୟବସ୍ତୁ ଥିଲା ‘ଐତିହ୍ୟର ପୁନଃପରିକଳ୍ପନା: ଶାନ୍ତନୁ ଓ ନିଖିଲଙ୍କ ଆଧୁନିକ କାରିଗରୀର କଳା’ ଯାହା ଆଧୁନିକତା ସହିତ ପରମ୍ପରା ଏବଂ ପରିକଳ୍ପନା ସହ କାରିଗରୀରର ଏକ ମାଷ୍ଟରକ୍ଲାସ ଥିଲା।
ସେମାନଙ୍କ ଉପସ୍ଥିତି ଓ ବାକ୍ୟ ଦର୍ଶକଙ୍କୁ ଅନୁପ୍ରାଣିତ କରିବା ସହ ଫେସନ୍ ଫ୍ରେମୀ, ଛାତ୍ରଛାତ୍ରୀ ଓ ଉଦ୍ୟୋଗୀମାନଙ୍କୁ ଗୋଟିଏ ଲକ୍ଷ୍ୟରେ ଏକତ୍ରୀତ କରିଥିଲା, ଯାହା ହେଉଛି ଏଭଳି ଏକ ଭାରତ ଗଠନ କରିବା, ଯେଉଁଠାରେ ସଂସ୍କୃତି ଓ ବାଣିଜ୍ୟ ଏକାଠି ହୋଇ ଆଗକୁ ବଢ଼ିବ।
ଚତୁର୍ଥ ଦିନ ଶେଷ ହୋଇଥିବା ବେଳେ ଏହି ସନ୍ଧ୍ୟା ବ୍ୟବସାୟ, ସୃଜନଶୀଳତା ଓ ନେତୃତ୍ବରେ ଭାରତୀୟ ମହିଳାଙ୍କ ଦୃଢ଼ତାର ଏକ ଶକ୍ତିଶାଳୀ ପ୍ରମାଣ ଥିଲା। ଆଇଏନ୍ଡବ୍ଲ୍ୟୁଇସି ଜାତୀୟ ମହିଳା ଉଦ୍ୟୋଗୀଙ୍କ ବାଣିଜ୍ୟ ମେଳା ୨.୦ କେବଳ ସଫଳତା କାହାଣୀ ନୁହେଁ, ବରଂ ତାହାକୁ ସୃଷ୍ଟି କରିଥିବା ବଳିଷ୍ଠ ଯାତ୍ରାର ଏକ ଉତ୍ସବ ହୋଇଛି। ଆଉ ଗୋଟିଏ ଦିନ ବାକି ଥିବା ବେଳେ ଉତ୍ସାହ ଆହୁରି ଦୃଢ଼ ହେବାରେ ଲାଗିଛି।

I’ve been browsing through different options, and found that 68win21 runs promotions regularly. I would keep my eye on it: 68win21
777plusfun is where the fun’s at! Decent selection of games, and I like their user interface. It is fun and easy to use, just like it sounds. Check it out at 777plusfun.
PH365 Online Casino – sounds promising! Is this the place to catch some heat and win some dough? Gotta check out the slot selection first! ph365onlinecasino
Sv388thomosv388? Tên gì mà dài thế! Mà thôi, quan trọng là đá gà có hay không thôi. Ai chơi rồi cho ý kiến phát! See the action here: sv388thomosv388
Signed up for bonos777club because of the perks. I have to say its worth a peek. You’ll find awesome content: bonos777club
Hey guys, tried k99game the other day. Pretty standard stuff, y’know? But the bonuses are alright, could be worse. Give it a look if you’re bored. k99game
Just had a session on h666. Not gonna lie, it’s got some interesting games. Payouts could be a bit better but hey, can’t win ’em all, can ya? h666
Alright fellas, put some wagers down on new88betlive. The live betting is pretty decent, not many glitches from what I’ve seen. Selection of sports is good. Might be worth a shot if you’re into that. new88betlive