ଓଡ଼ିଶାରେ ଲାଗୁହେଲା ମୋଟର ଏଗ୍ରିଗେଟର ନିୟମ
ଭୁବନେଶ୍ୱର : ଯାତ୍ରୀ ସେବାକୁ ସୁଗମ ଓ ସୁରକ୍ଷିତ କରିବା ଲକ୍ଷ୍ୟରେ ଦେଶର ଷଷ୍ଠ ରାଜ୍ୟ ଭାବେ ମୋଟର ଏଗ୍ରିଗେଟର ନିୟମ ଲାଗୁ କଲା ଓଡ଼ିଶା । ଅର୍ଥାତ ଓଲା, ଉବର ଓ ରାପିଡୋ ଭଳି ଯାତ୍ରୀ ପରିବହନ ସେବା ବ୍ୟବସ୍ଥା ଭାବେ କାର୍ଯ୍ୟ କରୁଥିବା ସଂସ୍ଥା ଏହି ନିୟମର ଅନ୍ତର୍ଭୁକ୍ତ ଓ ପରିଚାଳିତ ହେବେ। ଗୋଟିଏ ପଟେ ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ଜ୍ଞାନକୌଶଳ ସୁଧାର ଆଣିବା ଓ ବିଶେଷକରି ମହିଳା ଯାତ୍ରୀମାନଙ୍କର ସୁରକ୍ଷା ସୁନିଶ୍ଚିତ ହେବ । ଏହି ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ଅନ୍ ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ର୍ସ ଗାଇଡ୍ଲାଇନ୍-୨୦୨୩ ନିୟମ ପ୍ରଣୟନ କରାଯାଇଛି ।
ଓଡ଼ିଶା ଅନ୍ ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ର୍ସ ଗାଇଡ୍ଲାଇନ୍-୨୦୨୩ ନିୟମ ଅନୁସାରେ ଏଣିକି ଆପ୍ ଆଧାରିତ ପରିବହନ ପାଇଁ ବ୍ୟବହୃତ ଗାଡ଼ିଗୁଡିକ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ନିକଟରେ ପଞ୍ଜିକୃତ ହେବ । କୌଣସି ପ୍ରକାର ଅପରାଧରେ ଜଡ଼ିତ ବ୍ୟକ୍ତିଙ୍କୁ ଗାଡ଼ି ଚଳାଇବା ପାଇଁ ଯାତ୍ରୀ ପରିବହନ କମ୍ପାନୀ ନିୟୋଜିତ କରିପାରିବେ ନାହିଁ । କେବଳ ସେତିକି ନୁହେଁ, ପରିବହନ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁସାରେ, ଗତ ୭ ବର୍ଷ ଭିତରେ ନିଶା ସେବନ କରି ମୋଟର ଯାନ ନିୟମ ଉଲ୍ଲଘଂନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ଠକେଇ, ଯୌନ ନିର୍ଯ୍ୟାତନା, ହିଂସାକାଣ୍ଡ ଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଆପ୍ ଆଧାରିତ ଗାଡ଼ି ପରିବହନ ଗାଡ଼ି ଚଳାଇବା ପାଇଁ ଅନୁମତି ଦିଆଯିବ ନାହିଁ । ଏଥିପାଇଁ ପରିବହନ ବିଭାଗରେ ସେମାନଙ୍କ ପଞ୍ଜିକରଣ କରିବାକୁ ପଡିବ। ବିନା ପଞ୍ଜିକରଣରେ ଏହି ସଂସ୍ଥା ଗୁଡ଼ିକ କୌଣସି ଯାତ୍ରୀ ପରିବହନ କରିପାରିବେ ନାହଁ। ଅନୁମତି ଦେବା ପୂର୍ବରୁ ଗାଡ଼ି ଚାଳକମାନଙ୍କର ପୁଲିସ ରେକର୍ଡ ଯାଞ୍ଚ କରାଯିବ।
ସୂଚନା ଅନୁସାରେ, ଗାଡ଼ି ଚଳାଉଥିବା ପ୍ରତ୍ୟେକ କମ୍ପାନୀ ନିଜର ଚାଳକ ଏବଂ ଯାତ୍ରୀମାନଙ୍କର ବିବରଣୀ ଅନ୍ୟୁନ ଏକ ବର୍ଷ ପାଇଁ ସଂରକ୍ଷିତ କରିବେ । ତଦନ୍ତକାରୀ ସଂସ୍ଥା ଅବା ପ୍ରଶାସନ ଅନୁସନ୍ଧାନ, ଅନ୍ୟ କୌଣସି କାମ ପାଇଁ ତଥ୍ୟ ଆବଶ୍ୟକ କଲେ ସମ୍ପୃକ୍ତ କମ୍ପାନୀ ତାହା ଯୋଗାଇ ଦେବେ । ଗାଡ଼ିରେ ଚାଳକଙ୍କର ବ୍ୟକ୍ତିଗତ ସୂଚନା ସମ୍ବଳିତ ଏକ ଫଳକ ଲାଗିବା ଜରୁରୀ । ଏଥିରେ ଗାଡ଼ି ଚାଳକଙ୍କ ଫଟୋ, ନାମ, ଫୋନ୍ ନମ୍ବର, ଡ୍ରାଇଭିଂ ଲାଇସେନ୍ସ, ପୁଲିସ ପକ୍ଷରୁ ଜାରି ପରିଚୟପତ୍ର ଆଦି ରହିବ ।
ସେହିପରି ଆପ୍ ଆଧାରିତ ଗାଡ଼ିରେ ଜିପିଏସ୍ ଲାଗିବା ବାଧ୍ୟତାମୂଳକ । ସେହିପରି ଗାଡ଼ିରେ ଏକ ପାନିକ୍ ବଟନ୍ ରହିବ । ଜରୁରୀସ୍ଥିତିରେ ଚାଳକ କିମ୍ବା ଯାତ୍ରୀ ଏହି ବଟନ୍ ଟିପିଲେ ପୁଲିସ ନିୟନ୍ତ୍ରଣ କକ୍ଷରେ ସୂଚନା ପହଞ୍ଚିବ ଆଉ ପୋଲିସ ପିସିଆର୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । କମ୍ପାନୀ କର୍ତ୍ତୃପକ୍ଷ ଗାଡ଼ି ଚାଳକମାନଙ୍କ ପାଇଁ ବର୍ଷରେ ଥରେ ଏକ ପ୍ରଶିକ୍ଷଣ ପାଠ୍ୟକ୍ରମ ବ୍ୟବସ୍ଥା କରିବେ । ଯେଉଁଥିରେ ଗାଡ଼ି ଚାଳକମାନେ ମହିଳା ଯାତ୍ରୀମାନଙ୍କୁ ସମ୍ମାନ ପ୍ରଦାନ କରିବା, ସୁରକ୍ଷିତ ଗାଡ଼ି ଚାଳନା ତଥା ଯାତ୍ରୀମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସମ୍ପର୍କରେ ଅବଗତ ହେବେ ।

**mitolyn reviews**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.