banner
Breaking

୩ରେ କଳିଙ୍ଗ ଭାରତୀ ଫାଉଣ୍ଡେସନର କଳା ମହୋତ୍ସବ ୨୦୨୫ ୨ ବିଶିଷ୍ଟ ବ୍ୟକ୍ତି ପାଇବେ କଳିଙ୍ଗ ଭାରତୀ କଳାରତ୍ନ ସମ୍ମାନ

3

ଭୁବନେଶ୍ଵର : ଦିଲ୍ଲୀ, ଓଡ଼ିଶା ଏବଂ ଭାରତର ବିଭିନ୍ନ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ସଂଗଠନ କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ଜାନୁଆରୀ ୩ ତାରିଖରେ କଳା ମହୋତ୍ସବ ୨୦୨୫ ଅନୁଷ୍ଠିତ ହେବ। ଭୁବନେଶ୍ବର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟ ଓ ଜାତୀୟ ସ୍ତରରେ ବିଶିଷ୍ଟ କଳାକାରମାନେ ଯୋଗ ଦେବେ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ଅଧକ୍ଷ୍ୟ, ବିଶିଷ୍ଟ ସମାଜସେବୀ ଇଂ ଅକ୍ଷୟ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହାୟତାରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ, ପୂର୍ବତନ ରାଜସ୍ବ ଆୟୁକ୍ତ ତଥା ଅବସରପ୍ରାପ୍ତ ଆଇଏଏସ ଅନୀଲ କୁମାର ସାମଲ, କଳିଙ୍ଗ ଭାରତୀ ଫାଉଣ୍ଡେସନର ଉପଦେଷ୍ଟା ତଥା NISER ର ରେଜିଷ୍ଟ୍ରାର ଡ. ଅଭୟ କୁମାର ନାୟକ, ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର (ଓଏଏସ) ଏବଂ ଓଡିଶୀ ନୃତ୍ୟଶିଳ୍ପୀ ଡ. ଶୁଭଶ୍ରୀ ପଟ୍ଟନାୟକ ଯୋଗଦେବେ। ଚଳିତ ବର୍ଷ ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର (ଓଏଏସ) ଏବଂ ଓଡିଶୀ ନୃତ୍ୟଶିଳ୍ପୀ ଡ. ଶୁଭଶ୍ରୀ ପଟ୍ଟନାୟକଙ୍କୁ କଳିଙ୍ଗ ଭାରତୀ କଳାରତ୍ନ ସମ୍ମାନ ୨୦୨୫ ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସାମଲ ସୂଚନା ଦେଇଛନ୍ତି। କଳା ଓ ସଂସ୍କୃତି କ୍ଷେତ୍ରରେ ନୂତନ ପ୍ରତିଭାମାନଙ୍କୁ ସୁଯୋଗ ଦେବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଉତ୍ସବରେ ଓଡ଼ିଶା, ନୂଆଦିଲ୍ଲୀ ଓ ହାଇଦ୍ରାବାଦର ବିଶିଷ୍ଟ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ଅଧ୍ୟକ୍ଷ ଇଂ ଅକ୍ଷୟ ସାମଲ, ଡ. ଅଭୟ କୁମାର ନାୟକ, ସମାଜସେବୀ ଡ. ଅଦ୍ଵୈତ ଚରଣ ପାତ୍ର ଏବଂ ସ୍ତମ୍ଭକାର ସୌମେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar
3 Comments
  1. apostasbet says

    Apostasbet, huh? I’ve seen them around. I tried placing a few bets on some soccer matches. Easy to navigate, I’ll give them that. Odds seemed pretty competitive. Definitely one to keep in mind if you’re looking to add some spice to your game. Check’em out! apostasbet

  2. a188com says

    Just sharing my experience: a188com is pretty good. The site runs smoothly, and the game selection keeps things interesting. I’d recommend giving it a look. See what you think: a188com

  3. 6686bet1 says

    6686bet1 is pretty decent. The site is easy to navigate, and I haven’t had any issues with withdrawals so far. Thumbs up from me! See what they offer: 6686bet1

Leave A Reply

Your email address will not be published.