banner
Breaking

ଅଖଣ୍ଡ ଭାଇଚାରାରେ ପାଳିତ ହେଉଛି ବାସନ୍ତୀକ ଦୁର୍ଗାପୂଜା

0

ଯାଜପୁର,୧୦/୪ ମା ବାସନ୍ତୀକ ସା°ସ୍କୃତିକ ପରିଷଦ ପକ୍ଷରୁ ରାଉତସାହି ଗ୍ରାମରେ ବାସନ୍ତୀକ ଦୁର୍ଗାପୂଜା ମହାସମାରୋହରେ ପାଳିତ ହେଉଛି। ଆଜି ମା ଙ୍କର ମହାନବମୀ ପୂଜା। ଗୁରୁବାର ଦିନ ଷଷ୍ଠି ଥିବାରୁ ମା ଙ୍କର ବେଲ୍ବ ବରଣ ପୂଜା ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ସପ୍ତମୀ ଦିନ ସକାଳୁ ଗାଁର ସମସ୍ତ ମହିଳା ପୁରୁଷ ଏକାଠି ହୋଇ କଳସ ଯାତ୍ରା କରିଥିଲେ। ଘଣ୍ଟ,କିର୍ତ୍ତନ,ହୁଳହୁଳି ଓ ହରିବୋଲ ଧ୍ବନୀରେ ଗାଁ ଦାଣ୍ଡ କମ୍ପି ଉଠୁଥିଲା। ଗାଁ ପୋଖରୀରୁ ପାଣି ଉଠାଯିବା ସହ କଳସ ପୂଜା, ସୂର୍ଯ୍ୟ ପୂଜା, ଚକ୍ଷୁଦାନ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ଶନିବାର ମା ଙ୍କର ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ହୋଇଥିବା ଭଜନ ସମାରୋହରେ ଶହଶହ ଲୋକ ଉପସ୍ଥିତ ହୋଇଥିଲେ। ଆସନ୍ତା କଲି ଦଶମୀ ତିଥିରେ ବିସର୍ଜନ ହେବା ସହିତ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ।
କରୋନା ମହାମାରୀ କାରଣରୁ ଦୁଇବର୍ଷ ମା ଙ୍କ ପୂଜା କେବଳ ରୀତି ନୀତି ଅନୁସାରେ ପାଳନ କରାଯାଇଥିଲା। ଅଖଣ୍ଡ ଭାଇଚାରାରେ ପାଳିତ ହେଉଥିବା ଏହି ମହୋତ୍ସବ ଏଥର କିନ୍ତୁ ବହୁ ଆଡମ୍ବରରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି।ଗାଁର ପ୍ରତ୍ୟେକ ଘର ଖୁସିରେ ଫାଟି ପଡୁଛି। କାରଣ ବାସନ୍ତୀକ ଦୁର୍ଗାପୂଜା ସମୟରେ ବାହାରେ ରହୁଥିବା ଘରର ସମସ୍ତ ଲୋକ ଘରକୁ ଫେରନ୍ତି। ଖାଲି ସେତିକି ନୁହେଁ ବାହା ହୋଇଥିବା ଝିଅ ଝିଆଣୀ ମଧ୍ୟ ଘରକୁ ଆସିଥାନ୍ତି। ଘର ଏବଂ ଗାଁ ଆନନ୍ଦ ଉଲ୍ଲାସରେ,ପିଠାପଣାରେ ପୁରି ଉଠୁଥାଏ। ଦୁଇବର୍ଷର ଖୁସିକୁ ଏଥର ଏକାଠି ପାଳନ କରୁଛନ୍ତି ଗ୍ରାମବାସୀ।

Khansweb Solution Bhubaneswar

Leave A Reply

Your email address will not be published.