banner
Breaking

ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଉଦ୍‌ଘାଟିତ

2

ଭୁବନେଶ୍ୱର,୮ା୧୨ ଗଣ୍ଡରପୁର ୟୁନାଇଟେଡ୍ ୟୁଥ ସ୍ପୋର୍ଟସ କ୍ଲବ ଦ୍ୱାରା ଆୟୋଜିତ ୨୨ ତମ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଗଣ୍ଡରପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଣ୍ଡରପୁର ଗ୍ରାମ କମିଟିର ସଭାପତି ଭାସ୍କର ଚନ୍ଦ୍ର ପଡିହାରୀ, ବରିଷ୍ଠ ମୁରବି ଅନ୍ତର୍ଯ୍ୟାମି କୁଅଁର, କୈଳାସ ଚନ୍ଦ୍ର ରାଉତ, ଶିକ୍ଷାବିତ୍ ବସନ୍ତ ରଥ, ସମ୍ପାଦକ ଜିତେନ୍ଦ୍ର ସେନାପତି, କ୍ଲବର ସଭାପତି ଲକ୍ଷ୍ମଣ ରାଉତ ପ୍ରମୁଖ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଆଜି ତିନୋଟି ବିଭାଗର ତିନୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଗ୍ରାମାଞ୍ଚଳ ଏ-ବିଭାଗର ପ୍ରଥମ ମ୍ୟାଚରେ ସିଜିୟୁ ୟୁନିଭରସିଟି ୨-୦ ଗୋଲରେ ବାଲୁଙ୍କେଶ୍ୱର କ୍ଲବ ଦେଉଳିକୁ ପରାସ୍ତ କରି କ୍ୱାଟରରେ ପ୍ରବେଶ କରିଥିଲା । ଗ୍ରମାଞ୍ଚଳ ବି-ବିଭାଗର ମ୍ୟାଚରେ ସୁପ୍ରିମ ଫୁଟବଲ କ୍ଲବ ବରାହୀପୁର ୧-୦ ଗୋଲରେ ବାବା ବାଞ୍ଛାମଣି କ୍ଲବକୁ ପରାଜିତ କରି କ୍ୱାଟରରେ ପ୍ରବେଶ କରିଥିଲା । ସେହିପରି ତୃତୀୟ ମ୍ୟାଚ ସହରାଞ୍ଚଳ ବିଭାଗର ସ୍ପୋର୍ଟସ ହଷ୍ଟେଲ କଟକ ଓ ଜଗା ୟୁନାଇଟେଡ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ସ୍ପୋର୍ଟସ ହଷ୍ଟେଲ କଟକ ୩-୦ ଗୋଲରେ ଜଗା ୟୁନାଇଟେଡ ଭୁବନେଶ୍ୱରକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ଖେଳର ପ୍ରଥମା ଅର୍ଦ୍ଦର ୩୪ ତମ ମିନିଟିରେ ଦଳ ପକ୍ଷରୁ ୨୦ ନମ୍ବର ଜର୍ସି ପରିଧାନ କରିଥିବା ଆଲୋକ ଦାସ ପ୍ରଥମ ଗୋଲ କରିିଥିଲା ବେଳେ ଜଗନ୍ନାଥ ଟୁଡୁ ଦ୍ୱିତୀୟାର୍ଦ୍ଦର ୨୪ ଓ ୫୮ ମିନିଟିରେ ଦୁଇଟି ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ । ଆଲୋକ ଦାସଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା । ଶିବ ଶଙ୍କର ପଣ୍ଡା, ସୁଦୀପ ଦାସ, ବ୍ରହ୍ମାନନ୍ଦ ଭୋଇ, ଜ୍ୟୋତି ହେମ୍ରମ ମ୍ୟାଚ ପରିଚାଳନା କରିଥିଲେ । ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲେ ।

Khansweb Solution Bhubaneswar
2 Comments
  1. qq66 says

    QQ66 has some fun games. The site is pretty simplistic and very accessible, but the payout is really slow. I’d recommend giving it a try! Check them out: qq66

  2. 311jilipark says

    Hey, just wanted to say I’ve been checking out 311jilipark and it’s pretty cool! The interface is smooth and the games are fun. Definitely worth a look if you’re looking for something new. Check it out here: 311jilipark

Leave A Reply

Your email address will not be published.