banner
Breaking

୮ ରୁ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

3

ଭୁବନେଶ୍ୱର,: ଭୁବନେଶ୍ୱର ଉପକଣ୍ଠ ଗଣ୍ଡରପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଆସନ୍ତା ୮ ତାରିଖ ରବିବାର ଠାରୁ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଗଣ୍ଡରପୁର ୟୁନାଇଟେଡ୍ ୟୁଥ ସ୍ପୋର୍ଟସ କ୍ଲବ ଦ୍ୱାରା ଆୟୋଜିତ ୨୧ ତମ ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ ଟି ଦଳ ଅଂଶଗ୍ରହଣ କରିବେ । ଏ- ବିଭାଗରେ ଗ୍ରାମାଞ୍ଚଳର ୧୬ ଟି ଦଳ ଯଥା ଦେଉଳି ୪୨ ମୌଜା, ୟୁଜିସି ୟିନିଭରସିଟି, ମୁଣ୍ଡୁମାଣ, ଉଷୁମା, ବଉଳକୁଦ୍‌, ମଧୁବନ, ଜୟପୁର, ସାଇଁଶୋ, ବରହୀପୁର, ଟାଙ୍ଗିବନ୍ତ, ଘାଟିକିଆ, ବେଲଗଛିଆ, ଗୋଠପୁର, ମଇନ୍ଦପୁର, ଶରଧାପୁର, ନରଣପୁର ଦଳ ରହିଥିଲା ବେଳେ ବି-ବିଭାଗରେ ୮ ଟି ଦଳ ଗବବସ୍ତ, ଅଡଶପୁର, ନରିଶୋ, କଣ୍ଟାପଡା, ତଣ୍ଡିକଣା, ଉରାଳୀ, ପଦ୍ମକେଶରପୁର, କୁରାଙ୍ଗ ରହିଥିଲା ବେଳେ ସହରାଞ୍ଚଳ ବିଭାଗରେ ଓଡିଶାର ପାଞ୍ଚଟି ଦଳ ସ୍ପୋଟ୍ସ ହଷ୍ଟେଲ, ଜଗା ୟୁନାଇଟେଡ-ଭୁବନେଶ୍ୱର, ସନରାଇଜ କ୍ଲବ-କଟକ, ରାଉରକେଲା-ରେଡ୍‌, ସମଲେଶ୍ୱରୀ ସ୍ପୋଟିଂ-ସମ୍ବଲପୁର ଦଳ ଓ ରାଜ୍ୟ ବାହାରୁ ୩ ଟି ଦଳ ୱାଡିସି-ମଣିପୁର, ତାମିଲନାଡୁ ପୋଲିସ ଓ କାମେରୁନ-୧୧ ଭାଗ ନେବେ । ୮ ଦିନ ବ୍ୟାପୀ ଖେଳ ଚାଲୁ ରହିବ । ତିନୋଟି ବିଭାଗର ବିଜେତା ଓ ରନର୍ସ ଅଫ୍ ଦଳକୁ ଆକର୍ଷଣୀୟ ଟ୍ରଫି ସହିତ ପ୍ରାୟ ୩ ଲକ୍ଷ ୪୦ ହଜାର ଅର୍ଥ ରାଶି ଏବଂ ଗ୍ରାମାଞ୍ଚଳର ଶ୍ରେଷ୍ଟ ଖେଳାଲୀଙ୍କୁ ବୁଲେଟ ମଟରସାଇକେଲ ପ୍ରଦାନ କରାଯିବ । ବିଶେଷ ଆକର୍ଷଣ ସାଜିବେ କାମେରୁନର ୧୧ ଜଣ ନାଇଜେରିଆନ ଖେଳାଳୀ । ଏହି ଟୁର୍ଣ୍ଣାମେରେ ହଜାର ହଜାର ସଂଖ୍ୟାରେ ଦର୍ଶକ ସାମିଲ ହେଉଥିବାରୁ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ଦର୍ଶକ ଦରବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଦର୍ଶକମାନେ ବିନା ମୂଲ୍ୟରେ ଟିକେଟ କରି ଳଟେରୀ ମାଧ୍ୟମରେ ଟିଭି, ଫ୍ରିଜ, ୱାସିଙ୍ଗ ମେସିନ୍ ଭଳି ଅନେକ ଉପହାର ପାଇ ପାରିବେ । ୧୫ ତାରିଖ ଦିନ ଉଦଯାପନ ଉତ୍ସବ ଅନୁଷ୍ଠିତ ହେବ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି କ୍ଲବର ଉପଦେଷ୍ଟା ଜ୍ଞାନରଞ୍ଜନ ରାଉତ ଓ ସମ୍ପାଦକ ମାନସ ରଂଜନ ପଡିହାରୀ ସୂଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଣ୍ଡରପୁର ଗ୍ରାମ କମିଟିର ସଭାପତି ଭାସ୍କର ଚନ୍ଦ୍ର ପଡିହାରୀ, କୈଳାସ ଚନ୍ଦ୍ର ରାଉତ, ନକୂଳ ବେହେରା, ଶିକ୍ଷାବିତ୍ ବସନ୍ତ ରଥ, ସମ୍ପାଦକ ଜିତେନ୍ଦ୍ର ସାସମଲ ଏବଂ କ୍ଲବର ସଭାପତି ଲକ୍ଷ୍ମଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Khansweb Solution Bhubaneswar
3 Comments
  1. fb68nohu says

    Yo, just checked out fb68nohu! Seems like a decent place to try my luck. Worth a shot, I guess. Fingers crossed! Check it out here: fb68nohu

  2. pkbetvn says

    Heard about pkbetvn. Is it any good for us Vietnamese players? Specific bonuses for VN? Input appreciated!

  3. nesineindir says

    Gotta get the app, right? Nesine Indir is where it’s at. No issues downloading, runs smooth on my Android. Makes betting on the go super easy. nesineindir

Leave A Reply

Your email address will not be published.