ଢେଙ୍କାନାଳ ,୧୪।୧ ଢେଙ୍କାନାଳ ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ କୋଭିଡ୍-୧୯ର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ସ୍ବରୂପ କାରଖାନା ପରିସରରେ ୩୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି। ସ୍ବତନ୍ତ୍ର କୋଭିଡ୍ ପାରାମେଡିକ୍ସ, ସଫେଇ କର୍ମଚାରୀ, ଡାକ୍ତର ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ହସ୍ପିଟାଲ ଟିମ୍ ଓ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ସହାୟତା ନମ୍ବର ଜାରି କରାଯାଇଛି। କାରଖାନାର ବଡ଼ ସହଯୋଗୀ ଭେଣ୍ଡର କର୍ମଚାରୀଙ୍କ ପାଇଁ ନିଜସ୍ବ କୋଭିଡ୍ କେୟାର ହୋମ୍ ପ୍ରସ୍ତୁତ କରିଛନ୍ତି। କମ୍ପାନୀର ୯୯% କର୍ମଚାରୀ ୨ଡୋଜ୍ ଟିକା ନେଇସାରିଛନ୍ତି। ସଙ୍ଗରୋଧରେ ଥିବା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ପ୍ରଥମ ଲହରୀ ବେଳକୁ ଯେପରି କମ୍ପାନୀ କର୍ମଚାରୀମାନେ ଛୋଟ ଛୋଟ ଗ୍ରୁପରେ ବିଭକ୍ତ ହୋଇ କାର୍ଯ୍ୟ କରୁଥିଲେ, ତାହାକୁ ପୁନର୍ବାର ଲାଗୁ କରାଯାଇଛି। ୱାର୍କଫ୍ରମ୍ ହୋମ୍ ପୁନଃ କାର୍ଯ୍ୟକ୍ଷମ ହୋଇଛି। କ୍ୟାଣ୍ଟିନରେ ଡାଇନିଂ ବଦଳରେ ଖାଦ୍ୟ ପୁଡ଼ିଆ ଯୋଗାଇ ଦିଆଯାଉଛି। ହୋର୍ଡିଂ, ପୋଷ୍ଟର, ଏଲଇଡି ବୋର୍ଡ, ଏସ୍ଏମ୍ଏସ୍, ସଟ୍ ଭିଡିଓ ମାଧ୍ୟମରେ ନିୟମିତ ସୂଚନା ପ୍ରଦାନ କରାଯାଉଛି ା ଭ୍ରାମ୍ୟମାଣ ବାହାନ ଜରିଆରେ କମ୍ପାନୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳବାସୀଙ୍କୁ ସଚେତନ କରାଯାଉଛି। ମୁଖ୍ୟ ଫାଟକରେ ମାସ୍କ ଓ ତାପମାତ୍ରା ଯାଞ୍ଚ କରାଯାଉଛି। ନିୟମିତ ବ୍ୟବଧାନରେ ପ୍ଲାଣ୍ଟ ପରିସରକୁ ସାନିଟାଇଜ କରାଯାଉଛି। ଟ୍ରକ୍ ଚାଳକ, ଅତିଥିଙ୍କୁ ଗାଇଡ୍ଲାଇନ୍ ପାଳନ କରିବାକୁ ସତର୍କ କରାଯାଉଛି। କମ୍ପାନୀ ସୁରକ୍ଷା ଦଳ ପକ୍ଷରୁ କୋଭିଡ୍-୧୯ ଟାକ୍ସଫୋର୍ସ ଗଠନ କରାଯାଇଛି। ସିଏସ୍ଆର୍ ଦଳ ଉଦ୍ୟମରେ କାରଖାନା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ଟିକାକରଣ ହୋଇପାରିଛି। ସ୍ଥାନୀୟ ଲୋକଙ୍କ ପାଇଁ ଗତବର୍ଷ ଭଳି ନିକଟ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲ ବ୍ୟବସ୍ଥା କରାଯାଇଛି।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
