banner
Breaking

ଓମ୍ରାର ୩୫ ତମ ବାର୍ଷିକ ଉତ୍ସବ

0

ଓମ୍ରାର ୩୫ତମ ବାର୍ଷିକ ଉବ
ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓଡିଶା ଭେଷଜ ଗବେଷଣା ଓ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନର ୩୫ ତମ ବାର୍ଷିକ ଉତ୍ସବ, ଭାରତୀୟ ଚିକିକ ସଂଘ ଓଡିଶା ଶାଖାର ସଭାକକ୍ଷରେ ଅୁନଷ୍ଠିତ ହୋଇଯାଇଛି ।
ଓମ୍ରାର ସଭାପତି ଡଃ ଚିତ୍ତରଞ୍ଜନ ମିଶ୍ରଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଏହି ଉବରେ ମୁଖ୍ୟ ଅତିଥିଭାବେ କଟକ ମହାନଗର ନିଗମର ମେୟର ସୁବାସ ସିଂ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର, ସମ୍ମାନୀତ ଅତିଥି ଭାବେ କଟକ ଜିଲ୍ଲା ମୁଖ୍ୟ ଚିକିାଧିକାରୀ, ଡାଃ ସତ୍ୟବ୍ରତ ଛୋଟରାୟ, ଅନ୍ୟତମ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୂପମା ବେହେରା ପ୍ରମୁଖ ଯୋଗଦେଇଥିଲେ । ପ୍ରଫେସର ଶଶିମଣି ପଣ୍ଡାଙ୍କ ଦ୍ୱାରା ୧୯୮୬ ମସିହାରେ ସ୍ଥାପିତ ଏହି ପ୍ରତିଷ୍ଠାନର ୩୫ ବର୍ଷର ଯାତ୍ରାର ସଫଳତା ବିଷୟରେ ସୂଚନା ଦେଇ ସଭାପତି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଅତିଥିମାନେ ସ୍ୱର୍ଗତ ଶଶିମଣି ପଣ୍ଡାଙ୍କ ଓଡିଶାରେ ବିଭିନ୍ନ ପ୍ରାନ୍ତରରେ କରିଥିବା ସାମାଜିକ ସେବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଓମ୍ରାର ଉପସଭାପତି ଡାଃ ପ୍ରହ୍ଲାଦ ଚରଣ ସାମଲ, ନନ୍ଦ କିଶୋର ଜେନା, କୋଷାଧ୍ୟକ୍ଷ ସତ୍ୟନାରାୟଣ ନନ୍ଦ, ଡାଃ ଅଭୟ ପାତ୍ର, ଅମିତ ମହାନ୍ତି, ନୟନା ମହାନ୍ତି, ଡଃ ଅମୀୟ ମିଶ୍ର, ଅଶୋକ ପଣ୍ଡା, ଗଣେଷ ଦାଶ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ଡାକ୍ତର, ସମାଜସେବୀ, ଓସାକର କର୍ମକର୍ତ୍ତା ଓମ୍ରାର କର୍ମକର୍ତ୍ତା, କର୍ମଚାରୀ ଔଷଧ କମ୍ପାନୀ ପ୍ରତିନିଧି ଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ଶେଷରେ ସହସମ୍ପାଦକ ଅବିନାଶ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.