banner
Breaking

ପ୍ୟାକେଟ ପିଛା ୨ଟଙ୍କା ବଢିଲା ଓମଫେଡ କ୍ଷୀର ଦର

1

ଭୁବନେଶ୍ୱର : ରାଜ୍ୟ ସରକାର ଓମ୍‌ଫେଡ ଦୁଗ୍ଧ ମୂଲ୍ୟ ବୃଦ୍ଧି କରିଛନ୍ତି। ୫୦୦ ମିଲିଲିଟର ପ୍ୟାକେଟ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଏ ନେଇ ଓମ୍‌ଫେଡ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଟୋନ୍‌ଡ ପ୍ୟାକେଟ ପିଛା ୨୧ଟଙ୍କା ଥିବା ବେଳେ ତାହା ୨୩ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ପ୍ରିମିୟମ ୨୪ରୁ ୨୬ ଟଙ୍କା, ଗୋଲ୍‌ଡ ମିଲ୍କ ପ୍ୟାକେଟ ୨୪ରୁ ୨୬ ଟଙ୍କା ଏବଂ ଚାଏ ସ୍ପେଶାଲ ୫୦୦ ଏମ୍‌ଏଲ ୨୩ରୁ ୨୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଗୋଖାଦ୍ୟ, ଔଷଧ, ଜାଳେଣି ଇତ୍ୟାଦି ଦର ବୃଦ୍ଧି ହୋଇଥିବାରୁ ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କ୍ଷୀର ଦର ବୃଦ୍ଧି କରାଯାଇଥିବା ଓମ୍‌ଫେଡ ପକ୍ଷରୁ କୁହାଯାଇଛି। ଓମ୍‌ଫେଡ କ୍ଷୀର ବିକ୍ରିରୁ ୯୦ ପ୍ରତିଶତ କ୍ଷୀର ସଂଗ୍ରହରେ ବ୍ୟୟ କରାଯାଉଛି। ଚାଷୀଙ୍କୁ ସର୍ବାଧିକ ମୂଲ୍ୟ ଦେବାକୁ ଓମ୍‌ଫେଡ ସର୍ବଦା ଚେଷ୍ଟା କରି ଆସିଥିବା ବିଜ୍ଞପ୍ତିରେ କୁହାଯାଇଛି।

Khansweb Solution Bhubaneswar
1 Comment
  1. mitolyn reviews says

    **mitolyn reviews**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.