ଭୁବନେଶ୍ୱର,: ଭୁବନେଶ୍ୱର ମହାନଗର ନିଗମ ଉତ୍ତର ଜୋନ୍ ପକ୍ଷରୁ ସୈନିକ ସ୍କୁଲ ନିକଟସ୍ଥ ଡମ୍ପିଂୟାଡ ପରିସରରେ ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ବଡ ଖାନାରେ ଏକାଠି ଖାଇଛନ୍ତି ଶ୍ରମିକ,ମେୟର,କର୍ପୋରେଟର ଓ ଅଧିକାରୀ ।

ବିଏମସି ଉତ୍ତର ଜୋନର ଡେପୁଟି କମିଶନର ପୁରନ୍ଦର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗଦେଇ ଶ୍ରମିକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଥିଲେ ଭୁବନେଶ୍ୱରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ବିଏମସିରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଅବଦାନ ଅତୁଳନୀୟ । ଖରା,ବର୍ଷା,ଶୀତ ଓ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେମାନେ ଆମକୁ ସେବା ଯାଗାଇ ଦେଉଛନ୍ତି । ସେମାନେ ସଦାସର୍ବଦା ଚିର ନମସ୍ୟ । ଶ୍ରମିକଙ୍କ ମୁହଁରେ ହସ ଫଟାଇବା ପାଇଁ ରାଜ୍ୟ ସରକାର ଖୁବଶ୍ରୀଘ୍ର ବୀମା,ସ୍ମାର୍ଟ ଡ୍ରେସ ଓ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସେମାନେ ଭଲରେ ରହିଲେ ଭୁବନେଶ୍ୱର ସ୍ୱଚ୍ଛତାରେ ଆହୁରି ଅଗକୁ ବଢିବ ।

ସମ୍ମାନିତ ଅତିଥି ରୂପେ ୧୨ ନମ୍ବର ଓ୍ବାର୍ଡର କର୍ପୋରେଟର ଜୟନ୍ତୀ ସାହୁ,୯ ନମ୍ବରର ସୁଷମା ସାହୁ.୧୭ ନମ୍ବରର ପୂଜା ମହାରଣା ଓ ୧୧ ନମ୍ବର କର୍ପୋରେଟର ପ୍ରଭାସିନୀ ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରମିକ ମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡେପୁଟି କମିଶନର ସୁରେନ୍ଦ୍ର ସାହୁ, ଭୁବନେଶ୍ୱର ଜିଲ୍ଲା ବିଜେଡି ସମ୍ପାଦକ ପ୍ରଶନ୍ନ କୁମାର ସାହୁ,ଭୋଳାନାଥ ମହାରଣା,ପ୍ରଫୁଲ୍ଲ ଜେନା,ଗଗନ ବୀହାରୀ ପଣ୍ଡା,ଚଗଲା ନନ୍ଦ, ମନୋରଞ୍ଜନ ଦାସ ରଞ୍ଜନ ରାଉତରାୟ,ଓାର୍ଡ ଅଧିକାରୀ ରବି ନାରାୟଣ ମିଶ୍ର,ଦୀପକ କୁମାର ନାୟକ,ବିନୟ ଚନ୍ଦ୍ର ମଲ୍ଲିକ,ଶ୍ରୀକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

୯,୧୧,୧୨,୧୭ ନମ୍ବର ଓାର୍ଡର ସ୍ୱଚ୍ଛସାଥୀ,ଏମଏମସି ଶ୍ରମିକ ଓ ଡ୍ରାଇଭର ମାନଙ୍କ ସହିତ ମେୟର,କର୍ପୋରେଟ. ବିଏମସି ଅଧିକାରୀ ଓ କର୍ମଚାରୀମାନେ ମିଶି ଏକତ୍ର ଭୋଜନ କରିଥିଲେ । ଭଲ କାମ କରୁଥିବା ଶ୍ରମିକଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
