banner
Breaking

ଭାରତୀୟ କମ୍ପ୍ୟୁଟର ସୋସାଇଟିର ୫୩ତମ ବାର୍ଷିକ ସମ୍ମିଳନୀ ଡିଜିଟାଲ ଗଣତନ୍ତ୍ର-ପରିବର୍ତ୍ତନ ପାଇଁ ଆଇଟି’

0

ଭୁବନେଶ୍ୱର,୧୬/୧ (ଓଡ଼ିଆ ନ୍ୟୁଜ) : ଭାରତୀୟ କମ୍ପ୍ୟୁଟର ସୋସାଇଟିର ୫୩ତମ ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀ ସିଏସଆଇ-୨୦୨୦ ଗୁରୁବାରଦିନ କିଟ୍‌ ବିଶ୍ୱବିଦ୍ୟାଳୟଠାରେ ଉଦଘାଟିତ ହୋଇଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏପରି ଏକ ସର୍ବବୃହତ ଆଇଟି ସମ୍ମିଳନୀ ଅନୁଷ୍ଠିତ ହେଉଛି ଯେଉଁଠାରେ ସାରାଦେଶର ହଜାର ହଜାର କମ୍ପ୍ୟୁଟର ପ୍ରୋଫେସନାଲ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି । ଏହି ସମ୍ମିଳନୀର ବିଷୟ ରହିଛି ‘ଡିଜିଟାଲ ଗଣତନ୍ତ୍ର-ପରିବର୍ତ୍ତନ ପାଇଁ ଆଇଟି’। ଏହି ବିଷୟ ଉପରେ ବିଶେଷଜ୍ଞ ଓ ପେଶାଦାରମାନେ ନିଜର ମତବିନିମୟ କରିଥିଲେ ।
ଏହି ତିନିଦିନିଆ ସମ୍ମିଳନୀକୁ ସଭାପତି ତଥା ଲୋକପାଳ ପିନାକୀ ଚନ୍ଦ୍ର ଘୋଷ ଓ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀ (ସ୍କାଇପି ମାଧ୍ୟମରେ) ମୁଖ୍ୟ ଅତିଥିଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ରାଜ୍ୟ ଇଲେକ୍ଟ୍ରୋନିକ ଓ ଆଇଟି ତଥା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏଆଇସିଟିଇର ସଦସ୍ୟ ସଚିବ ରାଜୀବ କୁମାର, ଆଇଏଫଆଇପିର ଅଧ୍ୟକ୍ଷ ପ୍ରଫେସର ମାଇକ ହିନଚେ, କିଟର ଉପକୂଳପତି ପ୍ରଫେସର ଡ. ସସ୍ମିତା ସାମନ୍ତ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଏହାଛଡ଼ା ଭାରତୀୟ କମ୍ପ୍ୟୁଟର ସୋସାଇଟିର କର୍ମକର୍ତ୍ତା ଯଥା ଆବାହକ ମାନସ ରଂଜନ ପଟ୍ଟନାୟକ, ଜେନେରାଲ ଚେୟାର ଡ.ଲଳିତ ମୋହନ ପଟ୍ଟନାୟକ,ମୁଖ୍ୟ ମେଣ୍ଟର ତଥା ଅବସରପ୍ରାପ୍ତ ଆଇଏଏସ ସୁଭାଷ ପାଣି, ଚେୟାର ଡ.ଆରକେ ବ୍ୟାସ,ଏନବିଏ ଚେୟାର ପ୍ରଫେସର କେ.କେ. ଅଗ୍ରଓ୍ଵାଲ,ଡ.ସମରେଶ ମିଶ୍ର ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ରଜିତା କୁଲକର୍ଣ୍ଣି ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ତଥା ରାଜ୍ୟ ଇଲେକ୍ଟ୍ରୋନିକ ଓ ଆଇଟି ତଥା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ମେଗା ସମ୍ମିଳନୀ ଆୟୋଜନ କରିଥିବାରୁ ଭାରତୀୟ କମ୍ପ୍ୟୁଟର ସେସାଇଟିକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ସମ୍ମିଳନୀର ବିଷୟଟି ବେଶ ଗୁରୁତ୍ୱପୂର୍ଣ୍ଣ । ଗଣତନ୍ତ୍ର ଓ ସମାଜରେ ଡିଜିଟାଲ ପ୍ରଯୁକ୍ତିର ଅନ୍ତର୍ଭୁକ୍ତିକରଣ ହେବା ଆବଶ୍ୟକ । ଡିଜିଟାଲ ଡେମୋକ୍ରାସି କୁ ସାକାର କରିବାକୁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ସହ ଦେଶର ପ୍ରତି ଗାଁକୁ ସଂଯୋଗ କରାଯାଉଛି । ୨୦୨୦ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାର ସବୁ ଗାଁରେ ଇଣ୍ଟରନେଟ ସଂଯୋଗ ପହଞ୍ଚିବ । ସେହିପରି ଇ-ପ୍ରଶାସନ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶର ୫ଟି ପ୍ରମୁଖ ରାଜ୍ୟମଧ୍ୟରେ ସ୍ଥାନ ପାଇଛି ।
ଏହି ସମ୍ମିଳନୀର ଆବାହକ ମାନସ ରଂଜନ ପଟ୍ଟନାୟକ କହିଛନ୍ତି ଯେ ଏହି ସମ୍ମିଳନୀର ଆୟୋଜନ କରିବା ଉଊୟ ସିଏସଆଇ ଓ ଓଡ଼ିଶା ପାଇଁ ଏକ ଗର୍ବର ବିଷୟ । କାରଣ ଏଥିରେ ଦେଶବିଦେଶରୁ ପ୍ରାୟ ୧୦୦୦ କମ୍ପ୍ୟୁଟର ପେଶାଦାର, ବିଶେଷଜ୍ଞ, ଶିକ୍ଷାବିତ ଓ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଶାର ଆଇଟି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଆସିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ସମ୍ମିଳନୀର ପ୍ରଥମ ଦିନରେ ସିଏସଆଇ ପକ୍ଷରୁ ସିଏସଆଇ ୨୦୨୦ ଲାଇଫଟାଇମ ପୁରସ୍କାର ଡ. ଉତ୍ପଲ କୁମାର ବାନାର୍ଜି, ପ୍ରଫେସର ବିଏଲ.ଦୀକ୍ଷାତୁଲୁ, ଶ୍ରୀ ଏଚଆର ମୋହନ, ରବୀନ୍ଦ୍ରନାଥ ଲାହିରି, ଫେଲୋ ବି.କେ. ପଟେଲ, ଅନିର୍ବାଣ ମୁଖାର୍ଜୀ, ଫେଲୋ ରାମସ୍ୱାମୀ, ପ୍ରଫେସର ଆଲିସେରୀ ଗୋବର୍ଦ୍ଧନ ଓ ଡ.ଏସ.ଅରୁମୁଗନଙ୍କୁ ପ୍ରଦାନ କରାଯାଇଥିଲା । ସମ୍ମିଳନୀର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଏସଆଇ ଇ-ରତ୍ନ ପୁରସ୍କାର ଦିଆଯିବ । ଏହାଛଡ଼ା ଆଉ କେତେକ ଅତିଥିଙ୍କୁ ଲାଇଫଟାଇମ ପୁରସ୍କାର, ଅନରେବଲ ଫେଲୋ ଓ ଫେଲୋ, ଏସଆଇଜି ସିଏସଆଇ ଇ-ପ୍ରଶାସନ ପୁରସ୍କାର ପ୍ରଦାନ କରାଯିବ । ଏହାସହିତ ଏକ ଷ୍ଟାର୍ଟ-ଅପ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ ।
ଏହି ଅବସରରେ ବିଶେଷଜ୍ଞ ଓ ପ୍ରଫେସର ମାନେ ବିଭିନ୍ନ ବିଷୟ ଉପରେ ଆଲୋଚନା, ପେପର ଉପସ୍ଥାପନ, ଟ୍ରାକ ସେସନ ଆଦି ଅନୁଷ୍ଠିତ ହେବ । ଏହି ଶିଳ୍ପ ସହ ଜଡ଼ିତ ବିଭିନ୍ନ ଅତ୍ୟାଧୁନିକ ସାମଗ୍ରୀ ପ୍ରଦର୍ଶନ ପାଇଁ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେଉଛି ।
୧୯୬୫ରେ ଅଳ୍ପ କିଛି କମ୍ପୁଟର ପେଶାଦାରଙ୍କ ଦ୍ୱାରା ସ୍ଥାପିତ ଭାରତୀୟ କମ୍ପ୍ୟୁଟର ସୋସାଇଟି କମ୍ପ୍ୟୁଟର ପେଶାଦାରମାନଙ୍କ ପାଇଁ ଭାରତର ପ୍ରଥମ ଓ ବୃହତ୍ତମ ଜାତୀୟ ସ୍ତରର ସଂଗଠନ । ଏହି ସୋସାଇଟିର ବାର୍ଷିକ ଅଧିବେଶନ ୧୯୬୬ ମସିହାରୁ ଆୟୋଜିତ ହୋଇଆସୁଛି । ଏହି ସମ୍ମିଳନୀରେ ଟେକନିକାଲ ସେସନ, ଟ୍ୟୁଟୋରିଆଲ, ପ୍ୟାନେଲ ଆଲୋଚନା, ପ୍ରଦର୍ଶନୀ ଓ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥାଏ ।

Khansweb Solution Bhubaneswar

Leave A Reply

Your email address will not be published.