ଭୁବନେଶ୍ୱର,୨୧/୪(ବ୍ୟୁରୋ) : ପବିତ୍ର ରମ୍ଜାନ୍ ମାସରେ କଳିଙ୍ଗ ଟ୍ରଷ୍ଟ ଆନୁକୂଲ୍ୟରେ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାର ସ୍ଥିତ ଗ୍ରାଣ୍ଡଲୁମ୍ବିନୀ କନଭେସନ୍ ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଇନ୍ଜୀବି ମାନଙ୍କର ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି ।

ଟ୍ରଷ୍ଟର ଅଧ୍ୟକ୍ଷ ଡ. ମଧୁମାଧବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗଦେଇ କହିଥିଲେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ । ଆମ ଭିତରେ ଭାଇଚାରାର ସୁସଂପର୍କ ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିରଖି ଓଡିଶା ଶାସନଭାର ଦୀର୍ଘ ୨୨ ବର୍ଷ ଧରି ଜାରି ରଖି ଭାଇଚାରାର ଉଦାହରଣ ଦେଇଛନ୍ତି । ସେବା ମନୋବୃି ରଖି କାମ କରିଲେ ଆଲ୍ଲା, ଯୀଶୁ, ଭଗବାନ ଜଗନ୍ନାଥ ସମସ୍ତେ ଖୁସି ହେବେ ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସାମ୍ବାଦିକ ଜବାର ସିଂହ, ରାଜ୍ୟ ଆହାର କମିଟି ସଦସ୍ୟ ତଥା ଆଇନଜୀବୀ ହାସନ ଖାଁ, ସମାଜସେବୀ ଡ. ନାରାୟଣ ମହାପାତ୍ର, ଭୁବନେଶ୍ୱର ଓକିଲ ସଂଘର ସଭାପତି ରବି ସାମନ୍ତରାୟ, ଜାହିଦୁର ରହମନ୍, ଜିଆଉଲ୍ ହକ୍, ସମରେନ୍ଦ୍ର ସାହୁ, ଯୁଗଳ କିଶୋର ସାହୁ, ବିଜୟ ପାତ୍ର ପ୍ରମୁଖ ଯୋଗଦେଇ ରୋଜା ମାସର ମହାତ୍ମ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି ପାର୍ଟିରେ ପ୍ରଥମେ ରୋଜା ଭଙ୍ଗ କରାଯାଇ ନମାଜ ପାଠ କରାଯାଇଥିଲା । ଓକିଲ ମାନଙ୍କର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆଜିର ଦିନଟି ଭାଇଚାରାର ଏକ ବାତାବରଣ ଭିତରେ ଆନନ୍ଦ, ଉଲ୍ଲାସ ଓ ଆଲିଙ୍ଗନରେ ପୁରି ଉଠିଥିଲା । ଏଥିରେ ଶତାଧିକ ଆଇନଜୀବି ଅଂଶଗ୍ରହଣ କରିଥିଲେ ।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
