ଭୁବନେଶ୍ୱର,୧ା୮(ବ୍ୟୁରୋ)-ଭୁବନେଶ୍ୱରରେ ଖୋଲିବ ସପିଂ ମଲ। ଏ ନେଇ ଶନିବାର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅନୁମତି ଦେଇଛି। ତେବେ ମଲ ଖୋଲିବା ନେଇ ବିଏମସି ପକ୍ଷରୁ ଏସଓପି ଜାରି କରାଯାଇଛି। ମଲ ପରିସରରେ ଫୁଡ କୋର୍ଟ/ଇଟେରୀ ଆଇଟମ ଖୋଲିବନି। ସେହିପରି ଗେମ ଜୋନ/ପିଲାଙ୍କ ପାଇଁ ଖୋଲିବା ଏରିଆ ଖୋଲିପାରିବେନି। ମଲ ଭିତରେ ଥିବା ସିନେମା ହଲ / ଫନ ଜୋନ ଆଦି ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ସେହିପରି ଷ୍ଟାଫ ଓ ଗ୍ରାହକ ମଲ ଭିତରେ ୬ ଫୁଟର ସାମାଜିକ ଦୂରତା ବଜାୟ ରଖିବେ। ସମସ୍ତଙ୍କ ପାଇଁ ମଲ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଷ୍ଟାଫ ଓ ଗ୍ରାହକଙ୍କୁ ଆରୋଗ୍ୟ ସେତୁ ଆପ ଇନଷ୍ଟଲ କରିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ; ଥଣ୍ଡା/ ଜ୍ୱର ହୋଇଥିଲେ ମଲ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ବିଏମସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ ଉଲ୍ଲେଖ ରହିଛି।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
