ଭୁବନେଶ୍ବର : ମହାମାରୀ କରୋନାର ମୁକାବିଲା ପାଇଁ ସମ ହସ୍ପିଟାଲ ଠାରେ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଚାଲିଛି।
ଆଜି ୫-ଟି ସଚିବ ଭି.କେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ଏହି ନୂତନ ହସ୍ପିଟାଲ ପରିଦର୍ଶନରେ ଯାଇ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସୋଆର କ୍ୟାମ୍ପସ-୨ ର କନଭେନସନ ସେଣ୍ଟରରେ ଆସନ୍ତା ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହୋଇଯିବ। ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକ ଅଧିକାରୀମାନଙ୍କୁ କୋଭିଡ୍-୧୯ ହସ୍ପିଟାଲ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।ରବିବାର ଏହି ପରିଦର୍ଶନ ସମୟରେ ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଆଇଏମଏସ ଓ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସିନାଲ୍ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ରାଜେଶ ଲେଙ୍କା, ଆଇଟିଇଆର ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ହସ୍ପିଟାଲରେ କୋଭିଡ୍-୧୯ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
