banner
Breaking

ପୂର୍ବତନ ପ୍ରାଧ୍ୟାପକ ବିଜୟ କୁମାର ସାହୁଙ୍କ ଅକାଳ ବିୟୋଗ

1

କେନ୍ଦ୍ରାପଡ଼ା : ଆଳି ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଆରମ୍ଭ କରିବାରେ ସେ ନେଇଥିଲେ ଅଗ୍ରଣୀ ଭୂମିକା। ଶିକ୍ଷାର ପ୍ରସାର ପାଇଁ ସେ ସଦାସର୍ବଦା ତତ୍ପର ଥିଲେ। ଗରୀବ ମେଧାବୀ ବିଦ୍ୟାର୍ଥୀ ଙ୍କୁ ନିଶୁଳ୍କ ଶିକ୍ଷା ପ୍ରଦାନ କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସେ ଥିଲେ ଜଣେ ସମର୍ଥ ସାରଥୀ। ରାଷ୍ଟ୍ର ଗଠନରେ ବ୍ରତୀ ବିଶ୍ଵର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ର ପୂର୍ବତନ ନଗର ସଭାପତି ଭାବେ ସ୍ବର୍ଗତ ବିଜୟ କୁମାର ସାହୁ ସବୁବେଳେ ଛାତ୍ର ସମାଜ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ। ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅସମୟରେ ପ୍ରାଣ ହରାଇଥିବା ଆଳି ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ତଥା ଏବିଭିପି ଆଳି ଶାଖାର ପୂର୍ବତନ ସଭାପତି ବିଜୟ କୁମାର ସାହୁଙ୍କ ସ୍ମୃତିରେ ଆଜି ଆଳି ମହାବିଦ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ବୁଦ୍ଧଜୀବିମାନେ ସ୍ବର୍ଗତ ସାହୁଙ୍କ କର୍ମବହୁଳ ଜୀବନୀ ସମ୍ପର୍କରେ ଆଲୋକପାତ କରିବା ସହିତ ଅଶ୍ରୁଳ ଶୋକବ୍ୟକ୍ତ କରିଥିଲେ।
ଆଳି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅର୍ଜୁନ ଚରଣ ବିଶ୍ଵାଳ, ଆଳି ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ତଥା ଏବିଭିପିର ପୂର୍ବତନ ନଗର ସଭାପତି ହରପ୍ରସାଦ ରଥ, ବରିଷ୍ଠ ଆଇନଜୀବୀ ଅଭିରାମ ବିଶ୍ଵାଳ, ଚଣ୍ଡିଆଗଡ଼ି ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରିୟରଞ୍ଜନ ଦାଶ, ବିଶିଷ୍ଟ ଶିକ୍ଷାବିତ ପିତାମ୍ବର ଦାସ, ସୁଶାନ୍ତ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ମଲ୍ଲିକ, ବନମାଳୀ ସେନାପତି, ସରୋଜ ଦ୍ବିବେଦୀ, ସ୍ନେହଜିତ ପଲାଇ, ଭଗବାନ ନାୟକ, ଯୁବ ସାମ୍ବାଦିକ ପ୍ରଭୁକଲ୍ୟାଣ ସେନାପତି, ବିଭୁପ୍ରସାଦ ମହାନ୍ତି, ଆଳି ନାଗରିକ ମଞ୍ଚ ସଭାପତି ଧନେଶ୍ଵର ରାଉତ, ବିଜେପି ନେତା ବ୍ରଜ ସୁନ୍ଦର ଭୂୟାଁ, କୃଷ୍ଣଚନ୍ଦ୍ର ପଣ୍ଡା, ଭକ୍ତବନ୍ଧୁ ମିଶ୍ର, ଅଭିମନ୍ୟୁ ଗୋଚ୍ଛାୟତ, ଶିକ୍ଷାବିତ ଶିବରାମ ପାଣି, ଅଟଳ ବିହାରୀ ନନ୍ଦ, ସଞ୍ଜୟ କୁମାର ସାହୁ, ଅକ୍ଷୟ କୁମାର ପଣ୍ଡା, ସହଦେବ ସିଂ, ଆଇନଜୀବୀ ରଞ୍ଜନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଦିବଂଗତ ପ୍ରାଧ୍ୟାପକ ବିଜୟ ସାହୁଙ୍କ ସ୍ମୃତିଚାରଣ କରିଥିଲେ। ସେହିପରି ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଯୁବ ଆଇନଜୀବୀ ରାଧାକାନ୍ତ ବିଶ୍ଵାଳ, ପୂର୍ବତନ ସାଧାରଣ ସମ୍ପାଦକ ପ୍ରତାପ ସାମଲ, ବିନୋଦିନୀ ସାମଲ, ପୂର୍ବତନ ଏବିଭିପି ସଂଗଠକ ତଥା ଯୁବ ବିଜେପି ନେତା ଶଶାଙ୍କ ଶେଖର ସେଠୀ, ନିହାର ରଞ୍ଜନ ସ୍ବାଇଁ, ଏବିଭିପି ରାଜକନିକାର ପୂର୍ବତନ ଛାତ୍ରନେତା ତଥା ସମ୍ବାଦ ଚାନ୍ଦବାଲି ପ୍ରତିିନିଧି ଦେବଜ୍ୟୋତି ଜେନା, ପ୍ରଶାନ୍ତ ବେହେରା ପ୍ରମୁଖ ମଧ୍ୟ ବକ୍ତବ୍ୟ ରଖିଥିଲେ। ଏବିଭିପି ବିଭାଗ ପ୍ରମୁଖ ମନୋରଞ୍ଜନ ମିଶ୍ର, କେନ୍ଦ୍ରାପଡ଼ା ଜିଲ୍ଲା ସଂଗଠକ ଵୈଲୋଚନ ଦାସ, ଚିନ୍ମୟ ଦାସ, ସୁବ୍ରତ ବେହେରା, ସ୍ଵାଧୀନ ଦାସ, ଫନୀ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏବିଭିପିର ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ କିଶୋର ଦାଶ ଶ୍ରଦ୍ଧାଞ୍ଜଳୀ ସଭାକୁ ସଂଯୋଜନା କରିଥିଲେ।

Khansweb Solution Bhubaneswar
1 Comment
  1. mitolyn reviews says

    **mitolyn reviews**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.