banner
Breaking

ରାଜ୍ୟ ପୋଲିସର ସମୀକ୍ଷା ବୈଠକ ଭଲକଲେ ପୁରସ୍କାର ନହେଲେ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର,୧୩/୯(ଓଡ଼ିଆ ନ୍ୟୁଜ) ମୋ ସରକାର କାର୍ଯ୍ୟକ୍ରମ ଆଗାମୀ ଅକ୍ଟୋବର ୨ରେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏନେଇ ସମୀକ୍ଷା କରିଛନ୍ତି ଡିଆଇଜି। ଆଜି କଟକ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଭିଡିଓ କନଫରେନ୍ସି ମାଧ୍ୟମରେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ବିଜୟ ଶର୍ମା ଯୋଗଦେଇ କହିଛନ୍ତି ଯେ କଲ୍ ସେଣ୍ଟର ଗୁଡିକରେ ପ୍ରାପ୍ତ ନାଗରିକ ମତାମତ ଗୁଡିକୁ ସବୁଦିନ ବିଶ୍ଳେଷଣ କରି ଆବଶ୍ୟକ ସୁଧାର ମୂଳକ ବ୍ୟବସ୍ଥା କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନାଗରିକ ମାନଙ୍କୁ ଉଚିତ ବ୍ୟବହାର, ଆଚରଣ ଓ ସିଷ୍ଟାଚାର ପ୍ରଦାନ କରୁଥିବା ପୋଲିସ ଅଧିକାରୀଙ୍କୁ ପୁରସ୍କୃତ କରାଯିବ। ଭୁଲ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ବୈଠକରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପ୍ରଣବିନ୍ଦୁ ଆଚାର୍ଯ୍ୟ, କମିଶନର ସୁଧା°ଶୁ ଷଢ଼ଙ୍ଗୀ,ଏସ୍ ସିଆର୍ ବବିର ନିର୍ଦ୍ଦେଶକ ରାଜେଶ କୁମାରଙ୍କ ସମେତ ମୁଖ୍ୟାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.