banner
Breaking

ତ୍ରିନାଥଦେବ ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଉତ୍ତର ବିଧାୟକଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ): ଶୈଳଶ୍ରୀବିହାର ଠାରେ ଥିବା ତ୍ରିନାଥଦେବ ବରିଷ୍ଠ ନାଗରିକ ସଂଘ ତରଫରୁ ଶ୍ରୀ ନିଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ । କମିଟି ତରଫରୁ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବକୁ ସମାଜସେବୀ ତଥା ଯୁବ ନେତା ନରେଶ ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା ।ଏହି କ୍ରମରେ ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ସୁବାସ ରାଉତ୍ ,ସମାଜ ସେବୀ ଇଂ ଦିଲ୍ଲିପ କୁମାର ସାହୁ ,ଦେବାଶିଶ୍ ମଲ୍ଲିକ ,ବିଜୁ ଜନତାଦଳର ଉପଦେଷ୍ଠା କୁଞ୍ଜ ବିହାରି ଦାସ ,ବରିଷ୍ଠ ନାଗରିକ ରବିନ୍ଦ୍ର କୁମାର ମହାନ୍ତି ,ଅଶୋକ କୁମାର ମୁଦୁଲି ,ବିନ୍ଦୁ ନାୟକ ,ଦିପକ ବେହେରା ,ବାବୁନା ଘଣ୍ଟ ,ସୁରେଶ ରଥ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।ସ୍ଥାନିୟ ଅଳଞ୍ଚର ସମସ୍ତ ସମସ୍ୟା ର ସରଳ ସମାଧାନ କିପରି ହୋଇପାରିବ ନରେଶ ପାତ୍ରଙ୍କୁ ସେଥିପାଇଁ ବିଧାୟକ ଦାଇତ୍ୱ ପ୍ରଦାନ କରିଥିଲେ ।ଶେଷରେ ଅନୁଷ୍ଠାନର ସଭାପତି ଲକ୍ଷ୍ମିଧର ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.