banner
Breaking

ଚନ୍ଦ୍ରଶେଖରପୁର ଆବାସିକ କଲ୍ୟାଣ ସଙ୍ଘ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର

0

ଭୁବନେଶ୍ୱର :(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଆବାସିକ କଲ୍ୟାଣ ସଂଘ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ହାଉସିଂବୋର୍ଡ କଲୋନୀ ସ୍ଥିତ ଦୁର୍ଗାପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି ଜଗଦିଶ୍ ଚନ୍ଦ୍ର ରଥ ଉଦ୍ଘାଟନ କରି କହିଥିଲେ ଆଜିକାଲି ମଧୁମେହ ମହାମାରୀ ଭଳି ବ୍ୟାପିବାରେ ଲାଗିଛି । ଏଥିପାଇଁ ସଚେତନତା ଆବଶ୍ୟକ । ଖାଦ୍ୟପେୟ ଓ ଶାରୀରିକ ବ୍ୟାୟାମା ମାଧ୍ୟମରେ ଏହାକୁ କିଛିମାତ୍ରାରେ ଉପଶମ କରିହେବ । ସକାଳ ୮.୩୦ ରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଛାଲିଥିଲା
 ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଠ ନାଗରିକ ଓ ଅନ୍ୟାନ ଲୋକମାନେ ଉପସ୍ଥିତ ରହି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଉକ୍ରଳ ହସ୍ପିଟାଲ ତରଫରୁ ସ୍ତ୍ରୀ ଓ
ପ୍ରସୂତି ବିଭାଗର ଅଭିଜ୍ଞ ଡାକ୍ତର ଶୈଳବାଳା ମିଶ୍ର ଏବଂ ଶୈଲ୍ୟ ବିଭାଗର ଡାକ୍ତର ଗୋବିନ୍ଦ ଚନ୍ଦ୍ର ମିଶ୍ର ଯୋଗଦେଇ ଲୋକମାନଙ୍କୁ ସେବା ଯୋଗାଇ ଦେଇଥିଲେ । ଏଥିରେ ରକ୍ତଚାପ, ମଧୁମେହ ଓ ଇସିଜି ପରିକ୍ଷା କରାଯାଇଥିଲା । ସଂଘର ସଂପାଦକ ଅଭିମନ୍ୟୁ ଗିରି, ସମସ୍ତ କର୍ମକତା ଓ
ଅନ୍ନପୂର୍ଣ୍ଣା ଯୁବକ ସଂଘ ଏବଂ ଏଲ୍ ପି ଟିମ୍ ର ସଦସ୍ୟମାନେ ସାହାଯ୍ୟ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜିବୀ ମଧୁମାଧବ ଜେନା,ସମାଜସେବୀ ସମରେନ୍ଦ୍ର ସାହୁ, ଏଲ୍ ପି ଟିମ୍ ର ସଭାପତି ପ୍ରଶନ୍ନ ପାଣି ପ୍ରମୁଖ ଯୋଗଦେଇ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.