banner
Breaking

ଆରମ୍ଭ ହେଲା ସିବିଏସ୍ଇ ପରୀକ୍ଷା।

0

ଭୁବନେଶ୍‍ବର, ୧୫/୨ (ଓଡ଼ିଆ ନ୍ୟୁଜ) : ଆଜି ଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ବର୍ଷ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ପ୍ରାୟ ୧୨ ଲକ୍ଷରୁ ଅଧିକ ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଫେବୃଆରୀ ୧୫ ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୫ ହଜାର ୩୭୬ଟି ସେଣ୍ଟର ହୋଇଥିବା ବେଳେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୪ ହଜାର ୯୮୩ ପରୀକ୍ଷା କେନ୍ଦ୍ର ହୋଇଛି। ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପ୍ରତ୍ର ପଢିବା ପାଇଁ ୧୫ ମିନିଟ ସମୟ ଦିଆଯିବା ପାଇଁ ସ୍ଥିରୀକୃତ ହୋଇଥିବା ନେଇ ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.