banner
Breaking

ବାଙ୍କୀରେ ଦୁଇ ଜଣଙ୍କୁ ହତ୍ଯା।

0

ବାଙ୍କୀ, ୧୫ା୨ (ବ୍ୟୁରୋ): କଟକ ଜିଲା ବାଙ୍କୀରେ ଘଟିଛି ଡବଲ ମର୍ଡର। ବରପୁଟ ପଞ୍ଚାୟତର ଜୋକଲାଞ୍ଜି ପ୍ରକଳ୍ପ ନିକଟରେ ସରପଞ୍ଚଙ୍କ ସ୍ବାମୀ ଓ ଜଣେ ସାମ୍ବାଦିକଙ୍କୁ ଶନିବାର ଅପରାହ୍ନରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଛି। ମୃତକ ଦ୍ୱୟ ହେଲେ ଖଜୁରିପଦା ନୂଆଗାଁ ପଞ୍ଚାୟତ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ବାଇଁ ଓ ଖବରଦାତା ଆଦିତ୍ୟ ରଣସିଂହ। ଘଟଣାସ୍ଥଳରେ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଭଗବାନ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍କୀ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭଗବାନଙ୍କ ମୃତ୍ୟୁ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଭଗବାନ ଓ ଆଦିତ୍ୟ ଏକ ବାଇକ୍‌ରେ ବାଙ୍କୀ ଯାଉଥିଲେ। ଏହି ସମୟରେ ଜୋକଲାଞ୍ଜି ପ୍ରକଳ୍ପ ନିକଟରେ ପୂର୍ବରୁ ଲୁଚି ରହିଥିବା ଦୁର୍ବୃତ୍ତମାନେ ସେମାନଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.