banner
Breaking

ଭାରତୀୟ ଗ୍ରାହକମାନଙ୍କ ନିମନ୍ତେ ସାମସଙ୍ଗ ଦ୍ୱାରା ୧୦ଟି ବୃହତ୍ ଏଆଇ କ୍ଷମତାଯୁକ୍ତ ବେସପୋକ ୱାସିଙ୍ଗ ମେସିନର ଶୁଭ ଉନ୍ମୋଚନ

0

ସାମସଙ୍ଗ, ଯାହାକି ଭାରତର ଏକ ବୃହତ୍ ଗ୍ରାହକ ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ ଆଜି ୧୦ଟି ବଡ଼ ଆକାରର ନୂଆ, ସମ୍ମୁଖ ଭାଗ ୱାସିଙ୍ଗ ମେସିନର ଅନାବରଣ କରିଛନ୍ତି । ଭାରତୀୟ ଗ୍ରାହକମାନଙ୍କ ପାଇଁ ଏଆଇ କ୍ଷମତାଯୁକ୍ତ ନୂତନ କପଡ଼ା ସଫା ସେବା ପ୍ରଦାନକାରିତାର ପ୍ରତିଶ୍ରୁତି ପ୍ରଦାନ କରିବା ସହିତ ବିନା ବାଧା ପ୍ରଦାନକାରୀ ନିଜସ୍ୱ ଜ୍ଞାନ କୌଶଳକାରୀ ଏଆଇ ବିଶେଷତ୍ୱ ରହିଛି ।
୧୨ କି.ଗ୍ରାର ଏକ ସମୁଚିତ ଆକାରରେ ଏହି ନୂତନ ୱାସିଙ୍ଗ ମେସିନ ଉପଲବ୍ଧ ହେବା ସହିତ ଭାରତୀୟ ଗ୍ରାହକମାନଙ୍କୁ ଏକକାଳୀନ ଅନେକଗୁଡ଼ିଏ ସଫା କରିବାରେ ସକ୍ଷମ କରାଇପାରିବ ଯାହା ମଧ୍ୟରେ ରହିଛି କମ୍ବଳ, ପର୍ଦ୍ଦା ଏବଂ ଶାଢ଼ୀ । ୫୨୯୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟର ଏହି ନୂଆ ୧୨କି.ଗ୍ରା. ସାମସଙ୍ଗ ୱାସିଙ୍ଗ ମେସିନ ଆରମ୍ଭ ହେଉଛି । ଏହି ଆଧୁନିକ ୱାସିଙ୍ଗ ମେସିନ ବେସପୋକ ଗଠନରେ ଉପଲବ୍ଧ ହେବା ସହିତ ଏଥିରେ ରହିଥିବା ବିଶେଷତ୍ୱ ଗୁଡ଼ିକ ହେଉଛି, ସମତଳ କାଚ କବାଟ ତଥା ଆଧୁନିକ ଏଆଇ ବିଶେଷତ୍ୱ ଯାହା ମଧ୍ୟରେ ରହିଛି ଏଆଇ ୱାଶ, ଏଆଇ ଶକ୍ତ ମୋଡ଼, ଏଆଇ ନିୟନ୍ତ୍ରଣ ତଥା ଏଆଇ ଇକୋବବଲ ।
ଭାରତୀୟ ଗ୍ରାହକମାନଙ୍କ ପାଇଁ ଏକ ବହୁ ପ୍ରତିକ୍ଷିତ ନୂଆ ପିଢ଼ୀର ଡ଼ିଜିଟାଲ ଉପକରଣ ଆସିଛି ଯେଉଁଥିରେ ରହିଛି ଉତ୍କୃଷ୍ଟ ବିଭାଗ, କମ୍ ପରିଶ୍ରମରେ ଅଧିକ ଫଳ, ଶକ୍ତି ସଂଚୟ ସହିତ ସମୟର ଉପଯୋଗ । ଏହି ୧୨ କି.ଗ୍ରା. ବିଶିଷ୍ଟ ଏଆଇ କ୍ଷମତାଯୁକ୍ତ ୱାସିଙ୍ଗ ମେସିନ ସୁବିଧାଜନକ ଫଳପ୍ରଦ କାର୍ଯ୍ୟଦକ୍ଷତା ଯୋଗାଇ ପାରିବ । ବେସପୋକ ଏଆଇ କ୍ଷମତାଯୁକ୍ତ ଏହି ପ୍ରିମିୟମ ୱାସିଙ୍ଗ ମେସିନ ସହିତ ଗ୍ରାହକମାନଙ୍କ ନିକଟରେ ଏକ ମୂଲ୍ୟଯୁକ୍ତ ସେବା ପ୍ରଦାନ ସହିିତ ସୁଲଭ ତଥା ବିଭିନ୍ନ ଷ୍ଟାଇଲ ଯୁକ୍ତ ଅଧିକ କ୍ଷମତାଯୁକ୍ତ ୱାସିଙ୍ଗ ମେସିନର ଏକ ବିଭାଗ ପ୍ରଦାନ ଏହା ଆମର ମୁଖ୍ୟ ବୋଲି ମତବ୍ୟକ୍ତ କରି କହିଛନ୍ତି, ସୌରଭ ବୈଶାଖିଆ, ବରିଷ୍ଠ ନିର୍ଦ୍ଦେଶକ, ଡ଼ିଜିଟାଲ ଆପ୍ଲାଏନସେସ୍ ସାମସଙ୍ଗ ଇଣ୍ଡିଆ ।
ବ୍ୟକ୍ତିଗତ ସଫଳତାକୁ ସଫା କରିବା ଅଭିଜ୍ଞତାକୁ ନେଇ ସାମସଙ୍ଗ ବେସପୋକ ଏଆଇ କ୍ଷମତାଯୁକ୍ତ ୱାସିଙ୍ଗ ମେସିନ ସମନ୍ୱିତ ସ୍ମାର୍ଟ ଜିନିଷ ଆପ୍‌କୁ ନେଇ ୨.୮ ମିଲିୟନର ଏକ ବୃହତ୍ ତଥ୍ୟକୁ ଏକତ୍ରିତ କରି ଏକ ସକାରାତ୍ମକ ସଫା କରିବା ଚୟନକୁ ପ୍ରଦାନ କରିଛି । ଏହା ମଧ୍ୟ ଏକ ବଡ଼ ମୂଲ୍ୟର ଶକ୍ତି ସଞ୍ଚୟ ତଥା ପ୍ରତ୍ୟେକ ସଫା କରିବାର ଧାରାରେ ଏଆଇ ଶକ୍ତି ମୋଡ଼ର ଫଳାଫଳକୁ ପ୍ରଦାନପୂର୍ବକ ବିଦ୍ୟୁତ୍ ବିଲ୍‌ରେ ମୂଲ୍ୟ ହ୍ରାସ ସହିତ ପ୍ରାୟ ୭୦ ପ୍ରତିଶତ ପର୍ଯ୍ୟନ୍ତ ଶକ୍ତି ସଂରକ୍ଷଣ ଯୋଗାଇ ପାରିଛି ।
କମ୍ ପରିଶ୍ରମରେ ସଫା କରିବାର ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଏକ ସମ୍ପୂର୍ଣ୍ଣ ଏଆଇ କ୍ଷମତାଯୁକ୍ତ ବିଶେଷତ୍ୱ ଏହି ବେସପୋକ ଏଆଇ ୱାସିଙ୍ଗ ମେସିନରେ ଦିଆଯିବା ସହିତ ସମୁଦାୟ ସ୍ମାର୍ଟ ଅଭିଜ୍ଞତାକୁ ଅତି ଦକ୍ଷ ଏବଂ ଇକୋଫ୍ରେଣ୍ଡଲି ସହିତ ଏଥିରେ ସାମିଲ କରାଯାଇଛି । ତେଣୁ ଏହି ଏଆଇ କ୍ଷମତାଯୁକ୍ତ ୱାସିଙ୍ଗ ମେସିନ ସଫା କରିବାର ଚିନ୍ତା ଧାରା ବ୍ୟତୀତ ସୃଷ୍ଟି ହେଉଥିବା ହଇରାଣକୁ ମଧ୍ୟ ଏହା ଦୂର କରିଥାଏ ।
ଏଆଇ ୱାସରେ ରହିଥିବା ବିଶେଷତ୍ୱ ମଧ୍ୟରେ ରହିଛି ଉନ୍ନତମାନର କପଡ଼ା ଓଜନ କରିବାର ସେନସିଙ୍ଗ କଳା, ଯାହା କପଡ଼ାକୁ ନରମ ତଥା ଅଧିକ ଦୀର୍ଘ ସ୍ଥାୟୀ କରିଥାଏ । ଏଥିସହିତ ରହିଥିବା ସୟେଲ ଲେବୁଲ ଟ୍ରାକିଙ୍ଗ ସଫାରେ ବ୍ୟବହୃତ ହେଉଥିବା ପାଣିର ପଟୁ ଗୁଣକୁ ପରୀକ୍ଷଣ କରିବା ସହିତ ପାଣି ତଥା ବ୍ୟବହୃତ ହେବାକୁ ଥିବା ଡ଼ିଟରଜେଣ୍ଟ ପାଉଡ଼ରକୁ ଏହା ସକାରାତ୍ମକ ଭାବରେ କୋମଳ ସଫା ପାଇଁ ଉପଯୋଗୀ କରିଥାଏ । ଏଥିରେ ରହିଥିବା ଅଟୋ ଡ଼ିସପେନ୍ସ ସ୍ୱୟଂ ଚାଳିତ ଭାବରେ ଆବଶ୍ୟକ କରୁଥିବା ଡ଼ିଟରଜେଣ୍ଟ ପରିମାଣକୁ ନିର୍ଦ୍ଧାରିତ କରିବା ସହିତ କପଡ଼ାକୁ କୋମଳ ରଖିଥାଏ । ଏଆଇ ଏନର୍ଜି ମୋଡ଼ ସ୍ମାର୍ଟ ଥିଙ୍ଗ ଆପ୍ ମାଧ୍ୟମରେ ୱାସିଙ୍ଗ ମେସିନରେ ବ୍ୟବହୃତ ହେଉଥିବା ଶକ୍ତି କ୍ଷେତ୍ରକୁ ମଧ୍ୟ ଭଲ ଭାବରେ ନିରୀକ୍ଷଣ କରି ଅର୍ଥ ସଞ୍ଚୟ ପ୍ରଦାନ କରିଥାଏ । ଏହାକୁ ବ୍ୟବହାର କରି ଗ୍ରାହକମାନେ ଦୈନନ୍ଦିନ, ମାସିକ ବିଦ୍ୟୁତ୍ ବିଲର ପରିମାଣକୁ ପରୀକ୍ଷଣ କରିବା ସହିତ ସେ ଦିଗରେ ସତର୍କ ହୋଇଥାନ୍ତି । ଯଦି ଏହି ବିଲ୍ ପ୍ରଦାନରେ ମୂଲ୍ୟ ଅଧିକ ହୋଇଥାଏ ତେବେ ସ୍ୱୟଂ ଚାଳିତ ଭାବରେ ୱାସିଙ୍ଗ ମେସିନ ଏନର୍ଜି ସେଭିଙ୍ଗ ମୋଡ଼କୁ ଆସିଯାଏ ।
ଅତିରିକ୍ତ ଭାବରେ ଏଥିରେ ରହିଥିବା ସ୍ମାର୍ଟ ଥିଙ୍ଗ କ୍ଲୋଥିଙ୍ଗ କେୟାର ସହିିତ ବ୍ୟବହାରକାରୀମାନେ ନିଜର ପାରମ୍ପରିକ ଅଭ୍ୟାସକୁ ନେଇ ସଞ୍ଚୟ କରିବା ସହିତ ସଫା କରିବାର ବିଭିନ୍ନ କଳାକୁ ବ୍ୟବହାରକାରୀମାନେ ବିନା ବାଧାବିଘ୍ନରେ ଲଣ୍ଡ୍ରି ଭଳି ସମୟସାରଣୀର ବ୍ୟବହାର କରିଥାନ୍ତି । ଏଥିରେ ରହିଥିବା ଜିଓଫେନ୍ସର ଦ୍ୱାରଦେଶ ପର୍ଯ୍ୟନ୍ତ ବ୍ୟବହାରକାରୀମାନେ ଏହାକୁ ସ୍ପର୍ଶ କଲେ ଅତି ଚତୁରତାର ସହିତ ଏଥିରେ ରହିଥିବା ସତର୍କତାମୂଳକ ବଟମ୍ ସ୍ମାର୍ଟଫୋନ ସହିତ ସଂଯୋଗ ହୋଇ ସଫା କରିବାକୁ ପୁନଃ ନିର୍ଦ୍ଦେଶ ଦେଇଥାଏ । ଅର୍ଥାତ୍ ବିକଳ୍ପ ଭାବରେ ଲଣ୍ଡ୍ରି କାର୍ଯ୍ୟକୁ ଠିକ୍ ଭାବରେ ପରିଚାଳନା କରି ନ ପାରିଲେ ବ୍ୟବହାରକାରୀଙ୍କ ପାଖକୁ ଏକ ସତର୍କତାମୂଳକ ନିର୍ଦ୍ଦେଶ ପ୍ରେରଣ ହୋଇଥାଏ । ପରେ ସେମାନେ ରିନ୍ସଯୁକ୍ତ ସ୍ପିନ ସାଇକେଲକୁ ବ୍ୟବହାର କରି କପଡ଼ାରୁ ଦୁର୍ଗନ୍ଧ ହଟାଇଥାନ୍ତି । ସ୍ମାର୍ଟ ଥିଙ୍ଗ ହୋମ କେୟାର ୱାସିଙ୍ଗ ମେସିନର କାର୍ଯ୍ୟ ପ୍ରଣାଳୀକୁ ପରିଚାଳନା କରି ଏହାକୁ ଭଲ ଭାବରେ ଚଲାଇବା ପାଇଁ ପୂର୍ବ ନିର୍ଦ୍ଦେଶ କିମ୍ବା ଦେଖାଦେଉଥ ôବା ଅସୁବିଧା ଗୁଡ଼ିକୁ ସଠିକ୍ ଭାବରେ ଅପସାରଣ କରିଥାଏ ।
ବେସପୋକ ଏଆଇ ୱାସିଙ୍ଗ ମେସିନରେ ରହିଥିବା ସୁପରସ୍ପିଡ଼ ଚୟନକାରିତା ସଫା ସମୟକୁ ପ୍ରାୟ ୩୯ ମିନିଟ୍ ପର୍ଯ୍ୟନ୍ତ ହ୍ରାସ କରିଥାଏ ସଫାରେ କୌଣସି ବ୍ୟତିକ୍ରମ ନହୋଇ । ଏଥିରେ ରହିଥିବା ନବୀକରଣୀୟ କ୍ୟୁ-ବବଲ ତଥା ସ୍ପିଡ଼ସ୍ପ୍ରେ ଶକ୍ତିଶାଳୀ ଜଳ ପ୍ରେରଣ ତଥା ଭଲ ଫେଣ ହେବାକୁ ସୁନିଶ୍ଚିତ କରିଥାଏ । ଏଥିରେ ରହିଥିବା ଟେମ୍ପଡ଼ ଗ୍ଲାସଡ଼ୋର ୱାସିଙ୍ଗ ମେସିନକୁ ସୁଦୃଢ଼ ତଥା ଦୀର୍ଘ ସ୍ଥାୟୀ କରିବା ସହିତ ଲେସ ମାଇକ୍ରୋଫାଇବର ସାଇକେଲ ଅଣୁ ପ୍ଲାଷ୍ଟିକକୁ କପଡ଼ାରୁ ବାହାର କରି ଯାହାର ପରିମାଣ ୫୪ ପ୍ରତିଶତ ପର୍ଯ୍ୟନ୍ତ ଥାଏ ଯାହା କ୍ଷଣ ସ୍ଥାୟୀ ଅଟେ । ପୁନର୍ବାର ୱାସିଙ୍ଗ ମେସିନରେ ରହିଥିବା ହାଇଜିନ ଷ୍ଟିମ ଗଭୀର ସଫାକୁ ସୁନିଶ୍ଚିତ କରିବା ସହିତ ଏକ ସ୍ୱାସ୍ଥ୍ୟକର ପରିଷ୍କାରତା ପାଇଁ ପ୍ରାୟ ୯୯.୯ ପ୍ରତିଶତର ଜୀବାଣୁ ମାନଙ୍କୁ କପଡ଼ାରୁ ଦୂର କରିଥାଏ ।

Khansweb Solution Bhubaneswar

Leave A Reply

Your email address will not be published.