ରୌପ୍ୟ ଜୟନ୍ତୀ ବର୍ଷରେ ଅଡମ୍ବରପୁର୍ଣ୍ଣ ହେବ ଡିଷ୍ଟ୍ରିକ୍ଟ ସେଣ୍ଟର ଦୁର୍ଗାପୂଜା

ଭୁବନେଶ୍ୱର,, ପବିତ୍ର ଜନ୍ମାଷ୍ଟମୀ ତିଥିରେ ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଅସୋସିଏସନ୍ ପକ୍ଷରୁ ସାର୍ବଜନୀନ ଦୁର୍ଗାପୂଜା ପାଇଁ କୁଆଖାଇ ନଦୀ ପଠାରୁ ମାଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ନିମନ୍ତେ ମୂର୍ତ୍ତିକା ଅନୟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁର୍ଗାପୁଜା ପୀଠରେ ପ୍ରତିଦିନ ପୂଜା ପାଉଥିବା ଅଷ୍ଟଭୁଜା ଦେବୀଙ୍କ ନିକଟରେ ବିଶେଷ ପୂଜାର୍ଚ୍ଚନା କରାଯାଇ ମୂର୍ତ୍ତିକା ଆନୟନ ପାଇଁ କୁଆଖାଇ ଅଭିମୁଖେ ବାହାରି ଥିଲେ । ସେଠାରେ ଯଥାବିଧି ରୀତିନୀତି ଅନୁସାରେ ପୂଜା ସମ୍ପର୍ଣ୍ଣ କରାଯାଇ କର୍ତ୍ତା ରବିନ୍ଦ୍ର କୁମାର ରାଉତ ମାଟି ଅନୂକୁଳ କରିଥିଲେ । ଏହି ଉତ୍ସବରେ ଆସୋସିଏନର ସଭାପତି ଡ. ଦାମୋଦର ପ୍ରଧାନୀ, ସାଧାରଣ ସମ୍ପାଦକ ସରୋଜକାନ୍ତ ମଲ୍ଲିକଙ୍କ ସମେତ ଡ. ରବିନ୍ଦ୍ର କୁମାର ପାଢୀ, ରମେଶ ଚନ୍ଦ୍ର ପ୍ରଧାନ, ଅଭୟ କୁମାର ନାୟକ, ରମେଶ ଚନ୍ଦ୍ର ବାରିକ, ସୁବାସ ଚନ୍ଦ୍ର ମହାନ୍ତି, ତମସା ରାଣୀ ଦାସମହାପାତ୍ର, ଶରତ କୁମାର ନାୟକ, କୈଳାସ ଚନ୍ଦ୍ର ପ୍ରଧାନ, ଚିରଞ୍ଜନ ସାହୁ, ମନୋଜ କୁମାର ପାତ୍ର, ତେଜେଶ୍ୱର ସରାଫ, ସୁକାନ୍ତ କୁମାର ଭୂୟାଁ, ପ୍ରଶାନ୍ତ କୁମାର ପରିଡା, ସୁରେଶ ଚନ୍ଦ୍ର ଭୋଳ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତବର୍ଷ ଡିଷ୍ଟ୍ରିକ୍ଟ ସେଣ୍ଟର ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ ବର୍ଷ ପାଳନ କରୁଥିବାରୁ ଏଥରର ପୂଜାକୁ ଅଧିକ ଆକର୍ଷଣୀୟ, ଆଡମ୍ବରପୂର୍ଣ୍ଣ ଓ ଭକ୍ତିମୟ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି ।