banner
Breaking

ବଦଳିଲେ ପୋଲିସ ମହାନିର୍ଦ୍ଦେଶକ।

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବୁଧବାର ରାତିରେ ସେ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ପହଂଚି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ମଧ୍ୟବର୍ତିକାଳିନ ପୁଲିସ ଡିଜି ଭାବେ ଦାୟିତ୍ୱ ସମ୍ଭାଳିବେ । ରେଗୁଲାର ଡିଜି ଶ୍ରୀଅଭୟ କାର୍ଯ୍ୟଭାର ନେବା ପର୍ଯ୍ୟନ୍ତ ଶ୍ରୀ ମହାନ୍ତି ଦାୟିତ୍ୱରେ ରହିବେ । ଏହି ସମୟରେ ଶ୍ରୀ ମହାନ୍ତି ଗୁଇନ୍ଦା ବିଭାଗ ସ୍ୱତନ୍ତ୍ର ଡିଜି ଭାବେ ମଧ୍ୟ କାର୍ଯ୍ୟ କରିବେ ।
ପୂର୍ବରୁ ଶ୍ରୀମହାନ୍ତି ଜେଲ ବିଭାଗର ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ । ସେହିପରି ୨୦୧୮ ସେପ୍ଟେମ୍ବରରେ ପୁଲିସ କମିଶନର ଭାବେ ଯୋଗ ଦେଇଥିଲେ । ଶ୍ରୀ ମହାନ୍ତି ୧୯୯୦ ମସିହାରେ ·କିରୀ ଜୀବନ ଆରମ୍ଭ କରିଥିବା ବେଳେ ୫ରୁ ଅଧିକ ଜିଲ୍ଲା ଏସପି ଭାବେ ଦକ୍ଷତାର କାର୍ଯ୍ୟ କରି ପ୍ରସଂଶିତ ହାଇଥିଲେ ।
୧୯୬୧ ମସିହା ଅଗଷ୍ଟ ୩ ତାରିଖରେ ଶ୍ରୀ ମହାନ୍ତି କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ପିଲାବେଳୁ ଉଚ୍ଚଶିକ୍ଷା ଲାଭ କରିବାର ସ୍ୱପ୍ନ ଦେଖିଥିବା ସତ୍ୟଜିତ ୧୯୮୮ରେ ଆଇପିଏସ ପାଇଥିଲେ । ୧୯୯୦ରେ କୋରାପୁଟ ଜୟପୁରର ଅତିରିକ୍ତ ଏସପି ଭାବେ ଅବସ୍ଥିପିତ ହୋଇଥିଲେ । ପରବର୍ତୀ ସମୟରେ ପୁରୀ ଅତିରିକ୍ତ ଏସପି ଭାବେ ଦାୟିତ୍ୱ ନେଇ ସଫଳତାର ସହ କାମ କରିଥିଲେ ।
ପରବର୍ତି ପଦୋନ୍ନତି ପାଇ ସେ କୋରାପୁଟ, ରାଉରକେଲା, କଟକ, ବାଲେଶ୍ୱର ଓ ଭିଜିଲାନ୍ସ ଏସପି ଭାବେ ଦାୟିତ୍ୱ ତୁଲାଇଥିଲେ । ସେହିପରି ଅତିରିକ୍ତ ଟ୍ରାନ୍ସପୋର୍ଟ କମିସନର ଭାବେ ମଧ୍ୟ କାମ କରିଛନ୍ତି । ଡିଆଇଜି ପଦୋନ୍ନତି ପାଇବା ପରେ ଉତରାଂଚଳ, କେନ୍ଦ୍ରାଚଂଳଳ ଓ ପଶ୍ଚିମାଂଚଳ ରେଞ୍ଜ ଡିଆଇଜି ଭାବେ ଅବସ୍ଥାପିତ ହୋଇଥିଲେ ।
ଆଇଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ସେ ପଶ୍ଚିମାଂଚଳ ରେଞ୍ଜ, ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଆଇଜି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ପୁଲିସ ଏକାଡେମୀ ନିର୍ଦ୍ଦେଶକ ଓ ପୋଲିସ ଗୃହ ନିର୍ମାଣ ନିଗମ ପରି·ଳନା ନିର୍ଦ୍ଦେଶକ ଭାବେ ନିଜର ଦାୟିତ୍ୱ ସୁ·ରୁରୂପେ ତୁଳାଇଥିଲେ । ସେ ପୁଲିସ ମୁଖ୍ୟାଳୟ ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରିଥିଲେ । ନିଷ୍ଠାପର ଓ କାର୍ଯ୍ୟଦକ୍ଷତା ଯୋଗୁଁ ଦୁଇଥର ସେ ସମ୍ମାନଜନକ ପୋଲିସ ପଦକ ପାଇବାରେ ସଫଳ ହୋଇଥିଲେ ।
କେବଳ ସେ ପୋଲିସ ଅଫିସର ଭାବେ ନୁହନ୍ତି, ବରଂ ଜଣେ ଲେଖକ ଭାବେ ମଧ୍ୟ ବେଶ ପରିଚିତ । ଏଥିସହିତ ସେ ଜଣେ କ୍ରିଡାବିତ ଭାବେ ମଧ୍ୟ ବେଶ ଜଣାଶୁଣା । ଟେନିସ ଖେଳିବା ସହ ସାଇକେଲ ଚଳାଇବାରେ ସେ ସଉକ ରଖିଛନ୍ତି । ଶ୍ରୀ ମହାନ୍ତି ଓଡ଼ିଶା ଟେନିସ ସଂଘର ଉପ-ସଭାପତି ଥିବା ବେଳ କଟକ ଜିଲ୍ଲା ଟେନିସ ସଂଘର ଅବୈତନିକ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.