banner
Breaking

ଜିରୋ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର।ରିର୍ଜଭ ବ୍ୟାଙ୍କ ଦେଲା ଅନେକ ସୁବିଧା

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ସାରା ଦେଶରେ କୋଟି କୋଟି ଜିରୋ ବାଲାନ୍ସ ଆକାଉଣ୍ଟଧାରୀ(ଜନଧନ ଆକାଉଣ୍ଟ)ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ପହିଲାରୁ ନୂଆ ସୁବିଧା ଦେବାକୁ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକ ପାଇଁ ଏକ ନୂଆ ଆଡଭାଇଜାରୀ ଜାରି କରାଯାଇଛି। ଯାହାକୁ ଏବେ କୋଅପରେଟିଭ ବ୍ୟାଙ୍କ ମଧ୍ୟ ପାଳନ କରିବାକୁ ବାଧ୍ୟ ରହିବେ। ବେସିକ୍‌ ସେଭିଙ୍ଗ୍‌ସ ବ୍ୟାଙ୍କ ଡିପୋଜିଟ(ବିଏସ୍‌ବିଡି) ବା ଜନଧନ ଖାତା ଯେକୌଣସି ବ୍ୟାଙ୍କରେ ଖୋଲାଯାଇପାରିବ। ଏହାକୁ ମଧ୍ୟ ଜିରୋ ବାଲାନ୍ସ ଆକାଉଣ୍ଟ କୁହାଯାଉଛି।

ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ନୂଆ ସୁବିଧା ନେବା ଲାଗି ଜିରୋ ବାଲାନ୍ସ ଖାତାଧାରୀଙ୍କୁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ। ମିିନିମମ୍‌ ବା ସର୍ବନିମ୍ନ ବାଲାନ୍ସ ବା ଜମା ରଖିବାକୁ ଚାହୁଁ ନଥିବା ଏବଂ ମାସକୁ ୪ ଥରରୁ କମ୍‌ କାରବାର କରୁଥିବା ବ୍ୟକ୍ତି ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିପାରିବେ। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରି କୁହାଯାଇଛି ଯେ, ଜିରୋ ବାଲାନ୍ସ ଆକାଉଣ୍ଟଧାରୀ ଏଣିକି ବ୍ୟାଙ୍କ ଶାଖା ବ୍ୟତୀତ ଏଟିଏମ୍‌ ଓ କ୍ୟାଶ ଜମା ମେଶିନ ଜରିଆରେ ଅର୍ଥ ଜମା କରିପାରିବେ। ଏଭଳି ଆକାଉଣ୍ଟରେ ଫଣ୍ଡ ଟ୍ରାନ୍ସଫର ଅଥବା ୟୁପିଆଇ ଜରିଆରେ ଅର୍ଥ ଜମା କରାଯାଇପାରିବ। ମାସକରେ ଏକାଧିକ ଥର ଏହା କରାଯିବାରେ ବାଧା ନାହିଁ। ଏଭଳି ଖାତାଧାରୀ ପ୍ରତି ମାସରେ ଏଟିଏମ୍‌ ସହିତ ୪ ଥର ଟଙ୍କା କାଢ଼ିପାରିବେ। ସେମାନଙ୍କୁ ଡେବିଟ କାର୍ଡ ମିଳିବ। ବ୍ୟାଙ୍କ ଏଭଳି ଗ୍ରାହକଙ୍କୁ ଚେକ୍‌ ବହି ମଧ୍ୟ ଜାରି କରିବାରେ ଅସୁବିଧା ନାହିଁ। ତେବେ ଚେକ୍‌ ବହି ଜାରି କରିବା ଆଳରେ ବ୍ୟାଙ୍କ ସେମାନଙ୍କ ଜିରୋ ବାଲାନ୍ସ ଆକାଉଣ୍ଟକୁ ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଣ୍ଟକୁ ବଦଳାଇପାରିବେ ନାହିଁ। ନିୟମ କୋହଳ କରିବାର ଲାଭ ଯେପରି ପ୍ରତ୍ୟେକ ଗ୍ରାହକ ପାଇପାରିବେ ସେ ଦିଗରେ ବ୍ୟାଙ୍କ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୂଚନାଥାଉ କି, ବର୍ତ୍ତମାନ ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କୁ ଚେକ୍‌ ବହି ଭଳି ଅତିରିକ୍ତ ସୁବିଧା ନେବା ପାଇଁ ବ୍ୟାଙ୍କ ସେମାନଙ୍କ ଆକାଉଣ୍ଟକୁ ସେଭିଙ୍ଗ୍‌ସ ଆକାଉଣ୍ଟରେ ବଦଳାଇ ଦେଉଛନ୍ତି। ଏହାଛଡା ଅନ୍ୟ ସୁବିଧା ଦେବା ଆଳରେ ସେମାନଙ୍କଠାରୁ ଚାର୍ଜ ଅସୁଲ କରାଯାଉଛି। ଆଡ୍‌ଭାଇଜରୀରେ କୁହାଯାଇଛି ଯେ, ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କୁ କେତେକ ନିଶ୍ଚିତ ସୁବିଧା ମାଗଣା ପ୍ରଦାନ କରିବାକୁ ହେବ। ସେହିପରି କୌଣସି ଶୁଳ୍କ ନ ନେଇ ବ୍ୟାଙ୍କ ସେମାନଙ୍କୁ ଚେକ୍‌ ବହି ଜାରି କରିବାକୁ ବାଧ୍ୟ ହେବ। ସେମାନଙ୍କୁ ସର୍ବନିମ୍ନ ଜମା ରଖିବା ଲାଗି ବ୍ୟାଙ୍କ ବାଧ୍ୟ କରିପାରିବ ନାହିଁ।

Khansweb Solution Bhubaneswar

Leave A Reply

Your email address will not be published.