banner
Breaking

ଜାତିସଂଘ ଦିବସ ଉପଲକ୍ଷେ ଶାନ୍ତି ପଦଯାତ୍ରା

0

ଭୁବନେଶ୍ୱର : ଜାତିସଂଘ ଦିବସ ଉପଲକ୍ଷେ ସୋମବାର ପୂର୍ବାହ୍ନରେ ରାଜ୍ୟ ଯୁବ ସାମୁଖ୍ୟ ସମିତି ଆନୁକୂଲ୍ୟରେ କଳିଙ୍ଗ ହସ୍ପିଟାଲ ଛକରୁ ଏକ ଶାନ୍ତି ପଦଯାତ୍ରା ବାହାରି ମହାତ୍ମା ଗାନ୍ଧୀ ପାର୍କରେ ପହଞ୍ଚି ଗାନ୍ଧିଜୀଙ୍କ ପ୍ରତିର୍ମୂିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଶାନ୍ତି ପଦଯାତ୍ରାରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ମାଲ୍ୟାର୍ପଣ କରିଥିଲେ । ୧୯୪୫ ମସିହାରେ ବିଶ୍ୱ ଦରବାରରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅଗଷ୍ଟ ୬ ତାରିଖ ଫେଡାଲ୍‌ଗନ ଓ ଅଗଷ୍ଟ ୯ ତାରିଖ ଲିଟିଲ୍‌ବଏ ନାମକ ଦୁଇଟି ପରମାଣୁ ବୋମା ଜାପାନର ହିରୋସୀମା ଓ ନାଗାସାକୀ ଉପରେ ଆମେରିକା ନିକ୍ଷେପ କରିଥିଲା । ଫଳରେ ଏକଲକ୍ଷ ଚାଳିଶ ହଜାର ନିରୀହ ଜନସାଧାରଣ ମୃତ୍ୟୁବରଣ କରିଥିଲେ । ଏହି ଜଘନ୍ୟ ମୃତ୍ୟୁର ତାଣ୍ଡବଲୀଳା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା । ଏଣୁ ବିଶ୍ୱରେ ଶାନ୍ତି ସ୍ଥାପନ ନିମନ୍ତେ ଶାନ୍ତି ଓ ସଂହତି ରକ୍ଷା ପାଇଁ ଏହିଦିନ ଗଠିତ ହୋଇଥିଲା ଜାତିସଂଘ । ସେହି ଦିନଟିକୁ ସ୍ମରଣ କରି ବିଶ୍ୱ ଦରବାରରେ ଶାନ୍ତି ବଜାୟ ରଖିବା ପାଇଁ ରାଜ୍ୟ ଯୁବସାମୁଖ୍ୟ ସମିତି ତରଫରୁ ଶାନ୍ତି ପଦଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଆଜିକ ଦିନରେ ବିଶ୍ୱ ଦରବାରରେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଜାତିସଂଘ ଏଥିରେ ହସ୍ତକ୍ଷେପ କରୁନଥିବାରୁ ସମିତି ପକ୍ଷରୁ ଗଭୀର କ୍ଷୋଭ ପ୍ରକାଶ କରାଯାଇଥିଲା । ସମିତିର ସମ୍ପାଦକ ଅଭୟ ବଡ଼ଜେନା, ବିଶିଷ୍ଟ ଗାନ୍ଧିବାଦୀ ସୁଧାଂଶୁ ମହାପାତ୍ର, ସମାଜସେବୀ ଆନନ୍ଦ ପଟ୍ଟନାୟକ, ଗିରିଜା ଶଙ୍କର ମହାପାତ୍ର, ବ୍ରଜବନ୍ଧୁ ପରିଡ଼ା, କେଶବ ରଣା, ପ୍ରମୋଦ ପରିଡ଼ା, ନିର୍ମଳ ଚନ୍ଦ୍ର ମଲ୍ଲିକ, ସୁକାନ୍ତ ରାଉତ ପ୍ରମୁଖ ଏହି ପଦଯାତ୍ରାରେ ଯୋଗଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.