banner
Breaking

ଓଡିଶା ସେବକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0

ଭୁବନେଶ୍ୱର : ଓଡିଶା ସେବକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ମଞ୍ଚେଶ୍ବର ସ୍ଥିତ ଧିରୀକୁଟି ସାହି ଠାରେ ପାଳିତ ହୋଇଯାଇଛି । ସଂଘର ସଭାପତି ଅଶୋକ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୧୧ ନମ୍ବର ଓ୍ବାର୍ଡର କର୍ପୋରେଟର ପ୍ରଭାସିନୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଶରୀର ସୁସ୍ଥ ରଖିବା ପାଇଁ ଯୋଗର ଆବଶ୍ୟକତା ରହିଛି । ତେଣୁ ପ୍ରତିଦିନ ସମସ୍ତେ ଯୋଗାଭ୍ୟାସ କରିବା ଉଚିତ । ସମ୍ମାନିତ ଅତିଥି ଭାବେ ଉପସଭାପତି ମିନାକ୍ଷୀ ନାୟକ, ବରିଷ୍ଠ ସଦସ୍ୟ ହରେକୃଷ୍ଣ ପଟ୍ଟନାୟକ, ସର୍ବେଶ୍ୱର ଦାସ ପ୍ରମୁଖ ଯୋଗଦେଇ ଯୋଗର ମାହାତ୍ମ୍ୟ ବିଷୟରେ କହିଥିଲେ । ଏହି ଅବସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଯୋଗାଚାର୍ଯ୍ୟ ନାରାୟଣ ସାହୁ ଓ ସର୍ବୋଦ୍ଧ ପାଣିଗ୍ରାହୀ ଯୋଗ ଶିକ୍ଷା ଦେଇଥିଲେ । ବସ୍ତି ଉନ୍ନୟନ କମିଟି ସଭାପତି ସଞ୍ଜୟ ମଲ୍ଲିକ, ଉପସଭାପତି ସୁଶାନ୍ତ କୁମାର ସାହୁ, ନରେନ୍ଦ୍ର ସାହୁ, ଜାଗା ମିଶନ କମିଟି ସଭାପତି ରାଜନ ସାହୁ, ସାହିର ମୁରବି ଜମ୍ବେଶ୍ୱର ବରାଡ, ଦାଶରଥି ମହାପାତ୍ର, ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ରହି ଯୋଗ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ସାହିର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଯୋଗଦାନ କରିଥିଲେ । ସମ୍ପାଦକ ବସନ୍ତ କୁମାର ତ୍ରିପାଠୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.