banner
Breaking

ବାହାନଗା ଅଧିକ କ୍ଷୟକ୍ଷତି।

0

ବାହାନଗା,୨୬।୫(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ବ୍ଲକର ଆରୁହାବାଡ଼ ପଞ୍ଚାୟତ ରୂପଖଣ୍ଡ ସମୁଦ୍ର କୂଳ ଦେଇ ୟାସ୍‌ ଅତିକ୍ରମ କରିବା ବେଳେ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛିି। କେତେକ ସ୍ଥାନରେ ଗଛ ପଡି କଚ୍ଚା ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବାତ୍ୟା ପ୍ରଭାବରେ ବହୁ ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଥିବା ସହିତ ଗଛ ଉପୁଡ଼ି ରାସ୍ତା ଉପରେ ପଡିଛି। ତେବେ ଓଡ୍ରାଫ ଟିମ୍‌ ସହିତ ଦମକଳ ବାହିନୀ ପ୍ରମୁଖ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସୋର ବିଧାୟକ ପର୍ଶୁରାମ ଧଡା ସଦଳବଳ ବିଭିନ୍ନ ସ୍ଥାନରେ ପହଞ୍ଚି ରାସ୍ତା ସଫାକରିବା ସହିତ ବିଦ୍ୟୁତ ଖୁଣ୍ଟି ଉଠାଇବାରେ ସହଯୋଗ କରିଛନ୍ତି। ରୂପଖଣ୍ଡ ଗ୍ରାମର ଭାସ୍କର ଯେନା, ପାଗୁଲୁ ଯେନାଙ୍କ ଘର ଉପରେ ଗଛ ପଡି ଘର ଭାଙ୍ଗି ଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.