banner
Breaking

ବାହାନଗାରେ ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି।

0

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ବୁଧବାର ପୂର୍ବାହ୍ନ ୯ଟାରୁ ବାତ୍ୟା ‘ୟାସ’ ଲ୍ୟାଣ୍ଡଫଲ୍‌ ଆରମ୍ଭ କରିଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍‌ ହୋଇଛି। ଲ୍ୟାଣ୍ଡଫଲ ଶେଷ ହେବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ। ଅପରାହ୍ନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍‌ ସରିଯିବା ଆଶା କରାଯାଉଛି। ଏବେ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହୁଥିବା ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବାତ୍ୟା ୟାସ ବାଲେଶ୍ୱର ଜିଲା ଅତିକ୍ରମ ହେବାକୁ ପ୍ରାୟ ୫ରୁ ୬ ଘଣ୍ଟା ସମୟ ଲାଗିବ। ବାଲେଶ୍ୱର ପରେ ବାତ୍ୟା ମୟୂରଭଞ୍ଜରେ ତାଣ୍ଡବ ରଚିବ। ସେଠାରେ ୧୦୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ଭଦ୍ରକ ଓ ବାଲେଶ୍ୱରରେ ରହିବ। ଅପରାହ୍ନ ପରଠାରୁ ମୟୂରଭଞ୍ଜରେ ବର୍ଷା ଓ ପବନ ବଢ଼ିବାର ଆଶଙ୍କା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.