banner
Breaking

ବାତ୍ୟା ପାଇଁ ଛୁଟି ବାତିଲ।

0

ଭୁବନେଶ୍ୱର,୨୩।୫:(ବ୍ୟୁରୋ): ବାତ୍ୟା ‘ୟାସ’ ନେଇ ପୂର୍ବରୁ ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏଥିରେ ଜଳ ସମ୍ପଦ ବିଭାଗ ମଧ୍ୟ ଯୋଡ଼ି ହୋଇଛି ।
ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି, ବାତ୍ୟା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। କେହି ହେଡକ୍ୱାର୍ଟର୍ସ ଛାଡ଼ି ଯାଇପାରିବେ ନାହିଁ। ପ୍ରଭାବିତ ହେବାକୁ ଥିବା ୧୦ ଜିଲାକୁ ସଜାଗ ରହିବା ପାଇଁ କୁହାଯାଇଛି। ସ୍ବତନ୍ତ୍ର ଟିମ୍‌ ଗଠନ କରାଯା ଜିଲା ପ୍ରଶାସନ ସହ ମିଶି କାମ କରାଯିବ। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ସମସ୍ତେ ଯୋଗାଯୋଗରେ ଅଛନ୍ତି। ପୂର୍ବରୁ ଅନେକ ବାତ୍ୟାର ଅନୁଭୂତି ରହିଛି। ଆମେ ସେହି ଅନୁଭୂତିକୁ ପାଥେୟ କରି ସମ୍ଭାବ୍ୟ ବାତ୍ୟା ‘ୟାସ’ର ମୁକାବିଲା କରିବୁ।

Khansweb Solution Bhubaneswar

Leave A Reply

Your email address will not be published.