banner
Breaking

ବାତ୍ୟା ପ୍ରଭାବରେ ୨୫ ରୁ ପ୍ରବଳ ବର୍ଷା।

0

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବାତ୍ୟା ସମ୍ପର୍କିତ ପୂର୍ବାନୁମାନରେ କୌଣସି ପରିବର୍ତ୍ତନ କରାଯାଇନି। ଶୁକ୍ରବାର ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି। ଶନିବାର ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ୨୩ ତାରିଖରେ ଅବପାତର ରୂପ ନେବ। ୨୪ ତାରିଖରେ ବାତ୍ୟାରେ ରୂପାନ୍ତରିତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହା ପ୍ରଭାବରେ ୨୫ରୁ ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହେବ। ସାଧାରଣତଃ ବାତ୍ୟା ଗତିପଥର ଡାହାଣ ପାର୍ଶ୍ୱରେ ଅଧିକ ପବନ ଓ ବର୍ଷା ହୁଏ। ବାତ୍ୟାର ବାମପଟ ଅର୍ଥାତ ଓଡ଼ିଶା ଉପକୂଳ ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ। ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳ ଅଧିକ ପ୍ରଭାବିତ ହେବ। ଅବପାତରେ ପରିଣତ ହୋଇନଥିବାରୁ ଲ୍ୟାଣ୍ଡଫଲ ସ୍ଥାନ ନିରୂପଣ ହୋଇନି। ସମ୍ଭାବ୍ୟ ବାତ୍ୟା ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.