banner
Breaking

ବାତ୍ୟା ପାଇଁ ତିନୋଟି ଜିଲ୍ଲାରେ ଟିକାକରଣ ବାତିଲ।

0

ଭୁବନେଶ୍ୱର, ୨୪।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩ଟି ଜିଲାରେ କୋଭିଡ୍‌-୧୯ ଟେଷ୍ଟିଂ, ଟିକାକରଣ ଓ ଘରକୁ ଘର ସର୍ଭେ ବାତିଲ କରିଛନ୍ତି। ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଆଦି ଜିଲାରେ ୨୫ରୁ ୨୭ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟ ବନ୍ଦ ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କେନ୍ଦୁଝର ଆଦି ୩ ଜିଲାରେ ଜିଲାପାଳ ନିଷ୍ପତ୍ତି ନେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ୩ ଜିଲାର ଯେଉଁ ଅଞ୍ଚଳ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ସେଠାରେ ସ୍ଥାନୀୟ ଜିଲାପାଳ ଟେଷ୍ଟିଂ, ଟିକାକରଣ ଓ ଘରକୁ ଘର ସର୍ଭେ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇପାରିବେ। ଏ ସମ୍ପର୍କରେ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର ଆଦି ୬ ଜିଲାର ଜିଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.