ମନମୋହନ ସି°ଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।

ନୂଆଦିଲ୍ଲୀ,୧୧/୫(ଓଡ଼ିଆ ନ୍ୟୁଜ): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡା. ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ନୂଆଦିଲ୍ଲୀସ୍ଥିତ ଏମ୍‌ସରେ କାର୍ଡିଓଥୋରାସିସ୍‌ ସେଣ୍ଟରରେ ମନମୋହନଙ୍କୁ ରଖି ତାଙ୍କର ଚିକିତ୍ସା କରାଯାଉଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରବିବାର ରାତିରେ ଏମ୍‌ସ​‌ରେ ଭର୍ତ୍ତି କରାଯାଇଥିଲା। ମନମୋହନଙ୍କୁ ଦିଆଯାଇଥିବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁ ଏହାର ଯାଞ୍ଚ ପାଇଁ ତାଙ୍କୁ ହସ୍ପିଟାଳରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଜ୍ଵର ହୋଇଥିବାରୁ ଏହାର ମଧ୍ୟ ପରୀକ୍ଷା କରାଯାଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।ମନମୋହନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ରବିବାର ରାତିରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ, ସେ ଠିକ୍‌ ଅଛନ୍ତି ଏବଂ ତାଙ୍କୁ ଦିଆଯାଇଥିବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁ ଜ୍ଵର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।